ପିଣ୍ଡରେ ପ୍ରାଣ ଥିବା ଯାଏଁ ଏମାନଙ୍କ ସେବା କରୁଥିବୁ… କାମ ଦେଖିଲେ ଆପଣ ବି ସଲାମ କରିବେ, ଦେଖନ୍ତୁ video

ପ୍ରତି ଶନିବାର ଓ ରବିବାର ସକାଳ ହେଲେ ଘରୁ ଏକାଠି ବାହାରି ଯାଆନ୍ତି ଏହି ଦମ୍ପତି । ରାସ୍ତା ସାରା ଭିକ୍ଷୁକ, ଗରିବ ଓ ମାନସିକ ରୋଗୀଙ୍କୁ ଖୋଜି ବୁଲନ୍ତି ଏମାନେ । ଯିଏ ଯେଉଁ ଅବସ୍ଥାରେ ଦେଖା ହୁଅନ୍ତି ତାଙ୍କ ପାଖରେ ଅଟକି ଖାଇବାକୁ ଦିଅନ୍ତି ଓ ପିନ୍ଧିବାକୁ ବସ୍ତ୍ର ମଧ୍ୟ ଦିଅନ୍ତି । ଗତ 5 ବର୍ଷ ଧରି ଏଭଳି କାମ କରି ଆସୁଛନ୍ତି ଏହି ସ୍ଵାମୀ ସ୍ତ୍ରୀ ଦୁଇଜଣ । କେବଳ ଶନିବାର ଓ ରବିବାର ନୁହେଁ ବରଂ ବେଳେ ସପ୍ତାହରେ ତିନିରୁ ଚାରିଦିନ ମଧ୍ୟ ଏମାନେ ଏଭଳି ସେବା କରିବାକୁ ବାହାରି ପଡନ୍ତି ।

ନିଆଳି ଅପୁଜାର ଏହି ଦମ୍ପତି ଘର କାମ ସବୁ ସାରି ଦୁଃଖୀ ଗରିବଙ୍କ ସେବାରେ ବାହାରି ପଡନ୍ତି । ଗୋଟିଏ ଦିନ ମାନସ ରଞ୍ଜନ ମହାନ୍ତି ଓ ତାଙ୍କ ସଞ୍ଜୁକ୍ତା ମହାନ୍ତି ପତ୍ନୀ ବାଟରେ ଗଲାବେଳେ ଦୁଃଖୀ ଗରିବଙ୍କୁ ଦେଖି ଏଭଳି କିଛି କରିବାକୁ ସ୍ଥିର କରିଥିଲେ । ଏହାପରେ ସେମାନେ ନିଜ ସକ୍ଷମ ଅନୁସାରେ ଗରିବଙ୍କ ପାଇଁ ପୁରୀ, ତରକାରୀ, ଖିଚିଡି, ଡାଲମା, ଅଣ୍ଡା ଓ ମିଠା ଆଦି ଏମିତି କେତେ କଣ ନେଇ ଖାଇବାକୁ ଦିଅନ୍ତି ।

ଏଭଳି ଲୋକଙ୍କ ସେବା କଲେ ତାଙ୍କୁ ଯେତେ ଆତ୍ମ ସନ୍ତୋଷ ମିଳେ ତାହା କେଉଁ ଧନ ସମ୍ପତି ବି ଦେଇ ପାରିବନି ବୋଲି କହିଛନ୍ତି ମାନସ । ଏହି ଦୁଇ ଦମ୍ପତି ନିଃସ୍ଵାର୍ଥପର ଭାବେ ଏଭଳି ସେବା କରି ଆସୁଛନ୍ତି । ସେମାନେ କାହାଠୁ କିଛି ସାହାଯ୍ୟ ପାଇବା ଉଦ୍ଦେଶ୍ୟରେ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ ରଖି ଏଭଳି କରୁନାହାନ୍ତି ବୋଲି କହିଛନ୍ତି ।

ସଞ୍ଜୁକ୍ତା କହିଛନ୍ତି କି ଏଭଳି ଗରିବ ଓ ମାନସିକ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ପିଲାଦିନରୁ ବହୁତ ଇଚ୍ଛା ଥିଲା ।  ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସେହି ଦମ୍ପତିଙ୍କୁ ନେଇ ସମସ୍ତେ ଚର୍ଚ୍ଚା କରନ୍ତି । ଏନେଇ କିଛି ସ୍ଥାନୀୟ ଲୋକେ ମଧ୍ୟ କହିଛନ୍ତି କି ଏହି ଦମ୍ପତି କିଛି ବର୍ଷ ଧରି ଗରିବଙ୍କ ସେବା କରି ଆସୁଛନ୍ତି । ଖାଇବା ସାଙ୍ଗକୁ ସେମାନଙ୍କୁ ବସ୍ତ୍ର, କମଳ ଓ ଚପଲ ଆଦି ମଧ୍ୟ ସେମାନେ ଦାନ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଏହି ଦମ୍ପତିଙ୍କ ଏଭଳି ସେବା ମନୋଭାବକୁ ଆମର ଶହେ ସଲାମ । ପିଣ୍ଡରେ ପ୍ରାଣ ଥିବା ଯାଏଁ ନିଃସ୍ଵାର୍ଥପର ଭାବେ ଦୁଃଖୀରଙ୍କିଙ୍କ ଏମିତି ସେବା କରୁଥିବେ ବୋଲି ସେମାନେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।