ଆଜିର ରାଶିଫଳ, 1 ଅକ୍ଟୋବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତି ମଜବୁତ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ । ସନ୍ଧ୍ୟା ସମୟରେ ଆପଣଙ୍କ ଘରେ ଖୁସିର ଖବର ଆସିବ । ଏହା ସହିତ ଆପଣଙ୍କ ସମ୍ପର୍କୀୟମାନଙ୍କର ଯିବା ଆସିବା ଘରେ ଲାଗି ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟପାର ବହୁତ ଭଲ ଚାଲିବ । ବ୍ୟବସାୟକୁ ବିସ୍ତାର କରିବାର ଯୋଜନା କରନ୍ତୁ ଯାହାକି ବହୁତ ଲାଭକାରୀ ହେବ । ବିଦେଶ ଯାତ୍ରା କରନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପ୍ରାପ୍ତି ପାଇଁ ଆହୁରି ଚେଷ୍ଟା କରନ୍ତୁ । ଗଣେଶ ଭଗବାନଙ୍କୁ ସବୁଜ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ, ଘରର ପରିବେଶ ବହୁତ ଭଲ ରହିବ ।

ବୃଷ

ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଆପଣ ନିଜ ବୁଦ୍ଧି ବଳରେ ସବୁ କାମକୁ ସହଜରେ ପୁରା କରି ପାରିବେ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ସାମ୍ନାରେ ଆସୁଥିବା ସମସ୍ୟାକୁ ଆପଣ ସମାଧାନ କରି ଆଗକୁ ବଢିବେ । ସଫଳତା ପାଇବା ପାଇଁ ଆପଣଙ୍କୁ କେହି ବି ଅଟକାଇ ପାରିବ ନାହିଁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବା ଦ୍ଵାରା ଆପଣଙ୍କ ସମ୍ପର୍କରେ ଖରାପ ପ୍ରଭାବ ପଡିବ । କାରୋବାରରେ ସମସ୍ୟା ଦେଖା ଦେଇପାରେ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ସଞ୍ଚୟ ଅପେକ୍ଷା ଖର୍ଚ ବଢିପାରେ । ଏଥିପାଇଁ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଆଗରୁ ହିଁ ପ୍ରସ୍ତୁତ ହୋଇ ରହିବାକୁ ପଡିବ । ଆଜି ମାତା ଦୂର୍ଗାଙ୍କୁ ଲୁଗା ପ୍ରଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଆପଣଙ୍କ ବ୍ୟବସାୟରେ ମାନ୍ଦା ଅବସ୍ଥା ଆସିପାରେ । ପରିବାରରେ ସୁଖ ଶାନ୍ତି ରହିବ । ଯଦି ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳ ହେବେ ନାହିଁ । ଆପଣ ନିଜର ସୁଖ ସୁବିଧା ପାଇଁ ଅଧିକ ଟଙ୍କା ଖର୍ଚ କରିବେ ତଥା ବାହାନ କିଣିବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଆର୍ଥିକ ଲାଭ ହେବ ନାହିଁ । ଏହି ସମୟର ପ୍ରଭାବ ଆପଣଙ୍କ କାର୍ଯ୍ୟ କ୍ଷେତ୍ର, ପରିବାର, ବାଣୀ, ସ୍ୱାସ୍ଥ୍ୟ ଓ ଆପଣଙ୍କ ସନ୍ତାନ ଉପରେ ପଡିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ମିଶ୍ରିତ ଫଳ ଦେବ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । କୌଣସି ଗରିବର ଆଶୀର୍ବାଦ ପ୍ରାପ୍ତ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବେ ।

କର୍କଟ

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଆପଣଙ୍କୁ କୌଣସି ବଡ ନିଷ୍ପତି ନେବାକୁ ପଡିପାରେ । କାରୋବାରରେ ଲାଭ ମିଳିବ । ଆପଣଙ୍କ ଚାକିରିରେ ବଦଳି ଆପଣଙ୍କ କ୍ୟାରିୟର ପାଇଁ ଲାଭ ଦାୟକ ରହିବ । ଛାତ୍ର ନିଜର କ୍ୟାରିୟରକୁ ନେଇ ଅଧିକ ଚିନ୍ତିତ ରହି ପାରନ୍ତି ।ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ । ବିଦେଶୀ ବ୍ୟବସାୟରେ ଲାଭ ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ନିଜ କାମ ପ୍ରତି ଧ୍ୟାନ ରଖନ୍ତୁ । ନଚେତ ଅସୁବିଧାରେ ପଡ଼ିପାରନ୍ତି । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସବୁ ସମସ୍ୟାରୁ ରକ୍ଷା ପାଇବେ ।

ସିଂହ

ଆଜି ସରକାରୀ କର୍ମଚାରୀଙ୍କୁ ଲାଭ ମିଳିବ । ଶିକ୍ଷାକ୍ଷେତ୍ରରେ ଆପଣଙ୍କ ରୁଚି ବଢିବ । ସମାଜରେ ପ୍ରତିଷ୍ଠା ବଢିବ । ବିଦେଶକୁ ପଢିବାକୁ ଯାଇ ପାରିବେ ନାହିଁ । ପରିବାରରେ ଶାନ୍ତିର ପରିବେଶ ରହିବ । ମିତ୍ର ଓ ସମ୍ପର୍କୀୟଙ୍କ ସହଯୋଗ ମିଳିବ ଯାହା ଫଳରେ କି  ଆପଣଙ୍କ ଉତ୍ସାହ ବଢିବ । ବିଦେଶୀ ସମ୍ପର୍କ ଭଲ ରହିବା ଦ୍ଵାରା ଲାଭ ମିଳିବ । ଆପଣଙ୍କ ବହୁତ ମହତ୍ବପୂର୍ଣ ପଦ ପଦବୀରେ ଥିବା ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ସ୍ଥାପିତ ହେବ ଯାହା ଦ୍ୱାରା ଭବିଷ୍ୟତରେ ଲାଭ ଦେବ । ଆପଣ ଭାବି ଚିନ୍ତି ସବୁ ନିଷ୍ପତି ନିଅନ୍ତୁ । ନଚେତ ଅସୁବିଧାରେ ପଡ଼ିପାରନ୍ତି । ମନ୍ଦିରରେ କଦଳୀ ଦାନ କରନ୍ତୁ । ଆପଣଙ୍କ ସହ ସବୁ ଭଲ ହେବ ।

କନ୍ୟା

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ମିତ୍ରଙ୍କ ସହ ଦେଖା ହୋଇ ପାରେ ଆପଣ ବହୁତ ଖୁସି ହେବେ । ଆପଣଙ୍କ କାର୍ଯ୍ୟ ଶୈଳୀରେ ଅଧିକାରୀମାନେ ପ୍ରଭାବୀତ ହେବେ । କାର୍ଯ୍ୟ ଭାର ଅଧିକ ହେବାରୁ କ୍ଳାନ୍ତ ଅନୁଭବ କରିବେ । ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଭବିଷ୍ୟତ ପାଇଁ ନିବେଶ କରିବେ । ଯଦି ସାବଧାନ ରହିବେ ତେବେ ଜୀବନର ସବୁଠୁ ମହତ୍ବପୂର୍ଣ ଭୁଲ କରିବା ଠାରୁ ବଞ୍ଚିଯିବେ । ପ୍ରତିଯୋଗୀତା ମୂଳକ ପରୀକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ଇଷ୍ଟ ଦେବଙ୍କୁ ପ୍ରଣାମ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ସବୁ କାମ ମନ ମୁତାବକ ହେବ । ପାରିବାର ସହ ବୁଲିବାକୁ ଯାଇ ପାରିନ୍ତି । ଆପଣ ନୂଆ ଘର କିଣିବେ ନଚେତ ପୁରୁଣା ଘରକୁ ନୂତନ କରିବାକୁ ଚେଷ୍ଟା କରିବେ । ଅଚାନକ କୌଣସି ଅଚଳ ସମ୍ପତି ପ୍ରାପ୍ତ ହେବ । ଯଦି ଆପଣ କୌଣସି ବ୍ୟବସାୟ ବୁଝି ବିଚାରି କରୁଛନ୍ତି ତେବେ ସେଥିରେ ସଫଳତା ପାଇବେ କାରଣ ଆପଣଙ୍କ ପାର୍ଟନର ଆପଣଙ୍କୁ ପୁରା ସହଯୋଗ କରିବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କୁ ଲାଗିବ କି ଆପଣଙ୍କ ଚେଷ୍ଟାର ସଠିକ ଫଳ ଆପଣଙ୍କୁ ମିଳୁ ନାହିଁ । ଗରିବ ଲୋକଙ୍କୁ କ୍ଷୀରୀ ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବିଚ୍ଛା

ଆଜି ଦିନ ଭଲରେ କଟିବ । ନିଜର ସବୁ କାର୍ଯ୍ୟରେ ସଫଳତା ମିଳିବ । କୌଣସି ବ୍ୟକ୍ତି ଆପଣଙ୍କୁ ସାହାର୍ଯ୍ୟ କରି ପାରନ୍ତି । ଆପଣ ନିଜର ସବୁ ଦୁର୍ବଳତା ଉପରେ ବିଜୟ ହାସଲ କରିବେ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳିବ ଓ ଆପଣଙ୍କୁ ସଠିକ ସମୟର ଅପେକ୍ଷା କରିବାକୁ ପଡିବ । କାରୋବାରରେ ଲାଭ ମିଳିବ । ଧନର ଦବା ନବା କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସବୁ ସହଯୋଗୀଙ୍କ ସହଯୋଗ ମିଳିବା ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ନିଜ ବୁଦ୍ଧି ଅନୁସାରେ କାର୍ଯ୍ୟ କରନ୍ତୁ । ଭଗବାନ ଗଣେଶଙ୍କୁ ଲଡୁ ଭୋଗ ଲଗାନ୍ତୁ କ୍ୟାରିୟରରେ ସଫଳତା ମିଳିବ ।

ଧନୁ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ । ଅଟକି ଥିବା କାର୍ଯ୍ୟରେ କୌଣସି ମିତ୍ରଙ୍କ ସହଯୋଗ ମିଳିବ । ଆପଣଙ୍କ କିଛି ଖୁସି ଖବର ମିଳି ପାରେ । ପରିବାର ସଦସ୍ୟଙ୍କ ସହ ଭଲ ତାଳମେଳ ରହିବ । ସବୁ କାର୍ଯ୍ୟରେ ପରିବାରର ସହଯୋଗ ମିଳିବାରୁ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆୟ ବଢିବାରୁ ଆର୍ଥିକ ସ୍ଥିତି ଭଲ ରହିବ । ସମ୍ପତ୍ତିରେ ନିବେଶ ଲାଭଦାୟକ ରହିବ । ସେୟାର ବଜାର, ଲଟେରି ଭଳି କ୍ଷେତ୍ରରୁ ଦୂରେଇ ରୁହନ୍ତୁ । ନଚେତ କ୍ଷତିରେ ପଡ଼ି ପାରନ୍ତି । ଗଣେଶଙ୍କୁ ଆରତୀ କରନ୍ତୁ ଜୀବନରେ ଅନ୍ୟ ଲୋକଙ୍କ ସହଯୋଗ ମିଳିବ ।

ମକର

ଆଜିର ଦିନ ଭଲରେ କଟିବ । କୌଣସି କାମରେ ସଫଳତା ମିଳିବ । ସମୟ ସମୟରେ ଆପଣଙ୍କ ଭାଇ ଭଉଣୀଙ୍କ ସହଯୋଗ ମିଳିବା ଦ୍ଵାରା ପରିବାରର ସବୁ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ପାରିବେ । କାରୋବାରରେ ଧନ ପ୍ରାପ୍ତି ହେବାର ସୁଯୋଗ ମିଳିବ । ଚାକିରିରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ମିଳିବା ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ମିଳିବ । କଠିନ ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ମିଳିବ । ସବୁ କାର୍ଯ୍ୟରେ ମିତ୍ରଙ୍କ ସହଯୋଗ ମିଳିବ । ମନ୍ଦିରରେ କିଛି ସମୟ ବିତାନ୍ତୁ ସବୁ ସମ୍ପର୍କ ମଜବୁତ ରହିବ।

କୁମ୍ଭ

ଆଜି ଦିନ ବହୁତ ଭଲରେ କଟିବ । ଆଜି ସାମାଜିକ କାର୍ଯ୍ୟରେ ମନ ଲାଗିବ । ଛାତ୍ରମାନେ ସଫଳତା ପାଇବେ । ପାରିବାରିକ ଜୀବନ ଭଲରେ କଟିବ । ଯଦି ଆପଣ ପରିବାର ଠାରୁ ଦୂରରେ ରହୁଥିଲେ ତେବେ ବର୍ତ୍ତମାନ ସମୟରେ ନିଜ ପରିବାର ସହ ରହି ସମୟ ବିତାଇବେ । ଧନ ପ୍ରାପ୍ତି ପାଇଁ ବିଦେଶ ଯାତ୍ରା ଶୁଭ ରହିବ । ବ୍ୟବସାୟରେ ଉନ୍ନତି ହେବ । ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ସମସ୍ୟା ଉପୁଜି ପାରେ । ଗଣେଶଙ୍କୁ ସ୍ମରଣ କରି ମୁଗ ଦାନ କରନ୍ତୁ ସମାଜରେ ପ୍ରତିଷ୍ଠା ବଢିବ ।

ମୀନ

ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ମିତ୍ରଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଆର୍ଥିକ ସ୍ଥିତି ଉଚ୍ଚ ନିଚ୍ଛ ରହିପାରେ । ଆତ୍ମବିଶ୍ଵାସରେ କରିଥିବା କାର୍ଯ୍ୟରେ ସଫଳତା ମିଳିବ । ସ୍ଥିର ମନରେ କରିଥିବା କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ଅଛି କିନ୍ତୁ ଅନାବଶ୍ୟକ ଖର୍ଚ ବଢିପାରେ । ପାରିବାରିକ ସମସ୍ୟା ସୃଷ୍ଟି ହୋଇପାରେ । ଆପଣଙ୍କୁ ଏହି ଭଳି ସମସ୍ୟାକୁ ସାମ୍ନା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ । କୌଣସି ଅନାଥ ଆଶ୍ରମରେ ପିଲାଙ୍କୁ ଉପହାର ଦିଅନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।