ସରକାର ମୁହଁରେ ଶକ୍ତ ଚାପୁଡା ମାରିଲେ ଟ୍ରକ ଡ୍ରାଇଭର, ଯାହା ଆଜି ପର୍ଯ୍ୟନ୍ତ ସରକାର କରିପାରିଲେ ନାହିଁ ତାହା ନିଜେ ଏକା କରି ଦେଖାଇଲେ, ଦେଖନ୍ତୁ video

ଯାହା ସରକାର କରିପାରିଲେ ନାହିଁ ତାହା କରି ଦେଖାଇଲେ ଜଣେ ଟ୍ରକ ଡ୍ରାଇଭର । କୁହାଯାଏ କି ଇଚ୍ଛାଶକ୍ତି ଥିଲେ ମଣିଷ ପାଖରେ ଆପେ ଆସି ପହଞ୍ଚିଯାଏ ଉପାୟ । ଏହାକୁ ସତ ପ୍ରମାଣିତ କରିଛନ୍ତି ଏହି ଡ୍ରାଇଭର । ନିଜ ଗାଁକୁ ମାଟି ରାସ୍ତା ଓ ତିନୋଟି କାଠ ବ୍ରିଜ ତିଆରି କରିଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୁଞ୍ଜରାମ ପଞ୍ଜରା ଗାଁର ରଞ୍ଜିତ ନାୟକ । ରଞ୍ଜିତ ପେଷାରେ ଜଣେ ଟ୍ରକ ଡ୍ରାଇଭର ଥିବାବେଳେ ଏ କାମରେ ବାପା ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି ।

ଆଉ ଏଭଳି ମହତ କାମ କରିବା ପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ସବୁ ସୁନାଗହଣା ବଢାଇ ଦେଇଥିଲେ । ସେହି ଅର୍ଥ ବିନିଯୋଗ କରି ପ୍ରାୟ ତିନିମାସର ଅକ୍ଲାନ୍ତ ପରିଶ୍ରମ ପରେ ନିଜ ଗାଁକୁ ରାସ୍ତା ଓ ପୋଲ ତିଆରି କରି ପାରିଛନ୍ତି ରଞ୍ଜିତ । ଗୁଞ୍ଜରାମ ପଞ୍ଜରା ଗାଁକୁ କୌଣସି ରାସ୍ତା ନଥିଲା । ଆଖପାଖ ପ୍ରାୟ 20ରୁ ଊର୍ଦ୍ଧ୍ଵ ଗାଁ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ଲାଗିଥିବା ବେଳେ ଲୋକେ ଯିବା ଆସିବା କରିବା ପାଇଁ ହଇରାଣ ହେଉଥିଲେ । ଗାଁ ଲୋକଙ୍କ ଏଭଳି ପରିସ୍ଥିତି ରଞ୍ଜିତ ନାୟକଙ୍କୁ ପିଲାବେଳୁ ପ୍ରଭାବିତ କରିଥିଲା ।

ସେଥିପାଇଁ ଗାଁ’କୁ ରାସ୍ତା ନିର୍ମାଣ କରିବା ପାଇଁ ସେ ପ୍ରତିଶ୍ରୁତି ବଦ୍ଧ ଥିଲେ । ତେଣୁ ବାପାଙ୍କ ସହ ମିଶି ତିନୋଟି କାଠପୋଲ ସହ ଚାରି କିମି ରାସ୍ତା ତିଆରି କରି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି ରଞ୍ଜିତ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ପ୍ରାୟ 80ରୁ ଉର୍ଦ୍ଧ୍ଵ ଗାଁକୁ ରାସ୍ତା ନଥିବା ବେଳେ ସେଥିରୁ ଗୁଞ୍ଜରାମ ପଞ୍ଜରା ହେଉଛି ଅନ୍ଯତମ ।

ଆମ ଦେଶ ସ୍ଵାଧୀନତାର 75 ବର୍ଷ ପରେ ଯେଉଁ କାର୍ଯ୍ୟ କରିବା କଥା ସରକାର ଚିନ୍ତା କରି ପାରିଲେନି ତାହା ତିନିମାସରେ କରି ଦେଖାଇଛନ୍ତି ଜଣେ ସାଧାରଣ ଟ୍ରକ ଡ୍ରାଇଭର । ଗାଁକୁ ଘେରି ରହିଥିବା ଦୁଇଟି ନଦୀରେ ସେ ତିନୋଟି କାଠ ବ୍ରିଜ ନିର୍ମାଣ କରିଛନ୍ତି । ଏଥିପାଇଁ ଗଛ ଓ କାଠ ସବୁ କିଣି ଶ୍ରମିକ ଲଗେଇ ଏହି ବ୍ରିଜ ନିର୍ମାଣ କରିଛନ୍ତି ରଞ୍ଜିତ । ମାଟି ରାସ୍ତା ପାଇଁ ମଧ୍ୟ ନିଜେ ଖୁବ ପରିଶ୍ରମ କରିଛନ୍ତି । ତାଙ୍କ ବାପା ମଧ୍ୟ ତାଙ୍କୁ ଏ କାମରେ ସହଯୋଗ କରିଛନ୍ତି ।

କାଠପୋଲ ତିଆରି ହେବାପରେ ଗାଁ ବାହାରକୁ ଯିବା ଆସିବା ପାଇଁ ଗ୍ରାମବାସୀଙ୍କୁ ସୁବିଧା ହେଉଛି । ଏଥିପାଇଁ ରଞ୍ଜିତ ଓ ତାଙ୍କ ବାପାଙ୍କ ଉପରେ ବେଶ ଖୁସି ଅଛନ୍ତି ଗାଁ ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।