ବୋହୂକୁ ପାଣି ମାଗିବା ସହ ମୁଣ୍ଡ ବୁଲାଉଛି ବୋଲି କହିଲା ଶ୍ଵଶୁର, ବୋହୂ ଭିତରକୁ ନେଇଯିବା ପରେ ମାଡିବସି ଯାହା କଲା ନା… ଦେଖନ୍ତୁ video

ପୁତୁରା ବୋହୂକୁ ପିଇବାକୁ ପାଣି ମାଗିଲା ଆଉ ବୋହୂ ପାଣି ନେଇ ଆସିବା ପରେ ମାଡି ବସିଲା ମଉସା ଶ୍ଵଶୁର । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ଥାନା ମିଟେଇପୁର ପଞ୍ଚାୟତର ମାଳିଆ ସାହି ଗାଁରେ । ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ଝିଆରୀ ବୋହୂ ଘରେ ଥିବାବେଳେ ସେଠାରେ ଆସି ପହଞ୍ଚିଥିଲେ ଭିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହୁପଡା ଗାଁର ମଉସା ଶ୍ଵଶୁର ପ୍ରଭାକର ଦାସ । ମଉସାଙ୍କ ବୟସ ପାଖାପାଖି 62 ବର୍ଷ ହେବ ।

ମା’ ରେ ଘରେ କେହି ଅଛନ୍ତି କି ବୋଲି ସେ ପ୍ରଥମେ ଝିଆରୀ ବୋହୂକୁ ପଚାରିଥିଲେ । ଝିଆରୀ ବୋହୂ କହିଥିଲେ, ନା ମଉସା ଘରେ କେହି ନାହାନ୍ତି । ତା’ପରେ ପିଇବା ପାଇଁ ପାଣି ମାଗିଥିଲେ ମଉସା । ଝିଆରୀ ବୋହୂ ମଉସାଙ୍କୁ ପାଣି ଦେବା ପରେ ମଉସା ଶ୍ଵଶୁର କହିଥିଲେ ତାଙ୍କ ମୁଣ୍ଡ ବୁଲାଉଛି ଗୋଡ ହାତ ଟିକେ ମୋଡି ଦେବ । ଝିଆରୀ ବୋହୂ ମଉସା ଶ୍ଵଶୁରର ଗୋଡ ହାତ ମୋଡି ଦେଉଥିବା ବେଳେ ବୃଦ୍ଧ ମଉସା ତାଙ୍କ ପାଟି ବନ୍ଦ କରି ଦୁଇ ଥର ତାଙ୍କ ସହ ଦୁ-ଷ-କ-ର୍ମ କରିଥିବା ଅଭିଯୋଗ କରିଛି ବୋହୂ ।

କେବଳ ଏତିକି ନୁହେଁ ବରଂ ଝିଆରୀ ବୋହୂ ବେକରେ ଛୁରି ଲଗାଇ ଏକଥା କାହାକୁ କହିଲେ ଜୀବନରେ ମା-ରି ଦେବାକୁ ମଧ୍ୟ ଧମକ ଦେଇଥିଲେ ମଉସା ଶ୍ଵଶୁର । ସ୍ଵାମୀ ଘରକୁ ଫେରିବା ପରେ ତାଙ୍କ ଆଗରେ କାନ୍ଦି କାନ୍ଦି ସବୁ କହିଥିଲେ ବୋହୂଜଣକ । ପରେ ଉଭୟ ସ୍ଵାମୀ ସ୍ତ୍ରୀ ଯାଇ ଶ୍ଵଶୁରଙ୍କ ନାଁରେ ନିମାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଯାହାପରେ ପୋଲିସ ଏକ ମାମଲା ରୁଜୁ କରି ବୋହୂଙ୍କ ଡାକ୍ତରୀ ମାଇନା କରିବା ସହ ତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ହେଲେ ଏନେଇ ତିନି ଚାରିଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଅଭିଯୁକ୍ତ ବୃଦ୍ଧ ମଉସା ଶ୍ଵଶୁରଙ୍କୁ ଶୀଘ୍ର ଗି-ର-ଫ କରିବା ପାଇଁ ସେ ଦାବି କରିଛନ୍ତି ।

କିଛି ପ୍ରଭାବଶାଳୀ ଲୋକ ଏହି ଘଟଣାକୁ ଚାପିବା ପାଇଁ ଚେଷ୍ଟା କରିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।