ବୃଷ ରାଶିଫଳ 2019: ଜାଣନ୍ତୁ ବୈଦିକ ଜ୍ୟୋତିଷ ଉପରେ ଆଧାରିତ ବୃଷ ରାଶି ପାଇଁ ବର୍ଷ ୨୦୧୯ର ବିସ୍ତୃତ ରାଶିଫଳ

ରାଶିଚକ୍ରରେ ବୃଷ ରାଶି (Taurus) ଦ୍ଵିତୀୟ ନମ୍ବରରେ ଆସିଥାଏ ଏବଂ ଏହି ରାଶିର ଚିହ୍ନ ବଳଦ ହୋଇଥାଏ । ଯେଉଁ ପ୍ରକାର ବଳଦ ବହୁତ ପରିଶ୍ରମୀ ହୋଇଥାଏ ସେହି ଭଳି ବୃଷ ରାଶିର ଜାତକ ବି ବହୁତ ପରଶ୍ରମୀ ଅଟନ୍ତି । ଏହି ରାଶିର ଲୋକମାନେ ନିଜର ପ୍ରିୟ ବ୍ୟକ୍ତିକୁ କେବେ ବି ଅସୁବିଧାରେ ଦେଖି ପାରନ୍ତି ନାହିଁ । ଯାହାକୁ ବି ଥରେ ନିଜର ସାଙ୍ଗ ବନାଇ ଦିଅନ୍ତି ତାହା ସହିତ ସବୁ ପରିସ୍ଥିତିରେ କାନ୍ଧ ସହ କାନ୍ଧ ମିଳେଇ ଛିଡା ହୁଅନ୍ତି । ଏମାନ କେତେଥର ନିଜ ଦ୍ଵାରା କରାଯାଇଥିବା ଷଡଯନ୍ତ୍ରରେ ନିଜେ ଫସି ଯାନ୍ତି ।

ବୃଷ ରାଶି ଅନ୍ତର୍ଗତ ଈ, ଊ, ଏ, ଓ, ବା, ବୀ, ବୂ, ବେ, ବୋ, ଅକ୍ଷରରେ ଆରମ୍ଭ ହେଉଥିବା ନାମ ଆସିଥାଏ ।

ଯଦି ଆପଣଙ୍କର ରାଶି ବୃଷ ଅଟେ ତେବେ ଆପଣଙ୍କର ମୁଣ୍ଡରେ ଏହି ପ୍ରଶ୍ନ ବୁଲୁଥିବ କି ୨୦୧୯ରେ ଆପଣଙ୍କର ଆର୍ଥିକ, ପାରିବାରିକ, ସ୍ୱାସ୍ଥ୍ୟ, କର୍ମ ଏବଂ ପ୍ରେମ ଜୀବନ କେମିତି ହେବ ? ତେବେ ଚିନ୍ତା କରନ୍ତୁ ନାହିଁ ବୈଦିକ ଜ୍ୟୋତିଷ ଉପରେ ଆଧାରିତ ‘ବୃଷ ରାଶିଫଳ ୨୦୧୯’ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେବ ।

ବୃଷ ରାଶି ୨୦୧୯ର ରାଶିଫଳ

ବୃଷ ରାଶି ୨୦୧୯ର ଆର୍ଥିକ ସ୍ଥିତି

ବର୍ଷ ବର୍ଷ ଧରି ଆପଣଙ୍କର ପଡିଥିବା ସବୁ କାମ ୨୦୧୯ରେ ପୁରା ହୋଇଯିବ । ଯେଉଁଠି ବି ଟଙ୍କା ନିବେଶ କରିବେ ଟିକେ ଭାବି ଚିନ୍ତି କରିବେ । ସାମାଜିକ କାର୍ଯ୍ୟରେ ଉପଲବ୍ଧି ମିଳିବ । ମହିଳାଙ୍କ ମାଧ୍ୟମରେ ଧନ ପ୍ରାପ୍ତି ହେବ । ଆପଣଙ୍କ ପାଖରେ ଯେତେ ଟଙ୍କା ଆସିବ ସେତେ ଟଙ୍କା ଶେଷ ହୋଇଯିବ ।

ବୃଷ ରାଶି ୨୦୧୯ର ସ୍ୱାସ୍ଥ୍ୟ

ଜାନୁୟାରୀ, ଫେବ୍ରୁୟାରୀ ମାସରେ କିଛି ଲୋକମାନଙ୍କୁ ପେଟ ରୋଗ, ମୋଟା ହୋଇଯିବା ଏବଂ ନିଦ ନ ଆସିବା ର ସମସ୍ୟା ହୋଇପାରେ । ସେପ୍ଟେମ୍ବରରେ ଥକିବା ଏବଂ ଅଳସୁଆର ସମସ୍ୟା ରହିବ । ମଦ, ସିଗାରେଟ ଏବଂ ଅନ୍ୟାନ୍ୟ ଖରାପ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।

ବୃଷ ରାଶି ୨୦୧୯ର ପାରିବାରିକ ଜୀବନ

କୌଣସି କଥାକୁ ନେଇ ପରିବାର ସହିତ ସମ୍ବନ୍ଧ ଖରାପ ହୋଇପାରେ । ଆପଣଙ୍କ ମା’ଙ୍କର ଏବଂ ଜୀବନସାଥିଙ୍କ ସମ୍ପର୍କରେ ମଧୁରତା ଆସିବ । ଭାଇ ଭଉଣୀ ମଧ୍ୟରେ ପୁରା ବର୍ଷ ଅଳ୍ପ ଝଗଡା ହେବ ।

ବୃଷ ରାଶି ୨୦୧୯ର ପ୍ରେମ ଜୀବନ

ପ୍ରେମୀମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ରହିବ । ବିବାହ ଜୀବନରେ ଅସମଞ୍ଜର ସ୍ଥିତି ରହିବ । ଯେଉଁମାନେ ବିବାହ କରି ନାହାନ୍ତି ସେମାନଙ୍କୁ ଭଲ ଯୋଡି ମିଳିବ ।

ବୃଷ ରାଶି ୨୦୧୯ର କ୍ୟାରିୟର

ବେଶୀ କଷ୍ଟ କରିଲେ ଭଲ ଫଳ ମିଳିବ । ନିଜର ଆତ୍ମବିଶ୍ଵାସରେ ଆପଣ ସବୁ କାମରେ ସଫଳ ହୋଇପାରିବେ । ପଢୁଥିବା ପିଲାମାନଙ୍କ ପାଇଁ ଏହି ବର୍ଷ ସଫଳ ରହିବ । ବ୍ୟବସାୟ ପାଇଁ ଏହି ବର୍ଷର ଆରମ୍ଭିକ ମାସ ଭଲ ରହିବ ନାହିଁ ।

ବୃଷ ରାଶିର ଜାତକଙ୍କ ପାଇଁ ବୈଦିକ ଉପାୟ

ସବୁ ମାସରେ ଦ୍ଵିତୀୟ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ କଳା ରଙ୍ଗର ସୂତା ଚଢାନ୍ତୁ ଏହା ଦ୍ଵାରା ନକାରତ୍ମକ ଊର୍ଜା ସମାପ୍ତ ହୋଇ ଯାଇଥାଏ । ଧାର୍ମିକ  ସ୍ଥାନରେ ଗରିବ ଲୋକମାନଙ୍କୁ ଭୋଜନ କରାନ୍ତୁ ।

ବୃଷ ରାଶି ପାଇଁ ଶୁଭ ମାସ ଏବଂ ଶୁଭ ରଙ୍ଗ

ଆକାଶୀ ରଙ୍ଗ ଆପଣଙ୍କ ପାଇଁ ଶୁଭ ରହିବ । ୨୦୧୯ରେ ମାର୍ଚ ମାସଟି ଆପଣଙ୍କ ପାଇଁ ଶୁଭ ରହିବ ।