Shraddha ଙ୍କ ପରେ Lumraina, ସାକ୍ଷାତକାର ବେଳେ Lumraina ଙ୍କୁ “ମୋ ଦୁନିଆ” ବୋଲି କହିଲେ ଅଭିନେତା Raj Rajesh, ଦେଖନ୍ତୁ Exclusive Video

ଓଲିଉଡରେ ଖୁବ କମ୍ ଦିନରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବହୁ ପ୍ରତିଭାବାନ ଅଭିନେତା ରାଜ ରାଜେଶ । ନେଗେଟିଭ ଚରିତ୍ରରୁ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିବା ରାଜ ରାଜେଶ ନିଜକୁ ଏକ ଭଲ ଅଭିନେତା ଭାବେ ପ୍ରତିପାଦିତ କରି ପାରିଛନ୍ତି । ଅଳ୍ପ ଦିନର ଫିଲ୍ମ କ୍ଯାରିୟର ମଧ୍ୟରେ ସେ ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ ଜାତୀୟ ସ୍ତରୀୟ ଫିଲ୍ମ କାର୍ଯ୍ୟକ୍ରମରେ ଓଡିଶା ପାଇଁ ଆୱାର୍ଡ ଆଣି ପାରିଛନ୍ତି ।

ତେବେ ଅଭିନୟ ଜୀବନ ଭଳି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ରାଜ ରାଜେଶ ସବୁବେଳେ ବେଶ ଚର୍ଚ୍ଚାରେ ରୁହନ୍ତି । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କ ସହ ପ୍ରେମ ସମ୍ପର୍କ ଓ ବ୍ରେକଅପକୁ ନେଇ ସେ ଓଲିଉଡରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ଶ୍ରଦ୍ଧାଙ୍କ ସହ ରାଜ ରାଜେଶ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କରେ ରହିଥିବା ବେଳେ ଦୁହେଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏପରିକି ସେମାନନକ ବିବାହ ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହେବା ପରେ ଉଭୟଙ୍କର ବ୍ରେକଅପ ହୋଇ ଯାଇଥିଲା ।

ଏହି ଘଟଣାରେ ରାଜ ରାଜେଶଙ୍କୁ ସମସ୍ତେ ଦୋଷୀ ବୋଲି ଭାବିଥିଲେ । ତେବେ ଏନେଇ ସେ ଦୀର୍ଘଦିନ ଧରି ଚୁପ୍ ଥିବାବେଳେ ସମୟ ଆସିଲେ ସତ କଣ ସମସ୍ତେ ଜାଣିବେ ବୋଲି କହିଛନ୍ତି । ତେବେ ଶ୍ରଦ୍ଧାଙ୍କ ସହ ବ୍ରେକଅପ ପରେ ଏବେ ଅନ୍ଯତମ ଓଲିଉଡ ଅଭିନେତ୍ରୀ ଲୁମରାଇନାଙ୍କ ସହ ନଜର ଆସୁଛନ୍ତି ଅଭିନେତା ରାଜ ରାଜେଶ । ଲୁମରାଇନାଙ୍କ ଜନ୍ମଦିନ ସେମାନେ ଏକାଠି ପାଳନ କରିବା ସହ ସେମାନଙ୍କ ଫ୍ରେଣ୍ଡସ୍ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ତେବେ ବର୍ତ୍ତମାନ ଲୁମରାଇନାଙ୍କୁ ହିଁ ନିଜ ଦୁନିଆ ବୋଲି କହିଛନ୍ତି ରାଜ ରାଜେଶ । ସେ ଲୁମରାଇନାଙ୍କୁ ଲଭ ଅଫ ମାଇ ୱାର୍ଲ୍ଡ ବଦଳରେ ସବୁବେଳେ ଡେଭିଲ ଅଫ ମାଇ ୱାର୍ଲ୍ଡ ବୋଲି କୁହନ୍ତି । ଲୁମରାଇନାଙ୍କ ଆଗ ଦାନ୍ତ ଦୁଇଟି ଡେଭିଲ ଦାନ୍ତ ଭଳି ହୋଇଥିବାରୁ ସେ ପ୍ରେମରେ ତାଙ୍କୁ ସେମିତି କୁହନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ତେବେ ଲୁମରାଇନା ପ୍ରଥମେ ଶିଶୁ କଳାକାର ଭାବେ ତରଙ୍ଗ ଟିଭି ଧାରାବାହିକ “ଜୀବନ ଯମୁନାରେ ଜୁଆର ଉଠେ ରେ” ରୁ ନିଜ କ୍ଯାରିୟର ଆରମ୍ଭ କରିଥିଲେ ।

ଏହାପରେ ସେ ଶଙ୍ଖା ସିନ୍ଦୂର, ଆମ ଘର ଲକ୍ଷ୍ମୀ, ଜୀବନ ସାଥି ଓ କୁଆଁରୀ ବୋହୂ ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ରାଜ ରାଜେଶ ଓ ଲୁମରାଇନାଙ୍କ ଫ୍ୟାନ୍ସମାନେ ସେମାନଙ୍କ ଯୋଡିକୁ ବେଶ ପସନ୍ଦ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।