ମାଳିକା ବଚନ: ଆରମ୍ଭ ହେବ ମହାସମର ଓ ଚାରିଆଡେ ରକ୍ତର ନଦୀ ବହିବ, ଗର୍ଜନ କରିବେ ହନୁମାନ, ମାଳିକା ପ୍ରମାଣ ସହ କେବେ ଠୁ ଏହା ଆରମ୍ଭ ହେବ ଓ କଣ ରହିବ ସଙ୍କେତ ? 

ପୋଲ ତିଆରି ହେବ ଆଉ ବଡ ଅଘଟଣ ଘଟିବ । ପଶ୍ଚିମରୁ ଯୁଦ୍ଧ ଆରମ୍ଭ ହେବ ଆଉ କଟକରେ ବହିବ ରକ୍ତର ନଦୀ । ହନୁମାନ ଗର୍ଜନ କରିବେ ଏବଂ ପୃଥିବୀ ମାତା କାନ୍ଦି ଉଠିବେ । ମାଳିକାରେ ପୃଥିବୀକୁ ନେଇ ଅଚ୍ୟୁତାନନ୍ଦ ଦାସ ଅନେକ ଗୁଡିଏ ଭବିଷ୍ୟବାଣୀ କରିଛନ୍ତି । ଯାହା ଧୀରେ ଧୀରେ ସତ ପ୍ରମାଣିତ ହେବାରେ ଲାଗିଛି । ଓଡିଶାର ମୁଖ୍ୟ ବ୍ୟବସାୟ ସ୍ଥଳୀ କଟକ ସହରକୁ ନେଇ ମାଳିକାରେ ଲେଖାଥିବା ଏକ ବଡ ଘଟଣା ସାମ୍ନାକୁ ଆସିଛି । ଆଗକୁ କଟକରେ ଲୀଳା କରିବେ କଳକୀ ।

କଟକରେ ଯେତେବେଳେ ରେଳରାସ୍ତା ତିଆରି ହେବ ଏବଂ କେଉଁଠି ଏହା ଆରମ୍ଭ ହେବ ତାହା ମଧ୍ୟ ମାଳିକାରେ କୁହାଯାଇଛି । ମହାନଦୀରେ ଯେତେବେଳେ ରେଳରାସ୍ତା ତିଆରି ହେବ ତାହା କଳିଯୁଗର ଅନ୍ତ ସମୟ ବୋଲି ମାଲିକାରେ ଲେଖାଯାଇଛି । ଏହାପରେ କଟକରେ ଦିନରେ ଆକାଶରୁ ଉଲକା ପଡିବ । ରାଣୀହାଟ ଠାରୁ ତୁଳସୀପୁର ପର୍ଯ୍ୟନ୍ତ ରକ୍ତର ନଦୀ ବହିବ ବୋଲି ମଧ୍ୟ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି । କଟକର ଚାନ୍ଦିନୀଚୌକରେ ହିନ୍ଦୁ ଓ ମୁସଲମାନ ଯୁଦ୍ଧ ଆରମ୍ଭ ହେବ ।

ହଣାକଟା ଲାଗି ରହିବ ଏବଂ ଏହି ଘଟଣା ମଙ୍ଗଳବାର ଦିନ ଘଟିବ । ସେହି ସମୟରେ ହନୁମାନ ଗର୍ଜି ଉଠିବେ ବୋଲି ଲେଖାଅଛି । ମହାପୁରୁଷ କହିଛନ୍ତି, ପଶ୍ଚିମ ଦିଗରୁ ସନ୍ନ୍ୟାସୀ କଟକରେ ପ୍ରବେଶ କରିବେ । ସେଦିନ କିଛି ଛଦ୍ମବେଶୀ ମୁସଲମାନ ସୈନ୍ୟ ମଧ୍ୟ କଟକରେ ପ୍ରବେଶ କରିବେ । ସେମାନେ ପ୍ରଥମେ ଯୁଦ୍ଧ ଆରମ୍ଭ କରିବେ ବୋଲି ଲେଖାଅଛି । କଟକର ବଳଦା ଶାସନରେ ପ୍ରଭୁ ହନୁମାନ ଜନ୍ମ ନେଇ ସାରିଛନ୍ତି । ଭକ୍ତମାନେ ସେଠାରେ ମହାସମର ଦେଖିବାକୁ ପାଇବେ ।

ତେବେ 2026 ରେ ଏସବୁ ଘଟଣା ଘଟିବ ବୋଲି କହିଛନ୍ତି ମହାପୁରୁଷ । ଭୁବନେଶ୍ବରରେ ବି ଏହି ଯୁଦ୍ଧ ଚାଲିବ ଓ ଏହା ତିନିପକ୍ଷ ତିନିମାସ ଯାଏଁ ଚାଲିବ । ତିନିପକ୍ଷ ହେଉଛି 45ଦିନ ଏବଂ ତିନିମାସ ହେଉଛି 90ଦିନ । ତେବେ ଯୁଦ୍ଧ ସମୁଦାୟ 135 ଦିନ ଚାଲିବ ବୋଲି କୁହାଯାଇଛି । ଯୁଦ୍ଧ ଏତେ ଭୟଙ୍କର ହେବ ଯେ ଖୋର୍ଦ୍ଧା ପର୍ଯ୍ୟନ୍ତ ରକ୍ତର ନଦୀ ବହିବ ଓ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିବେ । ମୀନ ରାଶିରେ ଶନିଙ୍କ ଚଳନ ଯୋଗୁଁ ଏଭଳି ସମସ୍ଯା ଅଢେଇ ବର୍ଷ ଲାଗି ରହିବ ।

ସେହି ସମୟରେ ପୃଥିବୀ ମାତା ତ୍ରାହି ତ୍ରାହି ଡାକିବେ ଓ ରାସ୍ତା ସାରା କୂଢ କୂଢ ଶବ ଗଦା ହେବ । 2024ରେ ମୀନ ରାଶିରେ ଶନି ଚଳିବେ ଓ ଏହି ଘଟଣା 2026ରେ ଘଟିବ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।