Vastu Tips- ( ଆଇନା ) ଘରେ ରଖିଛନ୍ତି କି! ଏହି ଭୟଙ୍କର କଥା ଜାଣନ୍ତୁ

ଆପଣ ଯଦି ଆଇନା ସାମ୍ନାରେ ଘଣ୍ଟା ଘଣ୍ଟା ସମୟ ବ୍ୟତୀତ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ କାରଣ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ବିଷୟରେ ଜାଣିବା ପରେ ଆପଣଙ୍କୁ ଆଇନା ସାମ୍ନାରେ ବସିବାକୁ ଡର ଲାଗିବ । କହିବାକୁ ଗଲେ ଆଇନା ଗୋଟିଏ ବ୍ୟକ୍ତିକୁ ସୁନ୍ଦରତାର ପରିଚୟ ଦେଇଥାଏ । ଏହା ସହିତ ବ୍ୟକ୍ତିକୁ ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । କହିବାକୁ ଗଲେ ସମସ୍ତଙ୍କ ଘରେ ଆଇନା ଅଛି କାରଣ ଆଇନା ଘରର ସୁନ୍ଦରତାକୁ ବଢାଇଥାଏ ।

କହିବାକୁ ଗଲେ ଲୋକମାନେ ଆଇନାକୁ ଦେଖି ସଜବାଜ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଅତ୍ୟଧିକ ଆଇନାର ବ୍ୟବହାର ହିଁ ଆପଣଙ୍କୁ ପାଇଁ ନକାରାତ୍ମକ ଓ ଦୁର୍ଘଟଣା ଭଳି ବିଭିନ୍ନ ସମସ୍ୟା ଆଣି ଦେଇଥାଏ ।

  • ବାସ୍ତୁ ଶାସ୍ତ୍ର ଅନୁସାରେ ଗୋଟିଏ ଦିନରେ ଆଇନା ସାମ୍ନାରେ ନିଜ ଚେହେରାକୁ ବାରମ୍ବାର ଦେଖିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ନକାରାତ୍ମକ ଊର୍ଜା ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ । ଏହା ଦ୍ଵାରା ଆପଣ ଧୀରେ ଧୀରେ ବର୍ବାକୁ ଚାଲି ଯାଆନ୍ତି ।
  • ରାତିରେ ଏକୁଟିଆ ଆଇନା ଦେଖିବା ଉଚିତ ନୁହେଁ । କାରଣ ରାତିରେ ଆଇନାର ରୂପ କିଛି ଭିନ୍ନ ପ୍ରକାରର ଥାଏ । କାରଣ ଆଇନା ଆପଣଙ୍କୁ ଆପଣଙ୍କର ସୁନ୍ଦରତା ଦେଖାଇବା ସହିତ ନକାରାତ୍ମକ ଊର୍ଜାର ସଙ୍କେତ ବି ଦେଇଥାଏ । ଯାହା ଆପଣଙ୍କ ପାଇଁ ଭଲ ହୋଇ ନ ଥାଏ ।

  • ଶୋଇବା ଘରେ କେବେ ବି ଆଇନା ରଖନ୍ତୁ ନାହିଁ । କିନ୍ତୁ ଯଦି କୌଣସି କାରଣ ବଶତଃ ଆପଣ ଆଇନା ରଖୁଛନ୍ତି ତେବେ ଏହିଭଳି ସ୍ଥାନରେ ରଖନ୍ତୁ ଯେମିତି କି ସକାଳେ ଉଠିବା ମାତ୍ରେ ଆପଣ ନିଜ ମୁହଁକୁ ଆଇନାରେ ଦେଖି ପାରିବେ ନାହିଁ । କାରଣ ଏହା ବହୁତ ଅଶୁଭ ହୋଇଥାଏ । ଏମିତିରେ ଆପଣ ରାତି ସମୟରେ ଆଇନା ଉପରେ ଏକ କପଡା ଘୋଡାଇ ରଖନ୍ତୁ ।

  • ଭୁଲରେ କେବେ ବି ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ । ନଚେତ ଏହା ଆପଣଙ୍କର ବର୍ବାଦିର କାରଣ ବି ହୋଇପାରେ । କାରଣ ଭଙ୍ଗା ଆଇନା ରଖିବା ଦ୍ଵାରା ଆପଣଙ୍କର ଦୁର୍ଘଟଣା ହୋଇପାରେ ।
  • ସକାଳ ସମୟରେ କେବେ ଆଇନା ଦେଖନ୍ତୁ ନାହିଁ । ସର୍ବଦା ସକାଳ ସମୟରେ ଭଗବାନଙ୍କୁ ମନେ ପକାଇ ନିଜର ଦିନ ଆରମ୍ଭ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ସକାରତ୍ମକ ଊର୍ଜାର ପ୍ରଭାବ ପଡିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆଇନା ସୁନ୍ଦରତା ଠିକ କରିବା ସହ ଭାଗ୍ୟକୁ ବି ଠିକ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବ ଦିଗ, ପୂର୍ବ ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ କୋଣରେ ଆଇନା ରଖିବା ଦ୍ଵାରା ସକାରତ୍ମକ ଊର୍ଜାର ସଂଚାର ହୋଇଥାଏ । ଦକ୍ଷିଣ ପଶ୍ଚିମ ଦିଗରେ କେବେ ବି ଆଇନା ରଖନ୍ତୁ ନାହିଁ । ଏହା ସହିତ ଆଇନାକୁ ସର୍ବଦା ସଫା ରଖନ୍ତୁ ।ଶାସ୍ତ୍ର ଅନୁସାରେ ଗୋଲାକାର ଆଇନା ଅଶୁଭ ମଧ୍ୟ ହୋଇଥାଏ । ସେଥିପାଇଁ ଆୟତକାର ଓ ବର୍ଗାକାର ଆଇନା ଅତ୍ୟନ୍ତ ଶୁଭ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।