ନାଭିରେ ଦେଶୀ ଘିଅ ଲଗାଇବା ଦ୍ଵାରା କିଛି ମିନିଟରେ ଦୂର ହୋଇଯାଇଥାଏ ଶରୀରର ଏହି ସବୁ ସମସ୍ୟା

ନାଭିକୁ ଇଂଗ୍ଲିଶରେ ବେଲି ବଟନ କୁହାଯାଇଥାଏ ଓ ଏହା ଆମ ପେଟର ମଝିରେ ଗୋଲ ଆକାରର ଥାଏ । ଗୋଟିଏ ଶିଶୁ ନିଜ ମା ପେଟରେ ଏହା ସାହାର୍ଯ୍ୟରେ ହିଁ ମା ସହିତ ଯୋଡି ହୋଇଥାଏ ଓ ଏହା ସାହାର୍ଯ୍ୟରେ ହିଁ ତାକୁ ଖାଦ୍ୟ ଓ ଅକ୍ସିଜେନ ମିଳିଥାଏ । ନାଭି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ହୋଇଥାଏ ।

ନାଭିରେ ଘିଅ ଲଗାଇବାର ଲାଭ

ନାଭିରେ କେବଳ ଘିଅ ଲଗାଇବା ଦ୍ଵାରା ତ୍ଵଚ୍ଚା ସମ୍ବନ୍ଧୀୟ ବହୁତ ସମସ୍ୟା , ଚୁଟିଝଡିବା, ଆଣ୍ଠୁଦରଜ ଭଳି ସମସ୍ୟାରୁ ଆରାମ ମିଳିଥାଏ । ଆଜ୍ଞା ହଁ, ଆମ ପେଟରେ ଥିବା ନାଭିରେ ଯଦି ନିୟମିତ ରୂପରେ ଘିଅ ଲଗାଯାଏ ତେବେ ଆମେ ବହୁତ ପ୍ରକାରର ସମସ୍ୟାରୁ ଆରାମ ପାଇଥାଉ । ପ୍ରକୃତରେ ନାଭିରେ 70 ହଜାରରୁ ବି ଅଧିକ ରକ୍ତ ନଳି ଥାଏ ଯିଏ ଆମ ଶରୀରର ରକ୍ତ ଧମନୀ ସହିତ ଯୋଡି ହୋଇଥାଏ । ଏଥିପାଇଁ ନାଭିରେ ଘିଅ ଲଗାଇବା ଦ୍ଵାରା ଆମ ଶରୀରକୁ ବହୁତ ଲାଭ ମିଳିଥାଏ ।

ତ୍ଵଚ୍ଚା ପାଇଁ ଲାଭକାରୀ

ଯଦି ନାଭିରେ ଘିଅ ଲଗାଇ ମାଲିସ କରାଯାଏ ତେବେ ଏଥିରୁ ଆମ ତ୍ଵଚ୍ଚା ଉପରେ ବହୁତ ପ୍ରଭାବ ପଡିଥାଏ ଓ ଆମ ତ୍ଵଚ୍ଚା ନରମ ହୋଇଥାଏ । ସଫ୍ଟ ହେବା ସହିତ ଆମ ତ୍ଵଚ୍ଚା ବି ଗୋରା ହୋଇଯାଇଥାଏ ।

ବାଳ ଝଡିବା କମ କରିଥାଏ

ରାତିକୁ ଶୋଇବା ପୂର୍ବରୁ ଯଦି ନାଭିରେ ଦେଶୀ ଘିଅ ଲଗାଯାଏ ତେବେ ବାଳ ଉପରେ ଏହାର ଭଲ ପ୍ରଭାବ ପଡିଥାଏ ଓ ବାଳ ମଝବୁତ ହୋଇଯାଇଥାଏ । ବାଳ ଝଡିବା ବି ବନ୍ଦ ହୋଇଯାଇଥାଏ ।

ଆଣ୍ଠୁ ଦରଜ ଦୂର କରିଥାଏ

ଆଣ୍ଠୁ ଦରଜ ହେଲେ ଆପଣ ଦେଶୀ ଘିଅକୁ ହାଲ୍କା ଗରମ କରି ତାକୁ ନାଭିରେ ଲଗାନ୍ତୁ । ଏମିତି କଲେ ଏହାର ସିଧା ପ୍ରଭାବ ଆଣ୍ଠୁ ଦରଜ ଉପରେ ପଡିଥାଏ ଓ ଏହି ଦରଜରୁ ଆରାମ ମିଳିଥାଏ ।

ନାଭିରେ ଘିଅ ଲଗାଇବା ଦ୍ଵାରା ଯେଉଁ ଅନ୍ୟ ଲାଭ ମିଳିଥାଏ ତାହା ଓଠ ସହିତ ସମ୍ପୃକ୍ତ । ଥଣ୍ଡା ଦିନେ ଯେଉଁ ଲୋକଙ୍କୁ ଓଠ ଫାଟି ଯିବାର ସମସ୍ୟା ଥାଏ ସେ ରାତିକୁ ଶୋଇବା ପୂର୍ବରୁ ନାଭିରେ ଘିଅ ମାଲିସ କରନ୍ତୁ ସକାଳେ ଓଠ ବିଲକୁଲ ଠିକ ହୋଇଯାଇଥିବ ।

କବ୍ଜ ସମସ୍ୟାରୁ ଆରମ ମିଳିଥାଏ

କବ୍ଜ ସମସ୍ୟା ହେଲେ ଆପଣ କେବଳ ନାଭି ଓ ପେଟର ତା ଆଖ ପାଖରେ ଅଂଶରେ ଘିଅ ଦ୍ଵାରା କିଛି ସମୟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହି ମାଲିସ ଦ୍ଵାରା ପାଚନ କ୍ରିୟା ଠିକ ଭାବରେ କାମ କରିବାକୁ ଲାଗିବ ।

ଆଶା କରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ । ଯଦି ଆପଣ ଆମ ପେଜକୁ ଲାଇକ କରିନାହାନ୍ତି ତେବେ ଲାଇକ କରିଦିଅନ୍ତୁ, ଆଗକୁ ଆମେ ଆପଣଙ୍କ ପାଇଁ ଏମିତି ବହୁତ ହେଲ୍ଥ ଟିପ୍ସ ନେଇ ଆସିବୁ ।