ବୁଢା ବାପାମା’ଙ୍କୁ ଘରୁ ତଡିଲେ ୬ ମାସ ପାଇଁ ଜେଲ୍ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା – ପଢନ୍ତୁ ପୁରା ଖବର

ଆଜିକାଲି ସମାଜରେ ତ ଯାହା ଘଟୁଛି ଆପଣମାନେ ଜାଣିଥିବେ, ଆଜିକାଲିର ପିଲା ମାନେ ନିଜର ବୃଦ୍ଧ ବାପା ମାଙ୍କୁ ଏତେ ନିର୍ଯ୍ୟାତନା ଦେଉଛନ୍ତି ଯାହା କି ବହୁତ ଦୁଖଦାୟକ ଅଟେ । ଆଜି ସହରର ଗଳି କନ୍ଦିରେ ଯେଉଁଠି ଦେଖ ସେଠି ବୃଦ୍ଧାଶ୍ରମମାନ ଦେଖିବାକୁ ମିଳୁଛି, ଯେଉଁଠି ଭଲ ଭଲ ଘରର ଲୋକମାନେ ମଧ୍ୟ ନିଜର ବାପା ମାଙ୍କୁ ଆଣି ଛାଡି ଦେଇ ଯାଉଛନ୍ତି । ତେବେ ଯେଉଁମାନେ ଏମିତି କରୁଛନ୍ତି ସେମାନକୁ ଦଣ୍ଡ ତ ମିଳିବା ନିଶ୍ଚୟ ଦରକାର। ତେବେ ବନ୍ଧୁଗଣ ଆଜି ଆମେ ସେହି ବିଷୟରେ ଆପଣଙ୍କୁ କିଛି ଖବର ଦେବାକୁ ଯାଉଛୁ।

ଖବରଟି ହେଲା କେନ୍ଦ୍ର ସରକାର ଏବେ ଏକ ନୂଆ ଓ କଠୋର ଆଇନ୍ କାନୁନ୍ ଲାଗୁ କରିବାକୁ ଯାଉଛନ୍ତି  ସେମାନଙ୍କ ପାଇଁ ଯେଉଁମାନେ ବୁଢା ବାପା ମା’ଙ୍କୁ ଘରୁ ତଡି ଦେଉଛନ୍ତି । ଯେଉଁମାନେ ନିଜ ବାପା ମା’ଙ୍କୁ ଏକୁଟିଆ ଛାଡି ଚାଲି ଯାଉଛନ୍ତି ସେହି ବ୍ୟକ୍ତିଙ୍କୁ ନୂଆ କାନୁନ ଅନୁସାରେ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ । ପୂର୍ବରୁ ଏହା କେବଳ ତିନିମାସ ପର୍ଯ୍ୟନ୍ତ ସୀମିତ ଥିଲା, କିନ୍ତୁ ଏବେ ଏହି ସଜା ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ତେବେ କେବଳ ୬ ମାସର ଜେଲ ଦଣ୍ଡ ନୁହେଁ ବରଂ ଏହାସହ ଜରିମାନା ମଧ୍ୟ ଲାଗୁ ହେଉଛି । ମାତାପିତା ତଥା ବରିଷ୍ଠ ନାଗରିକ କଲ୍ୟାଣ ଆଇନ୍ ,୨୦୦୭ ର ସମୀକ୍ଷା କରୁଥିବା ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ପିଲାମାନଙ୍କ ପରିଭାଷାକୁ ବିସ୍ତାର ପାଇଁ ସୁପାରିସ୍ କରାଯାଇଛି ।

ଜଣେ ବରିଷ୍ଠ ଆଇନଯିବିଙ୍କ କହିବା କଥା ଅନୁସାରେ ପୁଅ , ଝିଅ , ବୋହୁ , ଜ୍ୟୋଇଁ , ନାତିନାତୁଣୀ ଏବଂ ନାବାଳକଙ୍କୁ ବି ଏଥିରେ ସାମିଲ କରାଯିବାକୁ ବିଚାର କରାଯାଇଛି । ତେବେ ଏହି କାନୁନ୍ ରେ କେବଳ ନିଜ ଜନ୍ମିତ ସନ୍ତାନ ମାନେ ହିଁ ସାମିଲ ଅଛନ୍ତି । ଏହି ନିୟମ ଅନୁସାରେ ମାସିକ ଭତ୍ତା ମଧ୍ୟ ସମାପ୍ତ କରିଦିଆ ଯିବ । ଯଦି ପିଲା ମାନେ ବାପା ମାଙ୍କ କଥା ବୁଝିବା ପାଇଁ ମନା କରି ଦିଅନ୍ତି ତେବେ ସେମାନେ ଆଇନର ସହାୟତା ନେଇ ପାରିବେ।

ଆହୁରି ମଧ୍ୟ ଯଦି ପୁଅ ବାପା ମା’ଙ୍କ ସେବା ନ କରି ତାଙ୍କୁ ଘରୁ କରି ଦିଏ ତେବେ ପିତାଙ୍କ ସମ୍ପତ୍ତି ଉପରେ ସେହି ପୁଅର କୌଣସି ଅଧିକାର ରହିବ ନାହିଁ । କୋର୍ଟ ଅର୍ଡର ପରେ ପିଲାମାନେ ନିଜ ବାପା ମାଙ୍କର ଯତ୍ନ ନେବାକୁ ବାଧ୍ୟ। ୧୨୫ ଧାରା ଅନୁସାରେ ସିଆରପିସି, ଗୁଜୁରାଣ ଭତ୍ତା ଦେବା ପାଇଁ ଏକ କାନୁନ୍ ମଧ୍ୟ ହୋଇଛି । ଏହି କାନୁନ ଅନୁସାରେ ଯେଉଁ ବ୍ୟକ୍ତି ନିଜେ ଚଳିବାକୁ ଅସମର୍ଥ ଅଟନ୍ତି ସେମାନେ ଭତ୍ତା ପାଇଁ ଆବେଦନ କରିପାରିବେ।