ଦରିଦ୍ରର ବନ୍ଧୁ Silu, କାଲି ସାହାଯ୍ୟ କରୁଥିଲେ ଆଜି ସାହାଯ୍ୟ ମାଗୁଛନ୍ତି, Video ଦେଖି ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ । ଭୋକିଲା ପେଟର ଭୋକକୁ ଖୁବ କମ ଲୋକ ଚିହ୍ନି ପାରନ୍ତି । ଅସହାୟର ଦରଦୀ ବନ୍ଧୁ ସମସ୍ତେ ହୋଇପାରନ୍ତି ନାହି । ଆଶୀର୍ବାଦ ସିନା ପାଉଥିଲେ କିନ୍ତୁ ନିଜକୁ ସେତିକି ଦୃଢ କରିପାରି ନ ଥିଲେ ବୋଧେ । ନଚେତ କାଲି ଦୁଖୀ ଦରଦୀଙ୍କ ମୁହଁରେ ହସ ଫୁଟାଉଥିବା ମଣିଷ ଟି ଆଜି ମେଡିକାଲ ବେଡ ରେ ପଡି ଯନ୍ତ୍ରଣାରେ ଛଟପଟ ହେଉ ନ ଥାନ୍ତା । ବୟସ ମାତ୍ର 27 ବର୍ଷ ।

ତାଙ୍କର ହସ ହସ ମୁହଁ ଆଉ ଦରଦୀ କଥା ପାଇଁ ଜଣେ ଅସହାୟ ମୁହଁରେ ହସ ଫୁଟାଇବାକୁ ଯଥେଷ୍ଟ ଥିଲା । ବହୁତ କିଛି ବଡ ନ କରିପାରିଲେ ବି କାହାକୁ ଖାଲି ପେଟରେ ରହିବାକୁ ଦେଉ ନ ଥିଲେ । ନିଜ ଦ୍ଵାରା ଯେତିକି ସମ୍ଭବ ସେତିକିରେ ଦୁଖୀ ଦୁଖର ସାହାରା ପାଲଟି ଯାଇଥିଲେ ଗଞ୍ଜାମ ଜଗନ୍ନାଥ ପ୍ରସାଦ ବ୍ଲକ କଇଠ ସାହିର ବିଦେଶୀ ପ୍ରଧାନ । ସିଲୁ ଭାଇ ନାମ ରେ ସେ ବେଶ ଜଣାଶୁଣା  ଥିଲେ ।

ଗୋପବନ୍ଧୁ ଚାରିଟେବଲ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ । ରକ୍ତଦାନ ଶିବିର ହେଉ ବା ଚକ୍ଷୁ ଚିକିତ୍ସା ଶିବିର ହେଉ ସବୁବେଳେ ସେ ଆଗରେ ଦେଖିବାକୁ ମିଳିଥାନ୍ତି । ସମାଜସେବା ତାଙ୍କର ନି-ଶା ଥିଲା ଯେମିତି କିନ୍ତୁ ହଠାତ ତାଙ୍କ ଜୀବନରେ ମାଡି ଆସିଲା କଳା ବାଦଲ । ଗତ 10 ତାରିଖରେ ସିଲୁଙ୍କର ଦେହ ଅସୁସ୍ଥ ହୋଇ ପଡିଲା । ପରିବାର ଲୋକେ ପ୍ରଥମେ ଜଗନ୍ନାଥ ମେଡିକାଲକୁ ନେଇ ଚିକିତ୍ସା କରାଇଲେ ।

ତା ପରେ ଭଞ୍ଜନଗର ମେଡିକାଲ ନେଇଗଲେ । ଆଉ ତା ପରେ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ପରିବାର ଲୋକେ ଭୁବନେଶ୍ବରର ଘରୋଇ ହସପିଟାଲକୁ ନେଇଗଲେ ସିଲୁଙ୍କୁ । ତାଙ୍କୁ ଭେଣ୍ଟିଲେଟର ଆଇସିୟୁରେ ରଖାଗଲା । ଏବେ ପରିବାର ଲୋକଙ୍କ ପାଖରେ ଯାହା ଥିଲା ପଇସା ସରି ଯାଇଛି । ପ୍ରତେକ ଦିନ 30 ହଜାର ଟଙ୍କାର ଆବଶ୍ୟକ ଥିବାରୁ ଅର୍ଥ ଯୋଗାଡ କରିବା କଷ୍ଟକର ହୋଇପଡୁଛି ।

ସିକିଲି ସେଲ ଆନିମିଆ, ଉଚ୍ଚ ରକ୍ତଚାପ, ନିମୋନିଆ ଭଳି ରୋଗ ରେ ପୀଡିତ ଅଛନ୍ତି ସିଲୁ । ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଆହୁରି 10 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କରିଛନ୍ତି ଯାହାକୁ ଯୋଗାଡ କରିବା ପରିବାର ପକ୍ଷରେ ସମ୍ଭବ ନୁହେଁ । ଲୋକଙ୍କ ଠାରୁ ଅର୍ଥ ଆଦାୟ କରି ଆର୍ଥିକ ସାହାଜ୍ଯ ଯୋଗାଇଥିବା ବେଳେ ଆହୁରି ଟଙ୍କାର ଆବଶ୍ୟକ ଥିବାରୁ ସହଯୋଗ ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ।

ଅନ୍ୟ ପଟେ ବିଜୁ ସ୍ୱାସ୍ଥ୍ୟ କାର୍ଡର ବ୍ୟବସ୍ଥା ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମଧ୍ୟ କିଛି ଆର୍ଥିକ ସାହାଜ୍ଯ ଦେବାକୁ ପ୍ରତିଶୃତି ଦେଇଛନ୍ତି ଜଗନ୍ନାଥ ପ୍ରସାଦର ବିଡିଓ । ଯଦି କେହି ବଦାନ୍ୟ ବ୍ୟକ୍ତି ସିଲୁଙ୍କୁ ସାହାଜ୍ଯ କରିବା ପାଇଁ ଚାହୁଁଛନ୍ତି ତେବେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।