ନମସ୍କାର ବନ୍ଧୁଗଣ । ଗତ କାଲି ରାତି 1 ଟା ରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେ ବସ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଆଉ ଏତେ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ନବୀନ ପଟ୍ଟନାୟକ 3 ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରିବାର ଘୋଷଣା କରିଛନ୍ତି । ଆଜି ସକାଳୁ ସକାଳୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣା ରେ କିଛି ଲୋକଙ୍କର ମୃତ୍ୟୁ ଘଟଣା ରେ ନବୀନ ବାବୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏହା ସହ ମୃତକ ଙ୍କ ପରିଜନ ଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ରୁ 3 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ସହ ମୃତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଗତ କାଲି ରାତି 1ଟା ରେ ଯେଉଁ ଭଳି ଦୁର୍ଘଟଣା ଘଟିଲା ତାହା ସମସ୍ତଙ୍କୁ ଚକିତ କରି ଦେଇଛି । କାରଣ ଆଜି ସକାଳୁ ଖବର ଆସି ପହଞ୍ଚିଛି କନ୍ୟା ଯାତ୍ରୀ ଗାଡିକୁ ଧକ୍କା ଦେଇଛି OSRTC ।
ଯାହା ଫଳରେ 12 ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଏହା ସହ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଗୁରୁତର ଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ଯାହାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତରୀୟ ନବୀନ ପଟ୍ଟନାୟକ । ଏହା ସହ ସେ ଆସୁ ଆରୋଗ୍ଯ କାମନା କରିଛନ୍ତି । ଘଟଣା ସ୍ଥଳକୁ ନବୀନ ବାବୁ ତୁରନ୍ତ ଯାଇ ସହାୟତା ଯୋଗାଇ ଦେବା ପାଇଁ ଅର୍ଥ ମନ୍ତ୍ରୀ ଓ ଗଞ୍ଜାମ ର BCC ଅଧ୍ୟକ୍ଷ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଗତ କାଲି ରାତି 1ଟା ରେ ବାଘର ସାରି ଫେରୁଥିବା କନ୍ୟା ଯାତ୍ରୀ ବସ ର ଦୁର୍ଘଟଣା ହୋଇଥିଲା । ଆଉ ଯେଉଁଥି ରେ 12 ଜଣଙ୍କର ଜୀବନ ଯାଇଥିଲା । ଆଉ ଏ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାହା ଏ ଦ୍ରୁଶ୍ଯ ରୁ ସ୍ପଷ୍ଟ ହେଉଛି । ତେବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ଙ୍କ ପରିବାରକୁ ଭେଟି ସାନ୍ତ୍ଵନା ଦେଇଛନ୍ତି । ତେବେ ବସ ଦୁର୍ଘଟଣା କେଉଁ କାରଣ ପାଇଁ ହୋଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।
ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।