କେବଳ ପଦ କିମ୍ବା ଟଙ୍କାରୁ ଇଜ୍ଜତ ମିଳେ ନାହିଁ, ଯେତେବେଳେ ଆପଣ ବିନମ୍ରତାର ସହ କଥାବାର୍ତ୍ତା କରନ୍ତି ସେତେବେଳେ ଲୋକମାନେ ଆପଣଙ୍କୁ ସମ୍ମାନ ଦିଅନ୍ତି, ରାଜା ନିଜ ପୁଅ ପାଇଁ…

ବହୁତ ପୁରୁଣା ସମୟର କଥା ଅଟେ । ଗୋଟିଏ ରାଜ୍ୟରେ ବହୁତ ଦୟାବାନ ରାଜା ରହୁଥିଲେ । ଲୋକମାନେ ତାଙ୍କୁ ଦୟାଳୁ ମାନୁଥିଲେ । ରାଜା ବି ପ୍ରଜାମାନଙ୍କୁ ନିଜର ପୁତ୍ର ସମାନ ପ୍ରେମ କରୁଥିଲେ । ରାଜାଙ୍କର ଏକ ପୁତ୍ର ଥିଲେ ଯାହାକୁ କମ ବୟସରେ ହିଁ ରାଜପୁତ୍ର ହେବାର ଅହଂକାର ଥିଲା । ତାକୁ ଲାଗିଲା କି ‘କେବଳ ଆଉ କିଛି ଦିନର ହିଁ କଥା ଅଟେ ଯାହା ପରେ ଏହି ରାଜଗଦି ତ ମୋର ହୋଇଯିବ’ ।

ରାଜା ଗୁରୁଙ୍କ ଠାରୁ ମାଗିଲେ ସହାୟତା

ରାଜା ସବୁବେଳେ ନିଜର ପୁଅକୁ ନେଇ ଚିନ୍ତିତ ରହୁଥିଲେ କାରଣ ତାଙ୍କୁ ପ୍ରାୟତଃ ପୁଅର ଅହଂକାର କଥା ଶୁଣିବାକୁ ମିଳୁଥିଲା । ସେ ସମସ୍ତଙ୍କୁ ଚିଡାଉ ଥିଲା । କାମ କରୁଥିବା ଲୋକମାନଙ୍କର କାମକୁ ଖରାପ କରି ଦେଉଥିଲା । ଆସୁଥିବା ଯାଉଥିବା ଲୋକମାନଙ୍କୁ ଥଟ୍ଟା କରୁଥିଲା । ଏହା ସବୁ ଦେଖି ରାଜା ଚିନ୍ତା କଲେ କି ଯଦି ଏମିତି ହିଁ ଚାଲିବ ତେବେ ପ୍ରଜାମାନେ କେବେ ବି ତା’କୁ ନିଜର ରାଜା ବୋଲି ସ୍ଵୀକାର କରିବେ ନାହିଁ ।

ରାଜା ନିଜ ଗୁରୁଙ୍କ ସହ ଏହି ସମସ୍ୟା ବିଷୟରେ କଥା ହେଲେ । ଗୁରୁ ରାଜାଙ୍କୁ କହିଲେ କି – ମହାରାଜ ଆପଣ ରାଜକୁମାରଙ୍କୁ ମୋ ସହିତ ଗୁରୁକୁଳ ପଠାନ୍ତୁ । ସେମିତି ବି ତାଙ୍କର ଶିକ୍ଷାର ସମୟ ହୋଇ ଯାଇଛି । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଯେତେବେଳେ ମୁଁ ତାଙ୍କର ଗୁରୁ ହେବି ତେବେ ସେ ମୋ ପାଇଁ ରାଜକୁମାର ନୁହେଁ କେବଳ ଜଣେ ସାଧାରଣ ଶିଷ୍ୟ ହୋଇ ରହିବେ । ମହାରାଜ ପ୍ରସ୍ତୁତ ହୋଇଗଲେ ଏବଂ ନିଜର ପୁତ୍ରକୁ ଗୁରୁକୁଳ ରେ ଶିକ୍ଷା ନେବା ପାଇଁ ଆଦେଶ ଦେଲେ ।

ରାଜକୁମାରଙ୍କୁ ଥିଲା ରାଜ୍ୟର ଗର୍ବ

ରାଜକୁମାର ଗୁରୁକୁଳ ତ ଆସିଲେ, କିନ୍ତୁ ତାଙ୍କର ଗର୍ବ ଭାଙ୍ଗି ନଥିଲା । ସେ ନିଜକୁ ରାଜା ଭାବି ସେଠି ଥିବା ସମସ୍ତ ଲୋକମାନଙ୍କୁ ଆଦେଶ ଦେଉଥିଲେ । କିନ୍ତୁ ପ୍ରଥମ ଦିନ ଗୁରୁ ତାକୁ ଭିକ୍ଷା ମାଗି ଆଣିବା ପାଇଁ କହିଲେ । ରାଜକୁମାର କ୍ରୋଦ୍ଧରେ ଏହି କାମକୁ କରିବା ପାଇଁ ମନା କରିଦେଲେ । ଏହା ପରେ ଗୁରୁ କହିଲେ କି ଯଦି ଭିକ୍ଷା ଆଣିବ ନାହିଁ ତେବେ ଭୋଜନ ମିଳିବ ନାହିଁ ।

ରାଜକୁମାର ଚିନ୍ତା କରିଲେ କି ଗୁରୁ ଏମିତି ହିଁ କହୁଛନ୍ତି । କିନ୍ତୁ ପ୍ରଥମ ଦିନ ତାକୁ କୌଣସି ଭୋଜନ ମିଳିଲା ନାହିଁ । ଯାହାର ପର ଦିନ ଠାରୁ ସେ ଭିକ୍ଷା ମାଗିବା ଆରମ୍ଭ କରିଦେଲା । କିନ୍ତୁ ତା’ର ଡାକରେ ଆଗ୍ରହ ଜାଗାରେ ଆଦେଶ ଥିଲା । ଜଣେ ଦୁଇଜଣ ଡରି ତାକୁ କିଛି ଖାଦ୍ୟ ଦେଲେ, କିନ୍ତୁ ଭରପୁର ଖାଦ୍ୟ ତାକୁ ମିଳିଲା ନାହିଁ ।

ଭାଷା ଓ ବ୍ୟବହାର ଦ୍ଵାରା ମଣିଷ ଅର୍ଜିଥାଏ ସମ୍ମାନ

କିନ୍ତୁ ଧୀରେ ଧୀରେ ସେ ବୁଝି ପାରିଲା କି ଲୋକମାନଙ୍କ ସହ ମିଠା କଥା ହେବା ଦ୍ଵାରା ଓ ଭଲ ବ୍ୟବହାର କରିବା ଦ୍ଵାରା ଲୋକମାନେ ସାହାର୍ଯ୍ୟ କରିଥାନ୍ତି । ଏହା ପରେ ରାଜକୁମାର ର ସ୍ଵଭାବ ବଦଳିବାକୁ ଲାଗିଲା । ସେ ସମସ୍ତଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରିବାକୁ ଲାଗିଲା ଓ ନିଜର ସମସ୍ତ କାର୍ଯ୍ୟ ନିଜେ କରିବାକୁ ଲାଗିଲା ।

ଦିନେ ଗୁରୁ ରାଜକୁମାରକୁ ଏକ ମିଠା ଫଳ ଖାଇବାକୁ ଦେଲେ । ତା’ର ପାଟି ମିଠା ହୋଇଗଲା ଓ ଏହା ପରେ ତାକୁ ନିମ ପତ୍ର ଖାଇବାକୁ ଦେଲେ, ତେବେ ତା’ର ପାଟି ପିତା ହୋଇଗଲା ।

ଏହା ପରେ ଗୁରୁ ବୁଝାଇଲେ କି ପୁତ୍ର ଯେ ପର୍ଯ୍ୟନ୍ତ ତୁମେ ମିଠା ଫଳ ଭଳି ରହିବ ସେତେ ପର୍ଯ୍ୟନ୍ତ ଲୋକମାନର ତୁମର କଥା ଶୁଣିବେ । କିନ୍ତୁ ଯେତେବଳେ ତୁମେ ନିମ ଭଳି ହୋଇଯିବ ତେବେ କେହି ବି ତୁମର ସମ୍ମାନ କରିବେ ନାହିଁ । ରାଜକୁମାର ଏହି କଥାକୁ ବୁଝି ପାରିଲେ ଓ ନିଜର ଶିକ୍ଷା ପୁରା କଲେ । ଶେଷରେ ନିଜ ରାଜ୍ୟକୁ ଫେରି ଆସି ରାଜ୍ୟଭାର ସମ୍ଭାଳିଲେ ।