Bollywood ରୁ ଆସିଲା ପୁଣି ଏକ ଦୁଃଖ ଖବର, ଏହି ଫେମସ ହିରୋଇନଙ୍କର ହେଲା ନିଧନ

ସିନେମା ଜଗତରେ ଖରାପ ଖବର ବନ୍ଦ ହବାର ନାମ ନେଉନି, ଲୋକମାନେ ଗୋଟେ ଦୁଃଖ ଖବରରୁ ବାହାରି ନାହାନ୍ତି କି ଅନ୍ୟ ଏକ ଦୁଖ ଖବର ଆସି ପହଞ୍ଚୁଛି । ଏବେ ବଙ୍ଗାଳୀ ଆଉ ହିନ୍ଦୀ ଫିଲ୍ମ ରେ କାମ କରିସାରିଥିବା ଆକ୍ଟ୍ରେସ ମିଷ୍ଟି ମୁଖାର୍ଜୀ (27) ଙ୍କର ଶୁକ୍ରବାର ଦିନ ସନ୍ଧ୍ୟାରେ ବାଙ୍ଗାଲୁରୁ ରେ ଦେହାନ୍ତ ହେଇଯାଇଛି । ଖବର ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ଶନିବାର ଦିନ କରି ଦିଆଯାଇଛି ।

2013 ମସିହାରେ ବଲୀଉଡ ରେ ଏଣ୍ଟ୍ରି

2013 ମସିହାରେ ଫିଲ୍ମ ” ମେ କ୍ରୀଷ୍ଣା ହୁଁ ” ରୁ ବଲୀଉଡ ରେ ଡେବ୍ୟୁ କରିଥିବା ମିଷ୍ଟ୍ରି ମୁଖାର୍ଜୀ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ ଓ କିଛି ଦିନରୁ ସେ କିଟୋ ଡାଇଟ ରେ ଥିଲେ । ମିଷ୍ଟ୍ରି ମୁଖାର୍ଜୀ ଙ୍କ ଫାମିଲିରେ ତାଙ୍କର ପ୍ୟାରେଣ୍ଟ୍ସ ଆଉ ତାଙ୍କର ଭାଇ ଅଛନ୍ତି ।

ଅନେକ ଆଇଟମ ନମ୍ବରରେ କରିଛନ୍ତି କାମ

ଫିଲ୍ମ ‘ମେ କ୍ରୀଷ୍ଣା ହୁଁ’ ରେ ଡ୍ୟାନ୍ସ ନମ୍ବର କରିବା ପରେ ମିଷ୍ଟ୍ରି ମୁଖାର୍ଜୀ ଡାଇରେକ୍ଟର ରାକେଶ ମେହତା ଙ୍କ ଫିଲ୍ମ ‘ଲାଇଫ କି ତୋ ଲଗ ଗେୟୀ’ ରେ କାମ କରିଥିଲେ । ମିଷ୍ଟ୍ରି ମୁଖାର୍ଜୀ ବୋଲ୍ଡ ମ୍ୟୁଜିକ ଓ ଆଇଟମ ନମ୍ବର ରେ ବହୁତ ପପୁଲର ଥିଲେ । ଏହା ବ୍ଯତୀତ ସେ ଅନେକ ବଡ ବଡ ପାର୍ଟି ଓ ରେଷ୍ଟୁରାଣ୍ଟ ରେ ନଜର ଆସୁଥିଲେ ।

କଣ୍ଟ୍ରୋବର୍ସି ରେ ଆସି ସାରିଛି ନାମ

ବର୍ଷ 2014 ରେ ମିଷ୍ଟ୍ରି ମୁଖାର୍ଜୀ ଙ୍କର ଏକ ବଡ କଣ୍ଟ୍ରୋବର୍ସି ରେ ନାମ ଆସିଥିଲା । ଏହା ପରେ ମୁମ୍ବାଇ ରେ ତାଙ୍କ ଘର ସର୍ଚ କରିବାରୁ ଅନେକ ଅଶ୍ଳୀଳ ସିଡ଼ି ମିଳିଥିଲା । ଏହି ମାମଲାରେ ତାଙ୍କ ପିତା ଓ ଭାଇ ଙ୍କୁ ଗିରଫ କରା ଯାଇଥିଲା । କିନ୍ତୁ ପରେ ତାଙ୍କୁ ଜାମିନ ରେ ଛାଡି ଦିଆଗଲା । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।