ବୁଢୀ ମା’ ଙ୍କୁ ବାବୁ ଘର ପରା ଟଙ୍କା ଦେଇଛନ୍ତି… ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଯେତେ ଝଡ ଝଞ୍ଜା ଆସିଲେ ବି ଛାତି ଫଟାଇ ତାର ମୁକାବିଲା କରେ ମାଆ । କାହିଁକି ଗୋଟେ ମା ପାଖରେ ସେତିକି ଧର୍ଯ୍ୟ ଶକ୍ତି ଅଛି । ସେ ସବୁ ସ୍ଥିତିର ସାମ୍ନା କରି ପାରିବ । ଅଧିକାଂଶ ସମୟରେ ଏମିତି ଦୃଶ୍ୟ ଦେଖିଲେ ନିଶ୍ଚୟ ଆଖି ରୁ ଲୁହ ଝଋ ଆସିବ । ଆଉ ନିଜ ମା ଙ୍କ ଛବି ଆଖି ଆଗରେ ନାଚି ଉଠେ । କିଛି ସମୟ ପାଇଁ ଏମିତି ଲାଗେ କି ଯଦି ସେ ଆମ ମା ହୋଇଥାନ୍ତେ ।

ସେ ବି ଆଉ କାହାର ମା ହୋଇଥିବେ ସେ ବି କାହାର ସ୍ତ୍ରୀ ହୋଇଥିବେ । ସୁଖ ଦୁଖ ସହି ସହି ପଥର ପାଲଟି ଯାଇଛି । ପରିଣତ ବୟସରେ ତା ଭାଗ୍ୟରେ ପୁଣି ଏମିତି ଦୁଖ ଥାଏ ତାହା କେହି ବିଶ୍ଵାସ କରି ପାରିବେ ନାହି । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଆଖି ଜକେଇ ଆସିବ । ବାଣ ଫୁଟୁଛି ବାଜା ବାଜୁଛି ।

ଦାମୀ ଗାଡିରେ ବର ବି ବସିଛି । କିନ୍ତୁ ବରଯାତ୍ରୀ ଙ୍କ ଭିଡରେ ଜଣେ ବୁଢୀ ମା ଥକି ପଡିଲେଣି । ଅଣ୍ଟାରେ ବଳ ନାହି ତଥାପି ହାତ ଉପରକୁ ଟେକି ଲାଇଟ ଧରିଛନ୍ତି ବୁଢୀ ମା । ବୁଢୀ ମା ର ବ୍ୟସ୍ତ ବିବ୍ରତ ଦେଖି ଏମିତି ଲାଗୁଛି କିଛି ସମୟ ପାଇଁ ଲାଇଟ ରଖି ଦେଲେ ତାଙ୍କୁ ଆରାମ ଲାଗିବ । କିନ୍ତୁ କଣ କରିବେ ଲାଇଟ ଧରିବା ପାଇଁ ବାବୁ ଘର ପରା ଟଙ୍କା ଦେଇଛନ୍ତି । ମା ଆଖିରେ ସିନା ଲୁହ ନାହି କିନ୍ତୁ ତାଙ୍କ ହୃଦୟ କାନ୍ଦୁଛି ।

ଶିତୁଆ ରାତି ଦେହରେ ସ୍ଵିଟର ଆଉ ପାଦରେ ଚପଲ ପିନ୍ଧି ନିଦରେ ଆଖି ଦୁଇଟି ଥକି ପଡିଲାଣି ବୁଢୀ ମା ର । କିନ୍ତୁ ବୁଢୀ ମା ଆଖି ରେ ପଲକ ପଡୁନି । କାହିଁକି ନା ବାବୁ ଘର ତାଙ୍କୁ ଟଙ୍କା ଦେଇଛନ୍ତି ବରଯାତ୍ରି ରେ ଲାଇଟ ଧରିବାକୁ । ବେଳେବେଳେ ସମୟ ଓ ପରିସ୍ଥିତି କେଉଁଠି କାହାକୁ ଛିଡା କରି ଦିଏ କହିବା ବଡ କଷ୍ଟକର କଥା ।

କିନ୍ତୁ ପରିଣତ ବୟସରେ ବୁଢୀ ମା ଙ୍କର ଏଭଳି ଅବସ୍ଥା ଦେଖି ମନରେ ସ୍ଵାଭାବିକ ପ୍ରଶ୍ନ ଆସିବ କି ତାଙ୍କ ଘର ପରିବାର ଅଛନ୍ତି କି ନାହାନ୍ତି । ଆଦି ଅଛନ୍ତି ତେବେ ଶିତୁଆ ରାତିରେ ବୁଢୀ ମା ଜଣକ କାହିଁକି ଏତେ ଯନ୍ତ୍ରଣା ସହୁଛନ୍ତି । ଯଦିଓ ଭାଇରାଲ ଭିଡିଓ ଟି କେଉଁ ଅଞ୍ଚଳର ଜଣା ପଡି ନାହି କିନ୍ତୁ ବୁଢୀ ମା ଙ୍କ ନିରୀହ ଚେହେରା ଦେଖିଲେ ଆମ ମାନଙ୍କ ମା ଙ୍କର ଚେହେରା ଆଖି ଆଗରେ ନାଚି ଉଠୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।