ବଜେଟ ଉପସ୍ଥାପନ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବଜେଟରେ 5% ପ୍ରତିଶତ ବୃଦ୍ଧି ସହ 51 ହଜାରରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ !

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ 2023-24 ବର୍ଷର ବଜେଟ ଉପସ୍ଥାପନ କରାଯାଇଛି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବଜେଟରେ 5 ପ୍ରତିଶତ ବୃଦ୍ଧି କରା ଯାଇଥିବା ନେଇ ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସବୁଠୁ ଖାସ କଥା ହେଲା 2023-24 ରେ ପ୍ରାୟ 1045 କୋଟି ଟଙ୍କା ବିନିମୟରେ 51,535 ପଦବୀରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମାନଙ୍କରେ ପ୍ରଥମ ଥର ପାଇଁ ପିଜିଟି ନିଯୁକ୍ତି କରାଯାଇଛି ।

ପ୍ରାୟ 702ଟି ପିଜିଟି ପଦରୁ ପ୍ରାୟ 335 ଟି ପଦରେ ନିଯୁକ୍ତି ଦିଆ ସରିଛି । ବାକି ଅନ୍ୟ 16ଟି ଷ୍ଟ୍ରିମରେ 199 ପିଜିଟି ମଧ୍ୟ ନିଯୁକ୍ତି କରାଯାଇଛି । ସେହିପରି ସଂପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମାନଙ୍କରେ ପିଜିଟି ପଦବୀ ପାଇଁ 1543 ପୋଷ୍ଟ ରଖାଯାଇଛି । ସେଥିରୁ ପ୍ରଥମ ପର୍ଯ୍ୟାୟରେ 555 ପଦବୀ ପାଇଁ ନିଯୁକ୍ତି ଦିଆସରିଛି । ସେହିପରି ସରକାରୀ ମାଧ୍ଯମିକ ବିଦ୍ୟାଳୟରେ 7540 ଟିଜିଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ।

ସେହିପରି ସରକାରୀ ମାଧ୍ଯମିକ ବିଦ୍ୟାଳୟରେ ଲିଡ୍ ଟ୍ରେନିଂ ରିଜର୍ଭରେ 6025 ଟି ପଦବୀ ରହିଛି । ସଂପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଟିଜିଟି ପଦବୀରେ 2064 ଟି ପୋଷ୍ଟ ବାହାରିବାକୁ ଯାଉଛି । ସେହିପରି ଆଦର୍ଶ ବିଦ୍ୟାଳୟର ଶିକ୍ଷକ ପଦବୀ 1070 ରହିଥିବା ବେଳେ ପ୍ରାଥମିକ ବିଦ୍ୟାଳୟରେ 20 ହଜାର ଶିକ୍ଷକ ପଦବୀ ରହିଛି । ଏହା ବ୍ଯତୀତ ଡ଼ିଓ, ବିଓ ଓ ସରକାରୀ ମାଧ୍ଯମିକ ବିଦ୍ୟାଳୟରେ ଅଣଶିକ୍ଷକ ପଦବୀ ମାନଙ୍କରେ ପ୍ରାୟ 1799ଟି ପଦରେ ନୁଯୁକ୍ତି ରହିଛି ।

ଯେଉଁ ସବୁ 5ଟି ସ୍କୁଲ ଗୁଡିକ ରହିଛି ସେଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ 10.412 ଟି ୱାଚ ଆଣ୍ଡ ୱାର୍କ ପଦବୀରେ ନିଯୁକ୍ତି କରିବାକୁ ଯାଉଛି ଶିକ୍ଷା ବିଭାଗ । ସେହିପରି ପୂର୍ବରୁ ସ୍କୁଲ ମାନଙ୍କରେ ମଲ୍ଟି ଲାଙ୍ଗୁଏଜ ଟିଚରମାନେ ରହୁଥିଲେ ଯାହାକି କେନ୍ଦ୍ର ଯୋଗାଉଥିଲା । ତେଣୁ କେନ୍ଦ୍ର ଏହା ବନ୍ଦ କରିବା ପରେ 863.65 ଲକ୍ଷ ଟଙ୍କାର ବଜେଟ ପ୍ରାବଧାନରେ ସେହି ସବୁ ପୋଷ୍ଟରେ ମଧ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହି ଶିକ୍ଷକମାନେ ପୂର୍ବରୁ ମାସିକ ମାତ୍ର 3200 ଟଙ୍କା ଦରମା ପାଉଥିବା ବେଳେ ଏବେ ଏହି ଶିକ୍ଷକଙ୍କ ଦରମା ମାସିକ 5379 ଟଙ୍କାକୁ ବୃଦ୍ଧି କରାଯାଇଛି । ଏହିପରି ଶିକ୍ଷା ବିଭାଗରେ ନିଯୁକ୍ତି ନେଇ ଅନେକ ପଦବୀ ବାହାରିଥିବା ବେଳେ ଚଳିତ ବର୍ଷ ଶିକ୍ଷା ବିଭାଗରେ ବହୁଳ ମାତ୍ରାରେ ନିଯୁକ୍ତି ସୁଯୋଗ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।