ଅନଲାଇନ ଗେମ ଫ୍ରି ଫାୟାର ହେଲା କାଳ, ଲକ୍ଷେ ଟଙ୍କା ହରେଇବା ପରେ ନେଲା ଅଷ୍ଟମ ଶ୍ରେଣୀ ଛାତ୍ରର ଜୀବନ

ଫ୍ରି ଫାୟାର ଖେଳି ବାର୍ବାଦ୍ କଲେ ୧ ଲକ୍ଷ ଟଙ୍କା । ପରିବାର ଭୟରେ ଜୀବନ ହାରିଲେ ଓଡ଼ିଶାର ଅଷ୍ଟମ ଶ୍ରେଣୀର ଛାତ୍ର । ତେବେ ଘଟଣା କେଉଁଠିକାର କାହିଁକି ଏମିତି ଏତେ ବଡ଼ ପଦକ୍ଷେପ ନେଲେ ଛାତ୍ର । ଆସନ୍ତୁ ଜାଣିବା । ଲକଡାଉନ ସମୟରେ ଚାଲୁଥିବା ଅନଲାଇନ ଶିକ୍ଷା ହେଲା କାଳ । ହାତ ପାହାନ୍ତରେ ମୋବାଇଲ ସେଟ ପାଇ ଜଣେ ମେଧାବୀ ଛାତ୍ର ଏହାର ଅପବ୍ୟବହାର କରି ଶେଷରେ ଜୀବନ ହାରିଛନ୍ତି ।

ଅନଲାଇନ ଗେମ ଫ୍ରି ଫାୟାର ଖେଳି ୧୩ ବର୍ଷର ଛାତ୍ର ଜଣଙ୍କ ବାପା ମାଆ ଙ୍କ ଆକାଉଣ୍ଟ ରୁ ପାଖା ପାଖି ୧ ଲକ୍ଷ ଟଙ୍କା ହାରିବା ପରେ ଭୟରେ ନିଜର ଜୀବନ ହାରିଛନ୍ତି । ଘଟଣା ଟି ହେଉଛି କେନ୍ଦୁଝର ଜିଲ୍ଲାର କମାରଜଡ ର । କମାରଜଡ ର ବିନୋଦ ଅପୋଡ ନାମକ ବ୍ୟକ୍ତି ଙ୍କ ପୁଅ ଅମିତାଂସୁ ଅପୋଡ ଯୋଡା ଶିଶୁ ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ।

ଲକଡାଉନ ସମୟରେ ଅନଲାଇନ ପାଠ ପଢ଼ିବା ନିମନ୍ତେ ତାଙ୍କୁ ଏକ ମୋବାଇଲ ସେଟ ଦିଆଯାଇଥିଲା । ଅମିତଂସୁ ଙ୍କ ବାପା ମାଆ ଚାକିରି କରୁଥିବା କାରଣରୁ ଅଧିକ ସମୟ ଘରେ ରହୁନଥିଲେ ଏବଂ ଅମିତଂଶୁ ଅଧିକ ସମୟ ଏକୁଟିଆ ରହୁଥିଲେ । ଏହି ସମୟରେ ସେ ମୋବାଇଲ ରେ ଫ୍ରି ଫାୟାର ନାମକ ଏକ ଅନଲାଇନ ଗେମ ଜାଲରେ ପଡିଯାଇଥିଲେ ।

ଏହି ଗେମ ରେ ସେ ବାପା ଙ୍କ ଆକାଉଣ୍ଟ ରୁ ୬୧୦୦୦ ଟଙ୍କା ଏବଂ ମା ଙ୍କ ଆକାଉଣ୍ଟ ରୁ ୩୫୦୦୦ ଟଙ୍କା ହାରିସାରିଥିଲେ । ହଠାତ ଏତେ ଟଙ୍କା ଗାୟବ ହେବା କାରଣରୁ ବାପା ବ୍ୟାଙ୍କ ରେ ପଚରା ଉଚରା କରିଥିଲେ ଏବଂ ଅନଲାଇନ ଗେମ ସମ୍ପର୍କରେ ଜାଣି ପାରିଥିଲେ । ଏନେଇ ସେ ଘରେ ପହଞ୍ଚି ପୁଅ କୁ ପଚରା ଉଚରା କରିଥିଲେ ।

ଏଥିରେ ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ ଅମୀତଂଶୁ ଏବଂ ଏହା ପରେ ଶୁକ୍ରବାର ସକାଳେ ଘର ବାଥରୁମ ରେ ମାଆ ଶାଢ଼ୀ କୁ ବେକରେ ଲଗାଇ ଆତ୍ମହତ୍ୟା କରିଥିବାର ଜଣା ପଡ଼ିଛି । ଏହି ଘଟଣା ପ୍ରଚାର ହେବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏହି ଖେଳରେ ଯୋଗ ଦେବାପାଇଁ ମାତ୍ର ୧୦ ଟଙ୍କାର ଅନଲାଇନ ସେବା କମ୍ପାନୀ କୁ ଦେବାକୁ ପଡିଥାଏ ।

 

ପରବର୍ତ୍ତୀ ସମୟରେ ଗୁଳି କିଣିବା ପାଇଁ ଆପେ ଆପେ ଟଙ୍କା କଟିଥାଏ । ଏହି ଖେଳ ଯୁବ ପିଢୀଙ୍କ ପଥ ଭ୍ରଷ୍ଟ କରୁଥିବା ବେଳେ ବହୁତ ଛାତ୍ର ଛାତ୍ରୀ ଚରମ ପଦକ୍ଷେପ ନେବାକୁ ମଧ୍ୟ ପଛଉ ନାହାଁନ୍ତି । ତେଣୁ ଏହାକୁ ବ୍ୟାନ କରିବାକୁ ଅନେକ କ୍ଷେତ୍ରରେ ଦାବି ହୋଇଛି ।

ତେବେ ଯଦି ଆପଣ ମଧ୍ୟ ଫ୍ରି ଫାୟାର ଖେଳୁଛନ୍ତି ତେବେ ସତର୍କତା ଅବଲମ୍ବନ କରନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।