Baba Ka dhaba ର କାନ୍ତା ପ୍ରସାଦ ଗୈାରବଙ୍କୁ ଦେଖୁ ଦେଖୁ ପାଦରେ ପଡି କହିଲେ କିଛି ଏମତି, ଭାଇରାଲ ହେଉଛି Video

ସୋସିଆଲ ମିଡିଆରେ ୨୦୨୦-୨୧ ରେ ଅନେକ ବିବାଦ ଘେରରେ ରହିଥିବା ଏହି ଘଟଣା ଆଜି କ୍ୟାମେରା ସାମ୍ନାରେ ସମାପ୍ତ ହୋଇଛି । ଏବେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ତାଙ୍କର ଭିଡିଓ ସବୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଏହି ଭିଡ଼ିଓ ମାଧ୍ୟମରେ ଜଣା ପଡୁଛି ଯେ ବାବାକା ଢାବାର ମାଲିକ ଖୁବ୍ ଜୋରରେ କାନ୍ଦି କାନ୍ଦି ସ୍ବାଦ୍ ଅଫିସିଆଲ୍ ୟୁଟ୍ୟୁବର୍ ଗୈାରବ ୱାସନଙ୍କ ପାଦ ଧରି କିପରି ଭାବେ କାନ୍ଦୁଛନ୍ତି ଏବଂ କ୍ଷମା ମାଗୁଛନ୍ତି । ଘଟାଣାଟି ଏହା ଥିଲା ଯେ ୨୦୨୦-୨୧ରେ ଯେତେବେଳେଏହି ମହାମାରୀ କରୋନା ସମୟରେ ସମସ୍ତେ ବଞ୍ଚବା ପାଇଁ କିଛି ନା କିଛି ଜୀବିକା ନିର୍ବାହ କରୁଥିଲେ । କାରଣ ଏହି ମହାମାରୀ ପ୍ରାୟତଃ ସମସ୍ତଙ୍କ ଜୀବନ ଦୁଃଖ କଷ୍ଟରେ ବିତୁ ଥିଲା ଏବଂ ଦୁନିଆରେ କିଛି ଏମିତି ବି ଲୋକେ ଅଛନ୍ତି ଯାହାଙ୍କ ଗୁଜୁରାଣ ମେଣ୍ଟାଇବା ନିମନ୍ତେ ପ୍ରତ୍ୟେକ ଦିନ ଏମାନଙ୍କୁ କାମ କରିବାକୁ ପଡେ ନଚେତ ପରିବାର ଭୋକ ଉପବାସରେ ଦିନ କାଟିବାକୁ ପଡୁଥିଲା ।

ଏହାପରେ ଯେତେବେଳେ ସରକାର ଲକଡାଉନ ଘୋଷଣା କଲେ ସେତେବେଳେ ଅନେକଙ୍କ ପରିବାର ଚଳିବା କଷ୍ଟ ହୋଇଗଲା‌ । ସେହିପରି ଜଣେ ବ୍ୟକ୍ତି ଥିଲେ କାନ୍ତା ପ୍ରସାଦ ଯିଏ ଚର୍ଚ୍ଚାତ ବାବା କା ଢାବାର ମାଲିକ । ଠିକ୍ ଏହି ଦୁଃଖଦ ସମୟରେ ଭାରତୀୟ ୟୁଟ୍ୟୁବର ଯାହାଙ୍କର ‘ସ୍ବାଦ୍ ଅଫିସିଆଲ୍’ ୟୁଟ୍ୟୁବରେ ଏକ ଚ୍ୟାନେଲ ଅଛି ଦିନେ ତାଙ୍କ ନଜର ବାବା କା ଢ଼ାବା ଉପରେ ପଡ଼ିଲା ।

ଏହାପରେ ଜାଣିବାକୁ ବାବା କା ଢ଼ାବା ର ମାଲିକ କହିବାକୁ ଗଲେ ଜଣେ ବଢୀ ଆଉ ବୁଢ଼ା । ତାଙ୍କ ଢାବାରେ ବେପାର ମାନ୍ଦା ଯୋଗୁଁ ଗୁଜୁରାଣ ମେଣ୍ଟାଇବା ବହୁତ କଷ୍ଟ ହୋଇପଡୁଥିଲା । ସେହି ବୃଦ୍ଧ ଜଣକ କାନ୍ତା ପ୍ରସାଦ ଥିଲେ ଯାହାଙ୍କର ଦୁଃଖଦ ଘଟଣା ଶୁଣି ୟୁଟ୍ୟୁବର୍ ଗୈାରବ ୱାସନ ବହୁତ ଆବେଗ ପ୍ରବଣ ହୋଇଗଲେ ।

ଭାବିଥିଲେ ଏହି ଦୁଃଖଦ ସମୟରେ ବୃଦ୍ଧ ଜଣକୁ ଏକ ଭ୍ଲଗ ମାଧ୍ୟମରେ ସୋସିଆଲ ମିଡିଆରେ ସାହାଯ୍ୟ କରିବେ ସେଥିପାଇଁ ସେ ଏକ ଭିଡିଓ ବନାଇ ତାକୁ ଭାଇରାଲ କରିଦେଲେ । ଏହାପରେ ବାବା କା ଢ଼ାବାରେ ଲୋକମାନଙ୍କର ବହୁତ ଭିଡ଼ ଦେଖିବାକୁ ମିଳିଲା । ଯାହାଫଳରେ ଅନେକ ରୋଜଗାର କରି ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଦେଲେ‌ ।

କିଛି ଦିନ ପରେ ଯେତେବେଳେ କାନ୍ତା ପ୍ରସାଦକୁ ସାକ୍ଷାତକାରରେ ପଚରାଗଲା ଏହି ସଫଳତା ବିଷୟରେ ସେତେବେଳେ ସେ ନିଜର ପରିଶ୍ରମର ଫଳ ବୋଲି କହିଲେ, ଆଉ ଗୈାରବଙ୍କ ବିଷୟରେ ପ୍ରଶ୍ନ କରିବାରୁ ତାକୁ ଚୋର ବୋଲି କହିଲେ ଏବଂ ମୋ ନାଁ ନେଇ ଏକ ଫଣ୍ଡ୍ ଖୋଲି ଲୋକଙ୍କୁ ଲୁଟୁଛି ବୋଲି କହିଲେ ଏବଂ ପୋଲିସ ଥାନାରେ କେଶ୍ ଫାଇଲ୍ ମଧ୍ୟ କରିଥିଲେ ।

ଏହାପରେ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଲା‌ ଯାହାଫଳରେ ୟୁଟ୍ୟୁବର ଗୈାରବ ବହୁତ ମର୍ମାହତ ହେଇ କାନ୍ଦିପକେଇ ଥିଲେ । ଏହାପରେ ଲୋକମାନେ ବାବାର ରେଷ୍ଟୁରାଣ୍ଟକୁ ଯିବା ବନ୍ଦ କରିଦେଲେ ଯାହାଫଳରେ ଅନେକ କ୍ଷତି ହେଲା ଏବଂ ପଣୁଥରେ ସେହି ଢାବାକୁ ଫେରିବାକୁ ପଡ଼ିଲା । କଥାରେ ଅଛି ଯେମିତି କର୍ମ ସେମିତି ଫଳ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।