ବିଜେପି ରେ ସାମିଲ ହୋଇ ପାରନ୍ତି ବଲୀଉଡ ଷ୍ଟାର ସନୀ ଦେଓଲ, ଏହି ସ୍ଥାନରୁ ଲଢି ପାରନ୍ତି ନିର୍ବାଚନ

ଲୋକସଭା ନିର୍ବାଚନ – ୨୦୧୯ର ସମୟ ଚାଲୁଅଛି । ଯେଉଁଠି ବଲୀଉଡ ବି ବର୍ତ୍ତମାନ ଦୁଇ ଭାଗରେ ବିଭାଜିତ ହୋଇ ଯାଇଛି । ସମସ୍ତେ ନିଜର ଫେବରେଟ ପାର୍ଟିରେ ଜଏନ କରୁଛନ୍ତି । ଦେଓଲ ପରିବାରରୁ ହେମା ମାଳିନୀ ପ୍ରଥମରୁ ହିଁ ବିଜେପି ଜଏନ କରିସାରିଛନ୍ତି । କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ବିଜେପିରେ ସାମିଲ ହୋଇ ପାରନ୍ତି ବଲୀଉଡ ଷ୍ଟାର ସନୀ ଦେଓଲ । କିନ୍ତୁ ଏହି କଥାର କୌଣସି ପୃଷ୍ଟି ହୋଇପାରି ନାହିଁ ।

ବିଜେପିରେ ସାମିଲ ହୋଇ ପାରନ୍ତି ବଲୀଉଡ ଷ୍ଟାର ସନୀ ଦେଓଲ

ବିଜେପି ନିଜର କ୍ୟାଣ୍ଡିଡେଟ ବହୁତ ତୀକ୍ଷଣ ନଜରରେ ଖୋଜି ଥାଏ । ଏହି କାରଣ ଅଟେ କି ବିଜେପି ବହୁତ ମଜବୁତ ଅଟେ । ଏମିତିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅଭିନେତା ସନୀ ଦେଓଲଙ୍କୁ ମନାଇବାକୁ ପହଞ୍ଚି ଯାଇଥିଲେ । ସନୀ ଦେଓଲଙ୍କର ପିତା ଧର୍ମେନ୍ଦ୍ର ଓ ମା ହେମା ମାଳିନୀଙ୍କର ବି ରାଜନୀତି ସହ ପୁରୁଣା ସମ୍ପର୍କ ଅଛି ।

ବର୍ତ୍ତମାନ ହେମା ମାଳିନୀ ମଥୁରା ର ସାଂସଦ ଅଛନ୍ତି । ଅମରୋହା ର ବିଜେପି ନେତା ତରୁଣ ରାଠୀ ଶୁକ୍ରବାର ସନ୍ଧ୍ୟାରେ ନିଜର ଫେସବୁକ ବ୍ଲକ ରେ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ଅମିତ ଶାହ ଓ ସନୀ ଦେଓଲ ବସିଛନ୍ତି ।

ତରୁଣ ରାଠୀ ଲେଖିଛନ୍ତି, ‘ଆଜି ପୁନେ ରେ ପ୍ରିୟ ମନ୍ତ୍ରୀ ସନୀ ଦେଓଲ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମଧ୍ୟରେ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଛି । ରାଠୀ ଏହି ଫଟୋ ବିଷୟରେ ବିଶେଷ କିଛି କହି ନାହାଁନ୍ତି । କିନ୍ତୁ ଏହା ସତ ଅଟେ କି ଅମିତ ଶାହ ବିଜେପିରେ ସନୀ ଦେଓଲଙ୍କୁ ଅମୃତସର ରୁ ଲଢିବା ପାଇଁ ଚେଷ୍ଟା କରୁଛନ୍ତି ।

ଅମୃତସରରେ ଗତ ଥର ବିଜେପିର ନେତା ଅରୁଣ ଜେଟଲୀଙ୍କୁ କ୍ୟାପଟେନ ଅମରୀନ୍ଦର ସିଂହ ୧ ଲକ୍ଷ ଭୋଟରେ ହାରାଇଦେଇ ଥିଲେ । ସେଥିପାଇଁ ବର୍ତ୍ତମାନ ବିଜେପି ଏହି ସ୍ଥାନରୁ ଜିତିବା ପାଇଁ ଚେଷ୍ଟା କରୁଛି ।

ଠିକ ହୋଇ ନାହିଁ କେବେ ସାମିଲ ହେବେ ସନି ଦେଓଲ

ପାର୍ଟିର ସିନିୟର ନେତାମାନଙ୍କ ସହ କେତେ ଥର ସନୀ ଦେଓଲ କଥାବାର୍ତ୍ତା ହୋଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହା ସଠିକ ହୋଇ ନାହିଁ କି ସେ କେବେ ପାର୍ଟିରେ ସାମିଲ ହେବେ । କିନ୍ତୁ ଏହି କଥା ସାମ୍ନାକୁ ଆସିଛି କି ଯେତେବେଳେ କୌଣସି କଥାବାର୍ତ୍ତା ସଫଳ ହେଲା ନାହିଁ ତେବେ ନିଜେ ଅମିତ ଶାହ ସନୀ ଦେଓଲଙ୍କୁ ମନାଇବା ପାଇଁ ପହଞ୍ଚିଥିଲେ । କାରଣ ସନୀ ଦେଓଲଙ୍କର ପଞ୍ଜାବରେ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ଅଟେ ।