ହେ ଭଗବାନ! ବଲିଉଡ ରେ ପୁଣି ଆଜି ଶୋକର ଛାୟା, ବଲିଉଡ ଆଉ ଜଣେ ଦିଗ୍ଗଜ ଅଭିନେତାଙ୍କର ହେଇଗଲା ପରଲୋକ

‘ବିକି ଡୋନର’ ଓ ‘ହଜାରୋଂ ଖ୍ୱାହିଶେଂ ଏସି’ ର ଫେମସ ଅଭିନେତା ଭୁପେଶ କୁମାର ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇ ଯାଇଛି । ଭୁପେଶ କୁମାର ପାଣ୍ଡ୍ୟା ସ୍ଟେଜ 4 କ୍ୟାନ୍ସର ରୋଗରେ ପୀଡିତ ଥିଲେ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଏହି ଖବର ର ପୃଷ୍ଟି କରିଛି। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଟ୍ୱିଟର ମାଧ୍ୟମରେ ଅଭିନେତାଙ୍କ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ଯେ ବିଶିଷ୍ଟ ଥିଏଟର ବ୍ୟକ୍ତି ଭୁପେଶ କୁମାର ପାଣ୍ଡ୍ୟାଙ୍କ (ପୂର୍ବ ଛାତ୍ର NSD 2001 ବ୍ୟାଚ୍) ହଠାତ୍ ଦେହାନ୍ତ ହେବାର ଖବର ଅତ୍ୟନ୍ତ ଦୁଃଖଦାୟକ। NSD ପରିବାର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି କରନ୍ତୁ। ‘

ଭୁପେଶ କୁମାର ପାଣ୍ଡ୍ୟା ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ପରିବାରର ଅଧିକାଂଶ ସଞ୍ଚୟ ସେମାନଙ୍କର କିଛି ମାସର ଚିକିତ୍ସାରେ ଖର୍ଚ୍ଚ ହୋଇଥିଲା । ସେ ଅହମ୍ମଦାବାଦ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ବହୁ ବଲିଉଡ ଅଭିନେତା ମଧ୍ୟ ଭୁପେଶଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏହା ବ୍ୟତୀତ ଭୁପେଶଙ୍କ ଚିକିତ୍ସାରେ ରାଜେଶ ତଇଲଙ୍ଗ, ଗଜରାଜ ରାଓ ମଧ୍ୟ ପରିବାରକୁ ଆର୍ଥିକ ସହାୟତା କରିଥିଲେ। ଭୁପେଶଙ୍କ ତାଙ୍କ ପଛରେ ପତ୍ନୀ ଓ ଦୁଇ ପିଲାଙ୍କୁ ଛାଡି ଯାଇଛନ୍ତି।

ଭୁପେଶଙ୍କ ପତ୍ନୀ ମଧ୍ୟ ଦିଲ୍ଲୀର ଏକ ସ୍କୁଲ ଶିକ୍ଷକ ଚାକିରି ହରାଇଥିଲେ। ଏଥି ସହିତ କିଛି ଦିନ ପୂର୍ବରୁ ଭୁପେଶଙ୍କ ପତ୍ନୀ କହିଥିଲେ କି, ‘ତାଙ୍କର ସାଙ୍ଗ ମାନେ ଆମକୁ ଆର୍ଥିକ ସାହାଯ୍ୟ କରିଛନ୍ତି, କିନ୍ତୁ ବର୍ତ୍ତମାନ ଆମ ପାଖରେ ଟଙ୍କା ସରି ଯାଇଛି ।

ଅଧିକ ଚିକିତ୍ସା ପାଇଁ, ମୋ ସ୍ୱାମୀଙ୍କୁ କେମୋଥେରାପି ସହିତ ଇମ୍ୟୁନୋଥେରାପି ଆବଶ୍ୟକ ଅଟେ । ଆସନ୍ତା ଛଅ ମାସ ମଧ୍ୟରେ ଚିକିତ୍ସା ଖର୍ଚ୍ଚ ପ୍ରାୟ 15 ଲକ୍ଷ ଟଙ୍କା ଆବଶ୍ୟକ ହେବ। ଏହା ଆମ ପାଇଁ ବହୁତ ବଡ ରାଶି ଅଟେ, ଓ ମୁଁ ଏହାକୁ କିପରି ଯୋଗାଡ କରିବି ମୁଁ ଜାଣେ ନାହିଁ।

କହି ଦେଉଛୁ କି ରାଜସ୍ଥାନ ରାଜ୍ୟ ସରକାର ଅଭିନେତାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ 2 ଲକ୍ଷ ଟଙ୍କା ଯୋଗଦାନ କରିଥିଲେ । ଏହା ବ୍ୟତୀତ ଭୁପେଶଙ୍କ ଅନ୍ୟ ଏନଏସଡି ବ୍ୟାଚମେଟମାନେ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ସେ ସ୍ୱାସ୍ଥ୍ୟ ଖର୍ଚ୍ଚ ପୂରଣ କରିବା ପାଇଁ ଏକ କ୍ରାଉଦଫଣ୍ଡିଙ୍ଗ ପେଜ ମଧ୍ୟ ତିଆରି କରିଥିଲେ ଯାହା ମାଧ୍ୟମରେ ଅଭିନେତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରା ଯାଉଥିଲା ।

ଦୈନଦିନର ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।