ଆଜି ହିଁ ଛାଡି ଦିଅ ଏହି 3 ଅଭ୍ୟାସ, ନଚେତ ସାରା ଜୀବନ ବୁଡି ରହିବ କରଜରେ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ର ରେ ଲୋକ ମାନଙ୍କ ପାଇଁ ବହୁତ ଭଲ ଉପାୟ ମାନ ସବୁ କହିଛିନ୍ତି । ଚାଣକ୍ୟଙ୍କ ନୀତି ଗୁଡିକ ଲୋକମାନଙ୍କୁ ଜୀବନରେ ସଫଳତାର ବାଟ ଦେଖାଇଥାଏ ଓ ଜୀବନ ବଞ୍ଚିବାର ଉଚିତ ବାଟ ଦେଖାଇଥାଏ । ଚାଣକ୍ୟଙ୍କ ନୀତି ବହୁତ ପୂର୍ବରୁ ଚାଲିଆସୁଛି ଓ ବର୍ତ୍ତମାନ ମଧ୍ୟ ଏହା ଅକାଟ୍ୟ ହୋଇ ରହିଛି । ଆଚାର୍ଯ୍ୟଙ୍କ ନୀତିକୁ ବହୁତ ଭଲଭାବରେ ପରଖିବା ଉଚିତ । ଏହି ନୀତି ଗୁଡିକରେ ଆଚାର୍ଯ୍ୟ କିଛି ଏପରି ଅଭ୍ୟାସ ବିଷୟରେ କହିଛନ୍ତି , ଯାହା ଦ୍ୱାରା ଜଣେ ବ୍ୟକ୍ତି ଗରିବ ହୋଇଯାଇଥାଏ ।

ଆଚାର୍ଯ୍ୟ ସମସ୍ତ ବ୍ୟକ୍ତିଙ୍କୁ ଏହି ଅଭ୍ୟାସ ଠାରୁ ଦୂରେଇ ରହିବାକୁ କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ , ଯେଉଁବ୍ୟକ୍ତି ନିଜ ଦାନ୍ତକୁ ସଫା ରଖନ୍ତି ନାହିଁ ସେହି ବ୍ୟକ୍ତିଙ୍କ ପାଖକୁ କେବେ ବି ପଇସା ଆସିନଥାଏ । ଏମିତି ଲୋକମାନେ ସଵୁବଳେ ଗରିବ ହୋଇଥାନ୍ତି । ଏମାନେ ସବୁବଳେ କରଜରେ ବୁଡି ରହିଥାନ୍ତି ।

ଯେଉଁ ଲୋକମାନେ ନିଜର ଆଖପାଖରେ ସଫା ସୁତୁରା ରଖିନଥାନ୍ତି ସେମାନେ ସଦା ଗରିବ ହୋଇଥାନ୍ତି । ଏମାନଙ୍କ ପାଖରେ ସବୁବଳେ ଧନର ଅଭାବ ହୋଇଥାଏ । ଯେଉଁ ଲୋକମାନେ ନିଜର ପୋଷାକ ସଫାକରି ନଥାନ୍ତି , ସେମାନେ ସଦା ଗରିବ ରହିବା ସହିତ ସବୁବଳେ ଅଶାନ୍ତି ରହିଥାନ୍ତି । ଏମାନଙ୍କୁ ସମାଜରେ ମାନ ସମ୍ମାନ ମଧ୍ୟ ମିଳିନଥାଏ ।

ଆଚାର୍ଯ୍ୟ ଙ୍କ ମତରେ , ଅଧିକ ଭୋଜନ କରୁଥିବା ବ୍ୟକ୍ତି ମଧ୍ୟ ଗରିବ ହୋଇ ଯାଇଥାନ୍ତି । କାରଣ ,ଆଵଶ୍ୟକତା ଠାରୁ ଅଧିକ ଭୋଜନ କରୁଥିବା ବ୍ୟକ୍ତି ଗରିବି ଆଡ଼କୁ ଟାଣିହୋଇ ଯାଇଥାଏ । ଏହା ସହିତ ଏହି ବ୍ୟକ୍ତିମାନେ କେବେ ବି ସୁସ୍ଥ ରହିନଥାନ୍ତି । ଏମାନଙ୍କୁ ସବୁବଳେ ରୋଗ ମାଡ଼ି ଆସିଥାଏ । ତେଣୁ ଭୋଜନକୁ ସବୁବଳେ ନିଜର ଆଵଶ୍ୟକତା ଅନୁସାରେ ଖାଇବା ଉଚିତ । ଏହାଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯେଉଁବ୍ୟକ୍ତି ସବୁବଳେ ଅଳସୁଆ ହୋଇଥାନ୍ତି ବା ସକାଳୁ ଶୀଘ୍ର ଉଠି ନଥାନ୍ତି ସେମାନଙ୍କ ପାଖକୁ ପଇସା ଆସିନଥାଏ । ଏହି ବ୍ୟକ୍ତିମାନେ ଜୀବନରେ ସବୁବେଳେ କରଜରେ ବୁଡି ରହିଥାନ୍ତି । ଯେଉଁବ୍ୟକ୍ତି ଖରାପ କାର୍ଯ୍ୟ ବା ଛଳ କପଟ କରି ପଇସା ଆଣିଥାଏ ,ସେହି ବ୍ୟକ୍ତି ପାଖରେ ଅଧିକ ଦିନ ପର୍ଯ୍ୟନ୍ତ ପଇସା ରହି ନଥାଏ । କିଛିଦିନ ପରେ ତାର ପତନ ଘଟିଥାଏ

ଏହି ବ୍ୟକ୍ତି ମାନେ ସଦା ସର୍ବଦା ମାନସିକ ଚାପ ଓ ଋଣରେ ଘାଣ୍ଟି ହୋଇଥାନ୍ତି । ତେଣୁ ଆପଣ ଏହି ଅଭ୍ୟାସରୁ ଦୁରେଇ ରହିବା ଉଚିତ । ଏହା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ଓ ସମୃଦ୍ଧମୟ ହୋଇଥାଏ । ଆପଣ ଜୀବନରେ ବହୁତ ସଫଳତା ପାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।