ଯେତେବେଳେ କୌଣସି ଝିଅ ନିଜର ବାପାଙ୍କର ଘରକୁ ଛାଡି ବାହାଘର ପରେ ନିଜର ସ୍ଵାମୀଙ୍କ ଘରକୁ ଆସିଥାଏ, ସେତେବେଳେ ଗୋଟେ ନଣନ୍ଦଙ୍କୁ ଭାଉଜ ରୂପରେ ଏକ ଭଲ ସାଙ୍ଗ ବା ଭଉଣୀ ମିଳିଥାଏ । କିନ୍ତୁ ଆମେ ଛୋଟ ପରଦାରେ ପ୍ରାୟତଃ ଦେଖିଥାଉ କି ନଣନ୍ଦ ଏବଂ ଭାଉଜ ମଧ୍ୟର ଥିବା ସମ୍ପର୍କ ଭଲ ହୋଇ ନଥାଏ । କିନ୍ତୁ ଏହାର ବିପରୀତ ବଲୀଉଡର ନଣନ୍ଦ ଭାଉଜଙ୍କର ସମ୍ପର୍କରେ ବହୁତ ଭଲ ପାଇବା ଦେଖିବାକୁ ମିଳେ ।
ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଏମିତି ନଣନ୍ଦ ଏବଂ ଭାଉଜଙ୍କ ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ସମ୍ପର୍କ ଭଉଣୀ ଠାରୁ ମଧ୍ୟ ଅଧିକ ଗଭୀର । ତେବ ଆସନ୍ତୁ ଦେଖିବା ବଲୀଉଡର ନଣନ୍ଦ ଭାଉଜ ଙ୍କର ଟପ ଯୋଡି ଯେଉଁମାନେ ରିୟଲ ଲାଇଫରେ ଭଉଣୀ ଭଳି ରୁହନ୍ତି । ଏମାନେ ଅଟନ୍ତି ବଲୀଉଡର ନଣନ୍ଦ ଭାଉଜ ଯୋଡି
· କରିନା କପୁର ଖାନ ଏବଂ ସୋହା ଅଲି ଖାନ
ଏହି ଯୋଡି ବଲୀଉଡର ନଣନ୍ଦ ଭାଉଜଙ୍କର ଟପ ଯୋଡି ଲିସ୍ଟରେ ସବୁଠୁ ଉପରେ ଆସନ୍ତି । ଏହି ଦୁଇଜଣଙ୍କ ସମ୍ପର୍କ ଭଉଣୀ ଭଳି ଅଟେ । କରିନା ଏବଂ ସୋହା ପ୍ରାୟତଃ ଏକା ସାଙ୍ଗରେ ବିଦେଶରେ ଏବଂ ଅନ୍ୟ ଜାଗାକୁ ବୁଲି ବାକୁ ଯାଆନ୍ତି । ସୋହା ଥରେ ନିଜର ଭାଉଜ କରିନା ବିଷୟରେ ପ୍ରଶଂସା କରି କହିଲ କି : “ମୁଁ କରିନାର ଏହି କଥାକୁ ସମ୍ମାନ କରେ କି ସେ କାମକୁ ଏବଂ ମୋ ଭାଇର ପ୍ରାଥମିକତା ପ୍ରତି ସ୍ପଷ୍ଟ ଅଟନ୍ତି । ସେ ମୋତେ ପସନ୍ଦ କରନ୍ତି ତାଙ୍କ ସହିତ ମୋର ବ୍ୟବହାର ସୈଫ ଭଳି ହୋଇଥାଏ ।“
· ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ଶ୍ୱେତା ନନ୍ଦା
ମିଡିୟାରେ ପ୍ରାୟତଃ ଏମିତି ଖବର ଆସିଥାଏ କି ବଚ୍ଚନ ପରିବାରରେ ଐଶ୍ୱର୍ୟ୍ୟା ଏବଂ ଶ୍ୱେତାଙ୍କର ସମ୍ପର୍କ ଠିକ ନାହିଁ । କିନ୍ତୁ ଏମିତି କିଛି ବି ନୁହେଁ । ଏମାନଙ୍କର ସମ୍ପର୍କ ବହୁତ ଭଲ ଅଟେ । ବଚ୍ଚନ ପରିବାରର ବୋହୁ ଐଶ୍ୱର୍ୟ୍ୟା ଏବଂ ତାଙ୍କର ନଣନ୍ଦ ଶ୍ୱେତା ପ୍ରାୟତଃ କେତେକ କାର୍ଯ୍ୟକର୍ମରେ ଏକା ସହିତ ଦେଖାଯାଆନ୍ତି । ଶ୍ୱେତା କଫୀ ବିଦ କରଣ ଶୋରେ କହିଲେ କି ସେ ନିଜର ଭାଉଜ କୁ ବହୁତ ଭଲ ପାଆନ୍ତି ଏବଂ ଖୁସି ଅଟନ୍ତି କି ଅଭିଷେକ ଏବଂ ଐଶ୍ୱର୍ୟ୍ୟା ଏକା ସହିତ ଅଛନ୍ତି ।
· ମଲାଇକା ଅରୋଡା ଖାନ ଏବଂ ଅର୍ପିତା ଖାନ
ବର୍ତ୍ତମାନ ମଲାଇକା ଅରବାଜ ଖାନଙ୍କ ଠାରୁ ତଲାକ ନେଇ ସାରିଛନ୍ତି । କିନ୍ତୁ ଆଜି ବି ମଲାଇକା ଏବଂ ଅର୍ପିତା ମଧ୍ୟରେ ଥିବା ସମ୍ପର୍କ ଗୋଟିଏ ନଣନ୍ଦ ଭାଉଜ ଭଳି ଅଛି ଏବଂ ସମସ୍ତ ପାରିବାରିକ କାର୍ଯ୍ୟକ୍ରମରେ ଦୁଇଜଣ ଏକ ସହିତ ଦେଖା ଯାଆନ୍ତି ।
· ସୋନାକ୍ଷୀ ସିନ୍ହା ଏବଂ ତରୁଣା ଅଗ୍ରୱାଲ
ସୋନାକ୍ଷୀଙ୍କ ବଡ ଭାଇ କୁଶ ବର୍ଷ ୨୦୧୫ରେ ତରୁଣାଙ୍କ ସହିତ ବାହା ହୋଇଥିଲେ । ସୋନାକ୍ଷୀ ନିଜର ଭାଇର ବାହାଘରେ ବହୁତ ଉତ୍ସାହିତ ଥିଲେ ଏବଂ ସେ ବାହାଘରର ଫଟୋ ସୋସିୟାଲ ମିଡିୟାରେ ପୋଷ୍ଟ କରିଥିଲେ । ସୋନାକ୍ଷୀ ଏବଂ ତରୁଣା ପରସ୍ପର ବହୁତ ପାଖାପାଖି ଅଟନ୍ତି ଏବଂ ଭଉଣୀ ଭଳି ରୁହନ୍ତି । ବଲୀଉଡର ଏହିଭଳି ଚଟପଟା ଖବର ପାଇଁ ଆମ ପେଜକୁ ନିଶ୍ଚୟ ଲାଇକ କରନ୍ତୁ। ଧନ୍ୟବାଦ ।