Audi, BMW କାରଠୁ ବି ଅଧିକ ଏହି ପୋକର ଦାମ୍, ଶୁଣିଲେ ହୋସ୍ ଉଡିଯିବ, କାହିଁକି ଏତେ ଦାମୀ ଏହି ପୋକ ?

ଆଜି ଆମେ ଆପଣଙ୍କୁ ଏକ କୀଟ ବା ପୋକ ବିଷୟରେ କହିବୁ, ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଏହି ଦାମୀ କୀଟର ଦାମ୍ କୌଣସି ଅଡି ଓ ବିଏମଡବ୍ଲ୍ୟୁ କାର୍ ଠାରୁ କିଛି କମ୍ ନୁହେଁ । ଆଜ୍ଞା ହଁ ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ପୋକର ଦାମ୍ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା । ବିଶ୍ବାସ ନହେଲେ ବି କଥାଟା ଏକଦମ ସତ । ଏହି ପୋକକୁ କିଛି ବର୍ଷ ତଳେ ଜଣେ ଜାପାନୀ ବ୍ରିଡର 89 ହଜାର ଡଲାରରେ ବିକ୍ରି କରିଥିଲେ । ଯାହାର ଭାରତୀୟ ମୂଲ୍ୟ ଥିଲା 73 ଲକ୍ଷ ଟଙ୍କା ।

କୁହାଯାଏ କି ଏହି ପୋକଟି ପୃଥିବୀରେ ଅବସ୍ଥିତ ଥିବା ଏକ ଛୋଟ, ଅଦ୍ଭୁତ ଏବଂ ବିରଳ ପ୍ରଜାତିର ପୋକଙ୍କ ମଧ୍ୟରୁ ଅନ୍ଯତମ । ଏହି ପୋକର ନାଁ ହେଉଛି ଷ୍ଟେଗ ବିଟଲ୍ (Stag Beetle) । ଆଉ ସବୁଠୁ ଖାସ କଥା ହେଉଛି ଏହି ପୋକକୁ ପାଳିବା ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ତେବେ ଆପଣ ଅନୁମାନ କରୁଥିବେ କି ଏହି ପୋକର ନିହାତି ଭାବେ କିଛି ଖାସିୟତ ରହିଛି ।

ଯେଉଁଥି ପାଇଁ ଲୋକେ ଏହା ପଛରେ ଟଙ୍କା ପାଣି ଭଳି ବୁହାଇବାକୁ ମଧ୍ୟ ପଛାଉ ନାହାନ୍ତି । ଏହି ପୋକ ଯଦି କାହାକୁ ମିଳିଯାଏ ତେବେ ରାତାରାତି ତାଙ୍କୁ କୋଟିପତି ବନେଇ ଦିଏ । କାରଣ ଏହି ପୋକରେ ଅନେକ ଔଷଧୀୟ ଗୁଣ ରହିଛି । ଯେଉଁଥିରୁ ବିରଳ ମେଡ଼ିସିନ ପ୍ରସ୍ତୁତିରେ ଏହାର ବ୍ୟବହାର କରାଯାଏ ।

ସେଥିପାଇଁ ଏହି ପୋକର ମୂଲ୍ୟ କୋଟି କୋଟି ଟଙ୍କା ରହିଛି । ଏହି ପୋକ ଅତ୍ୟଧିକ ଥଣ୍ଡା ସହ୍ୟ କରିପାରେ ନାହିଁ । ସେଥିପାଇଁ ଶୀତ ଋତୁରେ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇ ନଥାଏ ଏହି ପୋକ । ଯେଉଁଥି ପାଇଁ ଏହା ବିଲୁପ୍ତ ହେବାରେ ବସିଲାଣି ।

ଏହି ପୋକର ମୁଣ୍ଡରେ ଥିବା 5 ଇଞ୍ଚର ଦୁଇଟି କଳା ଶିଙ୍ଘରୁ ଏହାକୁ ଚିହ୍ନଟ କରାଯାଏ । ଏହି ପୋକ କେବଳ ଗରମ ହେଉଥିବା ସ୍ଥାନରେ ମିଳେ । ହେଲେ ଥଣ୍ଡା ହେଲେ ଏହା ମରିଯାଏ । ନଚେତ ଏହି ପୋକ ସାତ ବର୍ଷ ଧରି ବଞ୍ଚି ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।