କେନ୍ଦ୍ର ସରକାର ଜାରିକଲେ ଅନଲାକ 5.0 ଗାଇଡ ଲାଇନ, ରହିଛି ଏହି ସବୁ ନୂଆ ସର୍ତ୍ତ

କେନ୍ଦ୍ର ସରକାର ବୁଧବାରକୁ ଅନଲକ ୫.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ସରକାର ସିନେମା ହଲ, ମନୋରଞ୍ଜନ ପାର୍କ, ସୁମିଙ୍ଗ ପୁଲ, ସ୍କୁଲ, କୋଚିଙ୍ଗ ସେଣ୍ଟର ଇତ୍ୟାଦି ବିଷୟରେ ଖାସ ନିର୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ର ସରକାର ୧୫ ଅକ୍ଟୋବର ପରେ କେତେକ ସଂସ୍ଥାକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ଏଥିପାଇଁ ଖାସ ନିୟମକୁ ପାଳନ କରିବା ପାଇଁ ବି ନିର୍ଦେଶ ଦେଇଛନ୍ତି ।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ତରଫରୁ ଜାରି ଗାଇଡଲାଇନରେ କୁହାଯାଇଛି କି ୧୫ ଅକ୍ଟୋବର ପରେ ସିନେମା ହଲ, ମନୋରଞ୍ଜନ ପାରକ, ସୁମିଙ୍ଗ ପୁଲକୁ ଖୋଲି ପାରିବେ । କିନ୍ତୁ ଏଥିରେ କିଛି ଶର୍ତ ଅଛି ।

ଯେମିତି କି ୫୦ ପ୍ରତିଶତ ଦର୍ଶକମାନଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ଅନୁମତି ଦିଆ ଯାଇଛି । ଗୃହ ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ସ୍କୁଲ ଓ କୋଚିଙ୍ଗ ସେଣ୍ଟର ଖୋଲିବାକୁ ନେଇ ୧୫ ଅକ୍ଟୋବର ପରେ ରାଜ୍ୟ ସରକାର ନିଜ ହିସାବରେ ନିଷ୍ପତି ନେଇ ପାରିବେ । ଏହା ଛଡା ଯଦି ସ୍କୁଲ ଖୋଲି ଯାଉଛି କି ପିଲାମାନେ ସ୍କୁଲ ଯାଉଛନ୍ତି ତେବେ ଛାତ୍ରମାନଙ୍କ ପାଖରେ ଏଥିପାଇଁ ମାତା ପିତାଙ୍କ ଅନୁମତି ଥିବା ଦରକାର ।

ସରକାର କହିଛନ୍ତି କି ଅନଲାଇନ ଓ ସାମାଜିକ ଦୂରତା ରକ୍ଷା କରି ପଢିବା ଭଳି ନିୟମ ଲାଗୁ ରହିବ । ଯେଉଁ ସ୍କୁଲକୁ ଖୋଲିବା ପାଇଁ ଅନୁମତି ଦିଆଯିବ, ତାଙ୍କୁ ରାଜ୍ୟ ଓ କେନ୍ଦ୍ରର ଶିକ୍ଷା ବିଭାଗ ଦ୍ଵାରା ଜାରି କାରାଯାଇଥିବା ନିୟମ ଗୁଡିକୁ ପାଳନ କରିବାକୁ ପଡିବ ।

ଏହା ସହିତ ରାଜ୍ୟ ସରକାର ନିଜ ରାଜ୍ୟରେ କଲେଜ ଖୋଲିବେ କି ନାହିଁ ଏହାର ନିଷ୍ପତି ନିଜେ ନେଇ ପାରିବେ । କିନ୍ତୁ ସୁମିଙ୍ଗ ପୁଲ ବି ଖୋଲି ପାରିବ । କିନ୍ତୁ ସାଧାରଣ ଜନତାଙ୍କ ପାଇଁ ସୁମିଙ୍ଗ ପୁଲ ଖୋଲିବ ନାହିଁ । କେବଳ ଖେଳାଳିମାନେ ଅର୍ଥାତ Athleteମାନଙ୍କ ପାଇଁ ସୁମିଙ୍ଗ ପୁଲ ଖୋଲା ରହିବ । କିନ୍ତୁ ଏହି ସବୁ ମଧ୍ୟରେ ସରକାର ଦ୍ଵାରା ଦିଆଯାଇଥିବା ସମସ୍ତ ପ୍ରକାରର ନିୟମକୁ ମାନିବାକୁ  ସମସ୍ତେ ବାଧ୍ୟ ଅଟନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।