ପ୍ରଥମ ଥର ପାଇଁ ନିଜ ବ୍ରେକଅପ କଥା କହିଲେ ଅଭିନେତା Raj Rajesh, ଏଥିପାଇଁ ନିର୍ବନ୍ଧ ପରେ ବି Shradha Panigrahi ଙ୍କ ସହ କରିଥିଲେ ବ୍ରେକଅପ୍, ଦେଖନ୍ତୁ video

ଓଲିଉଡ ହିରୋ ରାଜ ରାଜେଶଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ଗତ 4 ରୁ 5 ବର୍ଷ ହେବ ନୂଆ କରି ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଏଇଥିବା ରାଜ୍ ରାଜେଶ ଖୁବ କମ୍ ଦିନରେ ଓଡିଆ ଦର୍ଶକଙ୍କ ମନରେ ରାଜ୍ କରି ପାରିଛନ୍ତି । ଓଡିଆ ଧାରାବାହିକରୁ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିବା ରାଜ୍ ରାଜେଶ ପ୍ରଥମେ ନେଗେଟିଭ ଚରିତ୍ରରେ ଅଭିନୟ କରିଥିଲେ । ତଥାପି ଲୋକଙ୍କ ମନରେ ଛାପ ପକାଇବାରେ ସେ ସଫଳ ହୋଇଥିଲେ । ପରେ ସେ କିଛି ଧାରାବାହିକ ଏବଂ ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ମଧ୍ୟ ଅଭିନୟ କରିଛନ୍ତି ।

ତେବେ ହିରୋ ଭାବେ ତାଙ୍କୁ ଦେଖିବାକୁ ଲୋକେ ସବୁଠୁ ଅଧିକ ପସନ୍ଦ କରନ୍ତି । ଏକଥା ରାଜ ରାଜେଶ ନିଜେ ମଧ୍ୟ କହିଛନ୍ତି । ଅଳ୍ପ ଦିନର ଅଭିନୟ କ୍ଯାରିୟର ମଧ୍ୟରେ ରାଜ ରାଜେଶ ଅନେକ ଆୱାର୍ଡ ଓ ସମ୍ମାନ ନିଜ ନାଁରେ କରିଛନ୍ତି । ତେବେ ତାଙ୍କ ଜୀବନର ସବୁଠୁ ବଡ ସଫଳତା ହେଉଛି ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ସେ ସୁଯୋଗ ପାଇଥିଲେ । ସେଠାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ତରଫରୁ ଆୱାର୍ଡ ମଧ୍ୟ ଆଣିଥିଲେ ।

ତେବେ ସବୁଠୁ ଦୁଃଖର କଥା କିନ୍ତୁ ସେତେବେଳେ ଏତେ ବଡ ସଫଳତା ପରେ ସୁଦ୍ଧା ତାଙ୍କ ପ୍ରତି କେହି ମନ ଦେଲେନି । କାରଣ ଏହା ପୂର୍ବରୁ ରାଜ୍ ରାଜେଶଙ୍କୁ ନେଇ ଓଲିଉଡରେ ଏବଂ ଓଡିଆ ଫିଲ୍ମ ପ୍ରେମୀଙ୍କ ମନରେ କିଛି ତିକ୍ତତା ସୃଷ୍ଟି ହୋଇ ସାରିଥିଲା । ଆଉ ଏହା ତାଙ୍କ କ୍ଯାରିୟର ଉପରେ ପ୍ରଭାବ ହୁଏତ ପକାଇଥିଲା । ରାଜ ରାଜେଶ ଓଲିଉଡର ଅନ୍ଯତମ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ଡେଟ୍ କରୁଥିଲେ । ଆଉ ଏକଥା ସାରା ଓଡିଶା ଜାଣିଥିଲା ।

ଉଭୟ ପରସ୍ପରକୁ ପ୍ରେମ କରିବା ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ମଧ୍ୟ ନିଷ୍ପତ୍ତି ନେଇ ସାରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ କିଛି ଏଭଳି ଘଟିଥିଲା ଯାହାଫଳରେ ନିର୍ବନ୍ଧ ପରେ ମଧ୍ୟ ଶ୍ରଦ୍ଧାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ ରାଜ ରାଜେଶ । ସେ କେବେବି ନିଜ ବ୍ରେକଅପକୁ ନେଇ ମୁହଁ ଖୋଲି ନାହାନ୍ତି । କିନ୍ତୁ ଶ୍ରଦ୍ଧା ନିଜ ୟୁଟ୍ଯୁବ ଆକାଉଣ୍ଟରେ ଏହି ଘଟଣାକୁ ନେଇ ଅନେକ ଶାୟରୀ କରନ୍ତି । ଯାହାଫଳରେ ସେ ପ୍ରତ୍ଯକ୍ଷ ଭାବେ ନହେଲେ ମଧ୍ୟ ରାଜେଶଙ୍କ ସହ ସମ୍ପର୍କକୁ ଅନେକ କିଛି କହିଯାନ୍ତି ।

ତେବେ ଏନେଇ ପ୍ରଥମ ଥର ରାଜେଶ ନିଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୁଁ ଚୁପ୍ ଅଛି ତା’ର ଅର୍ଥ ନୁହେଁ କି ମୁଁ ଅପରାଧୀ । ଯେଉଁମାନେ ସତ କଣ ଜାଣିବା କଥା ସେମାନେ ଜାଣିଛନ୍ତି । ଆଉ ବାକି ସମୟ ସବୁ ଜଣେଇ ଦେବ । ମୁଁ ମୋ ବାପାମା’ଙ୍କ ଆଖିରେ କିଛି ଭୁଲ କରିନି । ଡିଭୋର୍ସ ହେବାଠୁ ଭଲ ବ୍ରେକଅପ ହୋଇଯିବା, ସେଥିପାଇଁ ମୁଁ ଏଭଳି ନିସ୍ପତି ନେଇଥିଲି । ଆଉ ନିଜ ଆତ୍ମସମ୍ମାନ ଯେଉଁଠି ହାନି ହେଉଥିବ ସେଠାରେ ପ୍ରେମକୁ ଛାଡିଦେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।