ମୋବାଇଲ ଦେବାକୁ ମନା କରିଦେଲା ସ୍ଵାମୀ, ପନିକି ଚୋଟ ଦେଲା ସ୍ତ୍ରୀ, ପୁରା ଘଟଣା ସମ୍ପର୍କରେ ଜାଣିଲେ ଲୋମ ଟାଙ୍କୁରି ଉଠିବ !

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କ-ଳି-ଝ-ଗ-ଡା ଏକ ସାଧାରଣ କଥା । ସବୁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଝ-ଗ-ଡା ଦେଖିବାକୁ ମିଳେ । ହେଲେ ସାମାନ୍ଯ ମୋବାଇଲ ଫୋନ ପାଇଁ ସ୍ତ୍ରୀ ପନିକିରେ ସ୍ଵାମୀକୁ ଆ-କ୍ର-ମ-ଣ କରିବା ଘଟଣା କେବେ ଶୁଣି ନଥିବେ । ବଲାଙ୍ଗୀରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିବା ପରେ ଏହା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ପତ୍ନୀର ପ-ନି-କି ଚୋ-ଟ-ରେ ସ୍ଵାମୀ ଲ-ହୁ-ଲୁ-ହା-ଣ ହେବା ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ବ୍ୟକ୍ତିଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପଇଁତଳା ଥାନା କେଶବକିଲ୍ଲା ଗାଁର ଗଣେଶ୍ଵର ସୁନା । ଗଣେଶ୍ଵର ଗତ 6 ବର୍ଷ ତଳେ ଛତିଶଗଡ ବିଳାସପୁରର ଈଶ୍ଵରୀ କୁମାରୀଙ୍କୁ ବିବାହ କରିଥିଲେ । ଗଣେଶ୍ଵରଙ୍କ କହିବା ମୁତାବକ ସନ୍ଧ୍ୟାବେଳେ ସ୍ତ୍ରୀ ତାଙ୍କୁ ମୋବାଇଲ ମାଗିଥିଲେ । ହେଲେ ଡାଟା ସରିଯିବ କହି ମୋବାଇଲ ଦେବାକୁ ମନା କରି ଦେଇଥିଲେ ଗଣେଶ୍ଵର । ସେତେବେଳେ ଈଶ୍ଵରୀ କିଛି କହି ନଥିଲେ ।

ହେଲେ ବିଳମ୍ବିତ ରାତିରେ ସ୍ଵାମୀ ଶୋଇଥିବା ବେଳେ ପ-ନି-କି ସାହାଯ୍ୟରେ ସ୍ଵାମୀଙ୍କୁ ଚୋ-ଟ ପରେ ଚୋ-ଟ ମା-ରି-ଥି-ଲେ ଈଶ୍ଵରୀ । ଉଭୟଙ୍କର ଏକ ଚାରି ବର୍ଷର ଝିଅ ଥିବାବେଳେ ସ୍ଵାମୀଙ୍କୁ ପ-ନି-କି-ରେ ହା-ଣି-ବା ପରେ ଝିଅକୁ ନେଇ ସ୍ତ୍ରୀ ଈଶ୍ଵରୀ କୁଆଡେ ଫେରାର ହୋଇ ଯାଇଛନ୍ତି । ଏନେଇ ଗୁରୁତର ସ୍ଵାମୀ ଅ-ଭି-ଯୋ-ଗ ଆଣିଛନ୍ତି । ଝିଅକୁ ନେଇଯିବା ପାଇଁ ସେ ପ୍ରତିରୋଧ କରିବାରୁ ରାଗରେ ଜଳୁଥିବା ସ୍ତ୍ରୀ ସ୍ଵାମୀଙ୍କ ହାତକୁ ମଧ୍ୟ ଆ-କ୍ର-ମ-ଣ କରିଥିଲେ ବୋଲି କହିଛନ୍ତି ଗଣେଶ୍ଵର ।

ସ୍ଥାନୀୟ ଲୋକେ ଗଣେଶ୍ଵରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ଓ ସେଠାରେ ଏବେ ସେ ଚିକିତ୍ସତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଉଭୟଙ୍କ ପରିବାର ଲୋକେ ଫେରାର ଈଶ୍ଵରୀଙ୍କୁ ଖୋଜିବାରେ ଲାଗିଛନ୍ତି । ହେଲେ ସ୍ଵାମୀ ଗଣେଶ୍ଵର ଏବେବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଥିବାରୁ ଏହି ଘଟଣା ସମ୍ପର୍କରେ ଏବେ ଯାଏଁ କୌଣସି ଲିଖିତ ଅ-ଭି-ଯୋ-ଗ କରିନାହାନ୍ତି ।

ସାମାନ୍ଯ ମୋବାଇଲ ଟିଏ ପାଇଁ ସ୍ତ୍ରୀ ରାଗରେ ଜରଜର ହୋଇ ସ୍ଵାମୀକୁ ପ-ନି-କି-ରେ ହା-ଣି ଦେବା ଘଟଣା ସହଜରେ ହଜମ ହେଉନାହିଁ । ଗଣେଶ୍ଵର ଏତଲା ଦେବା ପରେ ଯାଇ ଘଟଣା ପଛରେ କଣ ସତ୍ୟତା ରହିଛି ଏହାର ତଦନ୍ତ କରିବ ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।