ଗଞ୍ଜାମ ବସ ଦୁର୍ଘଟଣା କୁ ନେଇ ବସ ଡ୍ରାଇଭର କଣ କହିଲେ ?

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଅନେକ ସମୟରେ ଟ୍ରେନ ଓ ବସ ଦୁର୍ଘଟଣା ପ୍ରାୟତଃ ପ୍ରତି ଦିନ ଦେଖିବାକୁ ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯାହାକୁ କେହି ବି ସହଜରେ ଭୁଲି ପାରୁ ନାହାନ୍ତି । ଟ୍ରେନ ଦୁର୍ଘଟଣା ବାରମ୍ବାର ଘଟୁଥିବା ବେଳେ ଏବେ ବସ ଦୁର୍ଘଟଣା ମଧ୍ୟ ଭୟଙ୍କର ଭାବେ ଘଟୁଛି । ଯାହା ପାଇଁ ଅନେକ ନିରୀହ ଲୋକଙ୍କର ଜୀବନ ଚାଲି ଯାଉଛି । ତେବେ ଏଭଳି ଏକ ଖବର ଆସି ପହଞ୍ଚି ।

ଯାହା ପାଇଁ ଓଡିଶା ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଏକ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁଯାୟୀ ଗତ କାଲି ରାତି 1 ଟା ସମୟରେ ଏକ ବସ ଦୁର୍ଘଟଣା ଘଟିଛି । ବସ ଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ବସ ଦୁର୍ଘଟଣା ଅଘଟିଛି । ଆଉ ଏହି ବସ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ 12 ଜଣଙ୍କର ମୃତ୍ୟୁ ଘଟିଛି ।

ଯାହା ଏବେ ଯାଏଁ ସୂଚନା ମିଳିଛି । ତେବେ ବସ ଦୁର୍ଘଟଣା କାରଣରୁ ବସ ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଏ ନେଇ ଗଣମାଧ୍ୟମ ରେ ବସ ଡ୍ରାଇଭର କେଦାର ପ୍ରତାପ ନିଜର ମତ ଦେଇଛନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଡ୍ରାଇଭର ଜଣକ କହିଛନ୍ତି ଯେ “ମୁଁ ବରମପୁର ଯାଉଥିଲୁ ରାତି ପ୍ରାୟ 11ରୁ 12 ଟା ସମୟ ହେବ ।

ମୁଁ ମୋ ବାଟରେ ଯାଉଥିଲି ସେ ହାଇଟେକ ଆଣି ବାଡେଇଲା । ସେ ଗାଡି କଥା କହି ପାରିବି ନାହିଁ କିନ୍ତୁ ମୋ ଗାଡି ବହୁତ ସ୍ଲୋ ଥିଲା । କାରଣ ମୋ ଗାଡି ରେ 27 ଜଣ ପ୍ୟାସେଞ୍ଜର ଥିଲେ । ମୋ ବସ କୁ ଯେମିତି ଗାଡି ବାଡେଇଲା ମୋ ବସ ପଲଟି ଗଲା । 27 ଜଣ ଯାତ୍ରୀ ବସିଥିଲେ କେହି ବି ଛିଡା ହୋଇ ନ ଥିଲେ । କେବଳ ହେଲପର ଛିଡା ହୋଇଥିଲା ।

ମୁଁ ଲେଫ୍ଟ କୁ ସାଇଡ କରି ରଖିକି ଲାଇଟ ଅଫ କରି ସ୍ଲୋ କରିଛି । ଆଉ ଠିକ ସେହି ସମୟରେ ସେ ଗାଡି ଆସି ହଠାତ ମୋ ବସ କୁ ବାଡେଇଲା । ଯେମିତି ବାଡେଇଲା ବସ ଟି ପଲଟି ଗଲା” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।