ଭାତ ଖାଇବାକୁ ଭଲପାଉଥିବା ଲୋକମାନେ ନିଶ୍ଚୟ ପଢନ୍ତୁ ଏହି ଖବର, ଜାଣନ୍ତୁ ଅଧିକ ଭାତ ଖାଇଲେ କଣ କ୍ଷତି ହୋଇଥାଏ ??

ବହୁତ ଲୋକମାନେ ଭାତକୁ ବହୁତ ଆନନ୍ଦରେ ଖାଆନ୍ତି । ଏହି ଲୋକମାନେ ରୋଟି ନଖାଇ ରହି ପାରିବେ କିନ୍ତୁ ଭାତ ନ ଖାଇଲେ ସେମାନଙ୍କର ଦିନ ଭଲ ଯାଏ ନାହିଁ । ଡାଲି, ଭାତ, ରୋଟି, ଏବଂ ତରକାରୀ ଏକ ଭଲ ସମ୍ପୁର୍ଣ୍ଣ ପୋଷାକ ଖାଦ୍ୟ ଅଟେ । ହାୱର୍ଡ ସ୍କୂଲ ଅଫ ପବ୍ଲିକ ହେଲ୍ଥ ଅନୁସାରେ ସବୁଦିନ ଗୋଟିଏ ଗିନା ସଫା ବା ପଲିଶ ଚାଉଳର ଭାତ ଖାଇବା ଦ୍ଵାରା ଟାଇପ ୨ ଡାୟେବିଟିଜ ହେବାର ସମ୍ଭାବନା ବଢିଥାଏ । ଏହାକୁ ବେଶି ଖାଇବା ଦ୍ଵାରା ଆପଣଙ୍କର ଓଜନ ମଧ୍ୟ ବଢିପାରେ । ସେଥିପାଇଁ ଅଳ୍ପ ପରିମାଣରେ ହିଁ ଭାତ ଖାଆନ୍ତୁ ।

ତେବ ଆସନ୍ତୁ ଜାଣିବା ଭାତ ଖାଇବା ଦ୍ଵାରା କେଉଁ ୫ଟି ବଡ ସମସ୍ୟା ହୋଇଥାଏ ।

ଅଧିକ କ୍ୟାଲୋରି

ଯେମିତି ଆମେ ସମସ୍ତେ ଜାଣିଛୁ କି ଭାତରେ ସବୁଠୁ ବେଶୀ କ୍ୟାଲୋରି ଥାଏ । ଆପଣଙ୍କୁ କହି ଦେଉଛୁ ଯେ ରନ୍ଧା ହୋଇଥିବା ଭାତରେ ୧୦ ଚାମଚ ଚିନି ସମାନ କ୍ୟାଲୋରି ରହିଥାଏ । ଯଦି ଭାତ ବେଶୀ ମାତ୍ରରେ ଖାଉଛନ୍ତି ତେବେ ଡାୟାବିଟିଜ ହେବାର ସମ୍ଭାବନା ଅଛି ।

ବେଶୀ କାର୍ବୋହାଇଡ୍ରେଟ

ରନ୍ଧା ହୋଇଥିବା ଭାତରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ଥାଏ । କାର୍ବୋହାଇଡ୍ରେଟ ଦ୍ଵାରା ଶରୀର ଓଜନ ବଢିବାକୁ ଲାଗେ । ସେଥିପାଇଁ ଆପଣ ଯେତେ କମ ଭାତ ଖାଇବେ ତାହା ଆପଣଙ୍କ ଶରୀର ପାଇଁ ବହୁତ ଭଲ ।

ଅତ୍ୟଧିକ ଖାଇବା

ଭାତ ଖାଇବା ଦ୍ଵାରା ଯେତେ ଜଲ୍ଦି ପେଟ ଭର୍ତି ହୋଇଥାଏ ଏବଂ ସେତେ ଜଲ୍ଦି ପେଟ ଖାଲି ବି ହୋଇଯାଇଥାଏ । କହିବାକୁ ଗଲେ ଭାତ ଜଲ୍ଦି ପଚନ ହୋଇଯାଏ ଏବଂ ଜଲ୍ଦି ଭୋକ ବି ମଧ୍ୟ ଲାଗିଥାଏ । ଏହି ଚକ୍କରରେ ଲୋକମାନେ ଅଧିକ ଭାତ ଖାଇ ଦେଇଥାନ୍ତି ।

କମଜୋର ହାଡ ଏବଂ କମ ନ୍ଯୂଟ୍ରିଏଂଟ୍ସ

ଭାତରେ ଭିଟାମିନ – C ର ମାତ୍ରା ବହୁତ କମ ଥାଏ । ଭିଟାମିନ – C ହାଡକୁ ମଜବୁତ କରିଥାଏ । ସେଥିପାଇଁ ବେଶୀ ଭାତ ଖାଇବା ଆମ ଶରୀର ପାଇଁ ବିଶେଷ କିଛି ଲାଭ ନାହିଁ ।

ଅଧିକ ଲୁଣ ଖାଇବା

ଭାତର କିଛି ସ୍ଵାଦ ନ ଥିବାରୁ ଲୋକମାନେ ଏହାର ସେବନ ଲୁଣିଆ ଜିନିଷ ସହ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଅଧିକ ଲୁଣିଆ ଜିନିଷ ଏବଂ ଭାତ ଏକା ସହିତ ଖାଇବା ଆମ ଶରୀର ପାଇଁ ହାନିକାରକ ଅଟେ । ଧଳା ଚାଉଳ ଜାଗାରେ ମାଟିଆ ଚାଉଳକୁ ରାନ୍ଧି ଖାଇବା ଦ୍ଵାରା ତାହା ଆମ ଶରୀର ପାଇଁ ଲାଭଦାୟକ ଅଟେ ।