ନିଜ ମା କୁ ପର ଘରେ କାମ କରିବାର ଦେଖି ମା ପାଇଁ ହେଲେ IAS ଅଧିକାରୀ ।

ପର ଘରେ ମଜୁରି ଲାଗୁଥିବା ମା ପାଇଁ IAS ହେଲେ । ଘୋର ଦାରିଦ୍ରତାକୁ ମାତ ଦେଇ ସଫଳ ହେଲେ । ହଁ ଦର୍ଶକ ବନ୍ଧୁ ହରିୟାନାର ସୁନା ଝିଅ ଦିବ୍ୟା ତନବର ଙ୍କ କଥା । ୨୦୨୩ UPSC ପରୀକ୍ଷାରେ ୧୦୫ତମ ସ୍ଥାନ ପାଇପାରି ହୋଇପାରିଛନ୍ତି IAS ଅଧିକାରୀ । ହେଲେ ତାଙ୍କ ସଫଳତା ପଛରେ ଯେଉଁ କାହାଣୀ ରହିଛି ତାହା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ । ତେବେ ସ୍ଥିତି ଯେତେ ଜଟିଳ ହେଉ ନା କାହିଁକି ମଣିଷ ଯେଉଁ ସ୍ଥାନରେ ଥାଉ ନା କାହିଁକି ।

ଯଦି ଲକ୍ଷ୍ୟ ସ୍ଥିର, ଇଚ୍ଛା ଶକ୍ତି ଦୃଢ ମନୋବଳ, କଠିନ ପରିଶ୍ରମ ଜାରି ରୁହେ ତେବେ ଭୟ ବଦଳିଯିବାକୁ ଅଧିକ ସମୟ ଲାଗେ ନାହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଦିବ୍ୟା । ନିଜ ମା ର ସବୁ ଯନ୍ତ୍ରଣାକୁ ଏବେ ଦୂରେଇ ପାରିଛନ୍ତି ଦିବ୍ୟା । ଦିବ୍ୟାଙ୍କୁ ମାତ୍ର ୯ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ହୃଦଘାତ କାରଣରୁ ପରଲୋକ ଘଟିଥିଲା । ନିଜ ସ୍ବାମୀଙ୍କୁ ହରାଇ ମା ଭାଙ୍ଗି ପଡିଥିଲେ ବି ହାର ମାନି ନ ଥିଲେ ।

ସ୍ବାମୀଙ୍କ ମୃତ୍ୟୁ ପରେ ପର ଘରେ କାମ କରି ୩ ପ୍ରାଣୀଙ୍କ ଭରଣପୋଷଣ କରିଲେ ମା । ସ୍ଥିତି ଏଭଳି ଥିଲା ଯେ ମାତ୍ର ୧୦ ଟଙ୍କା ପାଇଁ ମା ଦିନ ସାରା ପର ଘରେ କାମ କରୁଥିଲେ । ଆଉ ଆଜି ସେହିକଥା କହିବା ବେଳକୁ ତାଙ୍କ ଆଖିରୁ ଲୁହ ଝଋ ଆସୁହି । ଦିବ୍ୟାଙ୍କ IAS ଲକ୍ଷ୍ୟ ଧାର୍ଯ୍ୟ କରିବାର କାହାଣୀ ମଧ୍ୟ କିଛି ଭିନ୍ନ ରହିଛି । ଗାଁ ସ୍କୁଲରେ ୫ମ ଶ୍ରେଣୀରେ ପଡିଲେ ବିଦ୍ୟା । ସେହି ସମୟରେ ସ୍କୁଲର ବାର୍ଷିକ ଉଶ୍ଚାବରେ ଆସିଥିଲେ SDM ସାର ।

ତାଙ୍କୁ ସମସ୍ତେ ଅଜସ୍ର ସମ୍ମାନ ଦେଉଥିବା ଦେଖି ସେ ମଧ୍ୟ ଏଭଳି ମେମ ସାହାବ ହେବେ ଓ ମାଙ୍କର ସବୁ କଷ୍ଟ ଦୂର କରିବେ ବୋଲି ସ୍ଥିର କରିଲେ । ଏହାପରେ ନବୋଦୟ ସ୍କୁଲରେ ଦିବ୍ୟାଙ୍କର ସିଲେକ୍ସନ ହେଲା । ସେଠାରେ ଦ୍ଵାଦଶ ପାସ କରି ସରକାରୀ କଲେଜରେ ଗ୍ରାଜ୍ଯୁଏଟ ପାସ କରିଲେ । UPSC ପରୀକ୍ଷା ପାଇଁ ତାଙ୍କ ପାଖରେ ଅର୍ଥ ସମ୍ବଳ ନ ଥିଲା କି ବାହାରେ ରହି ପଢିବାର ସୁଯୋଗ ନ ଥିଲା ।

ଘରକୁ ଫେରି ସେକେଣ୍ଡ ହ୍ୟାଣ୍ଡ ଫୋନରୁ IAS ଷ୍ଟୋରି ଦେଖିବା ସହ ପାଖ ସହରରେ ଥିବା ଲାଇବ୍ରେରୀ କୁ ଯାଇ ପଢିବାକୁ ଆରମ୍ଭ କରିଲେ । ଏଥିରେ ତାଙ୍କର ଆବଶ୍ୟକତା ପୂରଣ ନ ହେବାରୁ ସେ ପାଖ ସ୍କୁଲରେ ପାର୍ଟ ଟାଇମ ପଢାଇବାକୁ ପିଲାଙ୍କୁ ଟିୟୁସନ କରିଲେ । ଆଉ ସେଥିରୁ ମିଳୁଥିବା ଟଙ୍କାରୁ ବହି କିଣି ଦିନକୁ ୮ ଘଣ୍ଟା ପରିଶ୍ରମ କରୁଥିଲେ ଦିବ୍ୟା ।

ମାତ୍ର ୨୨ ବର୍ଷରେ UPSC ପରୀକ୍ଷା ଦେଇ ୪୩୮ ସ୍ଥାନ ପାଇ IPS ଭାବେ ଯୋଗ ଦେଲେ । ଏତିକିରେ ତାଙ୍କ ମନ ମାନି ନ ଥିଲା ତେଣୁ ପୁଣି UPSC ପରୀକ୍ଷା ଦେଇ ୧୦୫ ସ୍ଥାନ ଅଧିକାର କରିଲେ ୨୩ ବର୍ଷରେ ବନିଗଲେ IAS ଅଧିକାରୀ । ସେ ମହେନ୍ଦ୍ରଗଡର ଭାଇରାଲ ଗାର୍ଲ ଭାବେ ବେଶ ଜଣାଶୁଣା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।