ବ୍ୟକ୍ତି ତା ଦୈନନ୍ଦିନ ଜୀବନ ରେ କଣ ଦେଖିଲେ ଅମଙ୍ଗଳ ହୁଏ ଓ କେଉଁ ଜିନିଷ ଦେଖିବା ମଙ୍ଗଳ ହୁଏ ! ଜାଣନ୍ତୁ ଶାସ୍ତ୍ରଗତ ପ୍ରମାଣ

ନମସ୍କାର ବନ୍ଧୁଗଣ ।  ଶାସ୍ତ୍ରଗତ ଭାବରେ ମଣିଷ କେଉଁ କେଉଁ ଜିନିଷ ଦେଖିବା ଉଚିତ୍ ଓ ଶୁଭ ହୋଇଥାଏ ଏବଂ କେଉଁ ସବୁ ଜିନିଷ ଦେଖିବା ଅଶୁଭ ଅଟେ ତାହା ଅଧିକାଂଶ ଲୋକେ ଜାଣିନଥାନ୍ତି । ମାତ୍ର ଆଜି ଆପଣମାନଙ୍କୁ କହିବୁ ଯେ କୁମ୍ଭପୁରାଣ ଅନୁସାରେ କେଉଁ ଜିନିଷ ଦେଖିଲେ ମଣିଷ ର ମଙ୍ଗଳ ହୁଏ ଓ କେଉଁ ଜିନିଷ ଅଶୁଭ । ଶାସ୍ତ୍ର ଅନୁସାରେ ଆପଣ ଶଯ୍ୟାତ୍ୟାଗ କରିବା ପରେ ଚନ୍ଦନ ,ସୁନା ,ମୁଦଙ୍ଗ ଓ ଦର୍ପଣ ଆଦିକୁ ଦର୍ଶନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଏସବୁ ଜିନିଷକୁ ଦର୍ଶନ କରି ଭଗବାନ ସୂର୍ଯ୍ୟନାରାୟଣକୁ ପ୍ରଣାମ କରିବା ନିହାତି ଆବଶ୍ୟକ ହୋଇଥାଏ । ଯେଉଁ ବ୍ୟକ୍ତି ପ୍ରାତକାଳରୁ ଏହି ସବୁ କରନ୍ତି ତାଙ୍କ ଦିନ ବହୁତ ଭଲରେ କଟିଥାଏ । ଶାସ୍ତ୍ର କୁହେ ଯେ ଆମ ଚର୍ତୁପାଶ୍ଵ ରେ ଏଭଳି କେତେକ ଦ୍ରବ୍ଯ ରହିଥାଏ ଯାହାକୁ ଦର୍ଶନ କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଆମ ଘରକୁ ପରିତ୍ୟାଗ କରି ଚାଲିଯାଇଥାନ୍ତି ।

ସନ୍ଧ୍ଯା ସମୟର୍ରେ ଆକାଶରେ ଗୋଟିଏ ତାରା ଦର୍ଶନ କରିବା ଅଶୁଭ ହୋଇଥାଏ । ଯାହା ଫଳରେ ଆପଣ କୋଣସି ରୋଗରେ ପୀଡିତ ହୋଇପାରିବେ । ଏଣୁ ଯଦି କେବେ ଉଦିତ ହୋଇଥିବା ଗୋଟିଏ ତାରା କୁ ଦେଖନ୍ତି ତେବେ ତତ୍ କ୍ଷଣିକ ମହାପ୍ରଭୁ ,ଭଗବାନ ଶିବଙ୍କୁ ସ୍ମରଣ କରି ନାରଦଙ୍କ ମନ୍ତ୍ରକୁ ସାତଥର ଉଚ୍ଚାରଣ କରିବା ଦ୍ଵାରା ତାହା ଦୂର ହୋଇଥାଏ ଓ ଆପଣଙ୍କର ସ୍ଵାସ୍ଥଗତ ସମସ୍ୟା ଉପୁଜିନଥାଏ ।

ଆପଣମାନେ ଯଦି ଶ୍ଵେତ କୁଆକୁ ଦର୍ଶନ କରିଥାନ୍ତି ତାହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । ଏହା ଆପଣଙ୍କ ଉପରେ ଦୋଷାଆରୋପ ହୁଏ ତେଣୁ ଏହାର ପ୍ରାୟଶ୍ଚିତ କରିବା ଦରକାର । ଭାଦ୍ରବ ମାସ  ଶୁକ୍ଲପକ୍ଷ ଚତୁର୍ଥ ତିଥିର ଚନ୍ଦ୍ରମାକୁ ଦେଖିବା ଅଶୁଭ ହୋଇଥାଏ ।ଏହା ଦ୍ଵାରା ଆପଣଙ୍କ ମାନସମ୍ମାନ ଜନିତ କ୍ଷତି ଘଟିଥାଏ ଏବଂ ଗୌରବ ହାନି ହୋଇଥାଏ । ଯଦି ଆପଣ ଆପଣଙ୍କ ଛାଇକୁ ପାଣି ବା କାନ୍ଥ ରେ ଦେଖୁଛନ୍ତି ତେବେ ଏହା ମାତା ଲକ୍ଷ୍ମୀଙ୍କୁ ପସନ୍ଦ ହୋଇନଥାଏ ।

ଏଣୁ ସେ ଆପଣଙ୍କ ଘରୁ ଛାଡି ଚାଲିଯାଇଥାନ୍ତି । ଯାହା ଫଳରେ ଆପଣଙ୍କ ଆର୍ଥିକସ୍ଥିତି ଦୁର୍ବଳ ହୋଇଯାଇଥାଏ । ତେଣୁ କରି ନିଜର ପ୍ରତିଛବି କୁ ଜଳ ରେ ଦର୍ଶନ କରନ୍ତୁ ନାହିଁ ।ମଳ ବା ମୁତ୍ର ତ୍ୟାଗ କରୁଥିବା ସମୟରେ ତାହାକୁ ଦର୍ଶନ କରିବା ଅନୁଚିତ୍ ଏଣୁ ତାହା  କରନ୍ତୁ ନାହିଁ । ଶ୍ମଶାନ ରେ ଶବଦାହ  କରୁଥିବା  ବ୍ୟକ୍ତିକୁ ଦର୍ଶନ କରିବା ଅନୁଚିତ୍ ହୋଇଥାଏ ।  ତେଲ ଓ ଜଳ ରେ କେବେବି ନିଜର ଛବି କୁ ଦର୍ଶନ କରନ୍ତୁ ନାହିଁ ।

ସ୍ତ୍ରୀ ଭୋଜନ କରୁଥିବା ସମୟରେ ସ୍ଵାମୀ ଦର୍ଶନ କରିବା ଅନୁଚିତ୍ ହୋଇଥାଏ ବୋଲି ଶାସ୍ତ୍ର କହିଥାଏ । ତେଣୁ ଆପଣ ଆପଣଙ୍କ ଦୈନନ୍ଦିକ ଜୀବନରେ ଏସବୁ ଭୁଲ କରନ୍ତୁ ନାହିଁ । ନହେଲେ ଏହାର କୁପ୍ରଭାବ ଆମ ଜୀବନରେ ପଡିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।