ପେଟ୍ରୋଲ ଦାମ ନେଇ ମୋଦିଙ୍କ ଉପରେ ଗର୍ଜିଲେ ରାହୁଲ ଗାନ୍ଧୀ, ପେଟ୍ରୋଲ ଲିଟର ଛୁଇଁଲା ୮୦ ଟଙ୍କା

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଐତିହାସିକ ବୃଦ୍ଧି ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବୁଧବାର ରାହୁଲ ଗାନ୍ଧୀ ଏକ ଚାର୍ଟ ସେୟାର କରି ଲେଖିଛନ୍ତି ଯେ ମୋଦୀ ସରକାର କରୋନା କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ମନଇଚ୍ଛା ବଢ଼ାଇ ଅଛନ୍ତି । ଆସନ୍ତୁ ଜାଣିବା କିପରି ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ଐତିହାସିକ ବୃଦ୍ଧି ରେକର୍ଡ କରାଯାଇଛି । ଏହା ପ୍ରଥମ ଥର ଘଟିଛି ଯେତେବେଳେ ଦିଲ୍ଲୀରେ ଡିଜେଲର ମୂଲ୍ୟ ପେଟ୍ରୋଲ କୁ ଅତିକ୍ରମ କରିଛି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଖୋଳତାଡ଼ କରିଛନ୍ତି । ଡିଜେଲ ୮୫ ଟଙ୍କା ଥିବା ବେଳେ ପେଟ୍ରୋଲ ରହିଛି ୮୦ ଟଙ୍କା ପ୍ରତି ଲିଟର ।

ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର କରୋନା ମହାମାରୀ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାଣି ଜାଣି ବଢ଼େଇ ଦେଇଛନ୍ତି, ଭାବୁଛନ୍ତି ଲୋକ ବୋକା କେହି ଜାଣି ପାରିବେ ନାହିଁ, ଆଗରୁ ପେଟ୍ରୋଲ ଦରଦାମ କେତେ ଥିଲା ଲୋକ ମାନେ ଲକ ଡାଉନରେ ଭୁଲିଯାଇଥିବେ ବୋଲି ମୋଦି ସରକାର ଭାବିନେଇଛନ୍ତି ।

ସୂଚନାଯୋଗ୍ୟ ଏହା ଯେ, ଗତ 18 ଦିନ ଧରି ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଛି । ଯଦିଓ ଆଜି ଏହା ଘଟିନାହିଁ ପେଟ୍ରୋଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ କିନ୍ତୁ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଭାରତରେ ଏହା ପ୍ରଥମ ଥର ପାଇଁ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା ହୋଇଛି । ଯାହା କି ଇତିହାସରେ କେବେ ମଧ୍ୟ ହୋଇନଥିଲା କୌଣସି ଦେଶରେ ଏପରି ହୋଇନଥିଲା ।

ଯଦି ଡିଜେଲ ଦାମ ବଢ଼େ ତେବେ ,ପନି ପରିବା,ଚାଉଳ,ଗହମ, ସଉଦା ପତ୍ର ଆଦି ସମସ୍ତ ଜିନିଷର ଦରଦାମ ବଢ଼ିବ । କାରଣ ଡିଜେଲ ଟ୍ରକ ଦ୍ୱାରା ହିଁ ଏହି ସବୁ ଜିନିଷର ପରିବହନ ହୋଇଥାଏ । ବୁଧବାର ଦିନ ଡିଜେଲର ମୂଲ୍ୟ 48 ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ଲିଟର ପିଛା 79.88 ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏଥି ସହିତ ପେଟ୍ରୋଲର ମୂଲ୍ୟ ଲିଟର ପିଛା 79.40 ଟଙ୍କା ରହିଛି । ରାହୁଲ ଗାନ୍ଧୀ ଗତ କିଛି ଦିନ ହେବ ମୋଦୀ ସରକାରଙ୍କ ଉପରେ ଟ୍ୱିଟରରେ ଲଗାତାର ଆକ୍ରମଣ କରୁଛନ୍ତି । ଏଥର କରୋନା ମାମଲା ବୃଦ୍ଧି ଏବଂ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନାଯୋଗ୍ୟ ଏହା ଯେ ଗତ ଦିନରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟ ବିଷୟରେ ଚିଠି ଲେଖିଛନ୍ତି । ସୋନିଆ ଗାନ୍ଧୀ ଚିଠିରେ ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବାକୁ ମୋଦୀ ସରକାରଙ୍କୁ ନିବେଦନ କରିଛନ୍ତି । କଂଗ୍ରେସ ସଭାପତି ସୋନିଆ କହିଥିଲେ ଯେ କରୋନା ସଙ୍କଟ ଏବଂ ଲାକଡାଉନ ଯୋଗୁଁ ଲୋକଙ୍କ ଚାକିରୀ ଚାଲିଯାଇଛି, ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରି ସାଧାରଣ ଜନତାଙ୍କ ପେଟ କୁ ଲାତ ମାରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।