October ପହିଲାରୁ ଲାଗୁ ହେଲା ଏହି ସବୁ ନୂଆ ନିୟମ, ଦେଖନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

ଆସନ୍ତା ଅକ୍ଟୋବର ପହିଲାରୁ ଅନେକ ଗୁଡ଼ିଏ ନିୟମ ଲାଗୁ ହେବାକୁ ଯାଉଛି । ଟ୍ରାଫିକ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ବିମା ପର୍ଯ୍ୟନ୍ତ । ପହିଲାରୁ ପ୍ରାୟେକ କ୍ଷେତ୍ରରେ କିଛି ନୂଆ ନିୟମ ଲାଗୁ ହେବ । ଯାହା ସାଧାରଣ ଲୋକଙ୍କୁ ଜାଣିବାର ନିହାତି ଆବଶ୍ୟକ । ଜାଣନ୍ତୁ ଅକ୍ଟୋବର ୧ ଠାରୁ କେଉଁ କେଉଁ ନିୟମ ରେ ପରିବର୍ତ୍ତନ ହେବାକୁ ଯାଉଛି ।

ଅକ୍ଟୋବର ୧ ରୁ ମୋଟରଯାନ ଆଇନ ରେ ସଂଶୋଧନ ହେବାକୁ ଯାଉଛି । ପହିଲାରୁ ଗାଡ଼ି ଲାଇସେନ୍ସ, ରେଜିଷ୍ଟ୍ରେସନ, ଫିଟନେସ ପରି କାଗଜ ପତ୍ର ସରକାର ଙ୍କ ଦ୍ଵାରା ପରିଚାଳିତ ୱେବସାଇଟ ରେ ମେଣ୍ଟେନ କରିପାରିବେ ଗାଡ଼ି ଚାଳକ । ଏବେ ଗାଡ଼ି ଚାଳକ ଙ୍କୁ କୌଣସି କାଗଜ ପତ୍ର ଆଊ ସାଥିରେ ନେବାକୁ ପଡ଼ିବ ନାହିଁ ।

ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିପାରିବେ ଗାଡ଼ି ଚାଲକ କିନ୍ତୁ ଗୋଟିଏ ସର୍ତ୍ତରେ । କେବଳ ରୁଟ ନେବିଗେସନ ପାଇଁ ଗାଡ଼ି ଚଳାଉ ଥିବା ବେଳେ ମୋବାଇଲ ବ୍ୟବହାର କରିପାରିବେ । କିନ୍ତୁ ଫୋନ ରେ କଥା ହେଉଥିବାର ଧରା ପଡିଲେ ଗାଡ଼ି ଚାଳକ ଙ୍କୁ ଜୋରିମାନା ଦେବାକୁ ପଡ଼ିବ ।

ଆଇ ଆର ଡି ଆଇ ନିୟମ ଅନୁଯାୟୀ ସ୍ବାସ୍ଥ୍ୟ ବୀମା ପଲିସି ରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ପହିଲାରୁ କମ ଦରରେ ଅଧିକ ସୁବିଧା ପାଇପାରିବେ ବୀମା ଧାରକ । ଯଦି ଲଗାତାର ୮ ବର୍ଷ ପ୍ରୀମିଅମ ଭରିଥାନ୍ତି ତେବେ କମ୍ପାନୀ କୌଣସି କାରଣ ଦର୍ଶାଇ ଆପଣଙ୍କ ଆବେଦନ ରିଜେକ୍ଟ କରି ପାରିବେନି ।

ବିଦେଶ କୁ ଟଙ୍କା ପଠାଇବା ଉପରେ ନିଆ ଯାଇଥିବା ଟିକସ କୁ ନେଇ ମଧ୍ୟ କେନ୍ଦ୍ର ସରକାର ନୂଆ ନିୟମ ଆଣୁଛନ୍ତି । ଯାହା ଅକ୍ଟୋବର ପହିଲାରୁ ଲାଗୁ ହେବ । କିନ୍ତୁ ଏବେ ଅତିରିକ୍ତ ୫ ପ୍ରତିଶତ ଅଧିକ TCS ଚାର୍ଜ ଦେବାକୁ ପଡ଼ିବ ।

Fssai ମଧ୍ୟ ଖାଦ୍ୟ ର ଗୁଣବତ୍ତା କୁ ନେଇ ନୂଆ ଧାରଣର ପରିବର୍ତ୍ତନ କରିବାକୁ ଯାଉଛି । ପହିଲାରୁ ସୋରିଷ ତେଲରେ ଅନ୍ୟ କୌଣସି ମିଶ୍ରଣ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯିବ । ଲୋକଙ୍କୁ ଶୁଦ୍ଧ ସୋରିଷ ତେଲ ଯୋଗାଇଦେବାକୁ ଏଭଳି ନିଷ୍ପତି ନେଇଛି fssai ।

ଦୋକାନରେ ତିଆରି ହୋଇଥିବା ଖୋଲା ମିଠା ମାନଙ୍କର ଏକ୍ସପାରୀ ଡେଟ ଖୋଲା ରଖିବାକୁ ହେବ ।

ଅକ୍ଟୋବର ପହିଲାରୁ ନୂଆ ଟିଭି ମଧ୍ୟ କିଣିବା ମାହାଙ୍ଗା ହେବ । ନୂଆ ଟିଭିର ଦର ବଢିବ ।

ଏହା ଥିଲା ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଥିବା ନିୟମ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜାଣନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।