ଆର ପାରିରେ ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

ଓଡିଶା ରାଜନୀତି ପାଇଁ ଆସିଛି ଏକ ଦୁଃଖ ଖବର । ବରିଷ୍ଠ ରାଜନୀତିଜ୍ଞ ତଥା ପିପିଲି ବିଧାୟକ ଆଉ ଏହି ଦୁନିଆରେ ନାହାଁନ୍ତି । ସେ ସବୁଦିନ ପାଇଁ ଦୁନିଆ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ଗତ କାଲୀ ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଗତ କିଛି ଦିନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା ଓ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା । ସେଥିପାଇଁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା ଓ ସେ କିଛି ଦିନ ପାଇଁ ଭେଣ୍ଟିଲେଟର ରେ ରହିଥିଲେ । ଶେଷରେ ଗତ କାଲି ରାତିରେ ସେ ମୃତ୍ୟୁ ବରଣ କରିଛନ୍ତି ।

ତାଙ୍କ ମୃତ୍ୟୁ ଖବର ପାଇ ବଡ ବଡ ରାଜନୀତିଜ୍ଞ ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ଏହା ବହୁତ ବଡ ଦୁଃଖ ଖବର କାରଣ ପିପିଲି ର ବିଧାୟକ ଥିଲେ ପ୍ରଦୀପ ମହାରଥୀ । ମହାରଥୀଙ୍କର ଗୋଟିଏ ଯାତ୍ରା ପାର୍ଟି ମଧ୍ୟ ଅଛି ଏହା ସହିତ ସେ ଜଣେ ପ୍ରତିଷ୍ଠାବାନ ଲୋକ ଅଟନ୍ତି ଓ ସେ କୃଷି ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି ।

ସେ କୃଷି ମନ୍ତ୍ରୀ ହେବା ପରେ ସେ ନିଜ ବାଡିରେ ପରିବା ଚାଷ ଓ ଗୋପାଳନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ମହାରଥୀ କୃଷି ମନ୍ତ୍ରୀ ଥିବା ବେଳେ ଓଡିଶା କୃଷିରେ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା । ମହାରଥିଙ୍କ ବିୟୋଗରେ ମୁଖ୍ୟ ମନ୍ତ୍ରୀ ଙ୍କ ସମେତ ଅନେକ ସାଧାରଣ ଜନତା ମଧ୍ୟ ଦୁଃଖ ପ୍ରକାଶ କରୁଛନ୍ତି । ମହାରଥୀ ଙ୍କୁ ପିପିଲି ର ବିଧାୟକ ଭାବେ ଲୋକେ ଖୁବ ପସନ୍ଦ କରିଛନ୍ତି ଓ ତାଙ୍କୁ ବିଧାୟକ ଭାବେ ଜିତାଇ ଛନ୍ତି ପିପିଲି ବାସିନ୍ଦା। ମହାରଥୀ ଙ୍କ ବିୟୋଗରେ ଏବେ ପିପିଲିରେ ପୁରା ଦୁଃଖର ଛାୟା ଖେଳି ଯାଇଛି ।

ମହାରଥୀ ଙ୍କୁ ଜିତାଇବାରେ ସମସ୍ତ ନେତା ସହଯୋଗ କରିଥିଲେ । ମହାରଥୀ ବିଜେଡ଼ି ର ଜଣେ ବରିଷ୍ଠ ନେତା ବୋଲି ଗଣା ଯାଉଥିଲେ । କିଛି ଦିନ ତଳେ ସେ ନିଜ ଝିଅର ବାହାଘର ଅଲିଉଡ ହୀରୋ ଅର୍ଦ୍ଧେନ୍ଦୁ ଙ୍କ ସହିତ କରିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଅଧିକ ଖରାପ ହେବାକୁ ଲାଗିଥିଲା ଓ ଶେଷରେ ସେ ଗତ କାଲି ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଆମର ଏତିକି କାମନା ତାଙ୍କର ଆତ୍ମା ସବୁବେଳେ ଆମର ହୋଇ ରହୁ ।