ଚାହା ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ଏଇ ଚାବାଲା, ରୋଜଗାର ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ – ଦେଖନ୍ତୁ

ଚାହା ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ଏଇ ଚାବାଲା

ଏହି ବ୍ୟକ୍ତି ପୁନେରେ ବାସ କରନ୍ତି, ତାଙ୍କର ନାମ ନବନାଥ । ସେହି ବ୍ୟକ୍ତି ଚାହା ବିକ୍ରି କରି ମାସକୁ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଏହା ସତ୍ୟ ଅଟେ । ସେ ମାସକୁ ୧୨ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି । ଚାହା ବିକ୍ରି କରି ମହାରାଷ୍ଟ୍ରରେ ସବୁଠାରୁ ଧନୀ ଚା ବାଲା ରୂପରେ ଜଣାଶୁଣା । ନିଜ ରୋହଗାର ପାଇଁ ତାଙ୍କ ନାମ ଟି.ଭି. ଚ୍ୟାନେଲ ମାଧ୍ୟମରେ ତାଙ୍କର ନାମ ପ୍ରଚାର ହୋଇ ଯାଇଛି ।

ଚାହାବାଲାର ଇନକମ୍ ମାସକୁ ୧୨ଲକ୍ଷ ଟଙ୍କା

ନବନାଥ ଚାହା ଦୋକାନର ୟେବଲେ କା ୟେବଲେ ଟୀ ଷ୍ଟଲ ନାମ ରଖିଛନ୍ତି । ପୁରା ଇଲାକାରେ ଫେମସ୍ ଟୀ ଷ୍ଟଲ ଅଟେ ତାଙ୍କର । ରିପୋର୍ଟ ଅନୁସାରେ ସେ ଦିନକୁ ୧ହଜାର କପ ଚାହା ବିକୁଛନ୍ତି । କୁହାଯାଇଛିକି ଯେତେବେଳେ ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟିରେ ୨୦୧୪ ମସିହାରେ ଲୋକସଭା ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସମସ୍ତେ ତାଙ୍କୁ ଚାହାବାଲା ବୋଲି କହିଥିଲେ । କିନ୍ତୁ ଆଜି ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ସାବିତ କରିଛନ୍ତି ଯେ ଜଣେ ଚାହାବାଲା କେଉଁଠାରୁ କେଉଁ ପର୍ଯ୍ୟନ୍ତ ପହଞ୍ଚିପାରେ ।

ଜଣେ ବ୍ୟକ୍ତି ଚାହା ବିକ୍ରି କରି ମାସକୁ ୧୨ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ବୋଲି ଚର୍ଚାର କାରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଆଉ ଏକ ଚାହାବାଲାର ଚର୍ଚାର କେନ୍ଦ୍ର ପାଲଟିଛି । ଜଣେ ଚାହା ବିକ୍ରି କରି ମାସକୁ ୧୨ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ବୋଲି ମନରେ ସନ୍ଦେହ ସୃଷ୍ଟି ହେଉଛି । କାରଣ ଏହା ଏକ ଆଶ୍ଚର୍ଯ୍ୟ ହେବାର କଥା ।

ନିଯା ଚାହାକୁ ସେ କରିବାକୁ ଚାହୁଁଛନ୍ତି ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡ

ଏତେ ଚର୍ଚା ହେଉଛି ଯେ ନିଜର ଚାହାକୁ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡ ଲେବୁଲ୍ ରେ ପପୁଲାର କରିବା ପାଇଁ ଚେଷ୍ଟା କରୁଛନ୍ତି । ନବନାଥଙ୍କ କହିବାନୁଯାଇ ତାଙ୍କର ଟୀ ଷ୍ଟଲରେ କେତେ ଲୋକଙ୍କୁ  ରୋଜଗାର କରିବାର ଅବସର ମଧ୍ୟ ମିଳିଛି । ପୁନେରେ ତାଙ୍କର ୩ଟି ଟୀ ଷ୍ଟଲ ଅଛି, ଗୋଟିଏ ଷ୍ଟଲରେ ୧୨ ଜଣ ଲୋକ କାମ କରୁଛନ୍ତି । ସେ ଏହି ବିଜିନେସ୍ ବଢାଇ ଆହୁରି ଲୋକମାନଙ୍କୁ ରୋଜଗାର ଦେବାପାଇଁ ଚିନ୍ତା କରୁଛନ୍ତି ।

ନବନାଥଙ୍କ କହିବାନୁଯାଇ ଶୀଘ୍ର ନିଜର ଚାହାକୁ ଇଣ୍ଟରନେସନାଲ୍ ବ୍ରାଣ୍ଡ ତିଆରି କରିବେ ।   ମାସକୁ ୧୨ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ବୋଲି କେତେକ ଲୋକ ତାଙ୍କ ସହିତ ଯୋଡି ହେବାକୁ ଚାହୁଁଛନ୍ତି । କିନ୍ତୁ ସେ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି । ପ୍ରଥମେ ସେ ୨୦୧୧ ମସିହାରେ ଚାହା ବିକିବା ପାଇଁ ଚିନ୍ତା କରିଥିଲେ । ଏହିପରି ତାଙ୍କର ପରିଚୟ ବଢିଚାଲିଲା ଓ ଚାହା ସବୁଆଡେ ବିକ୍ରି କରିବା ପାଇଁ ମଧ୍ୟ ଚାହୁଁଛନ୍ତି ।