ସମସ୍ୟାରୁ ବଞ୍ଚିବା ପାଇଁ ବଜରଙ୍ଗବଲିଙ୍କର ଚରଣରେ ରଖନ୍ତୁ ଏହି ଗୋଟେ ଜିନିଷ, ସବୁ ସମସ୍ୟା ହୋଇଯିବ ଦୂର

ମହାବଳୀ ହନୁମାନଙ୍କର ସବୁଠୁ ପ୍ରିୟ ଦିନ ମଙ୍ଗଳବାର ଅଟେ । ମଙ୍ଗଳବାର ଦିନ ହନୁମାନଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଏ । କୁହାଯାଏ କି ମଙ୍ଗଳବାର ଦିନ ବଜରଙ୍ଗବଲିଙ୍କର ପୂଜା ଅର୍ଚ୍ଚନା କରିବା ଦ୍ଵାରା ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହୋଇଯାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ କିଛି ଖାସ ଉପାୟ ବିଷୟରେ କୁହାଯାଇଛି । ଯାହାକୁ କରିବା ଦ୍ଵାରା ବ୍ୟକ୍ତି ନିଜ ଜୀବନର ସମସ୍ତ ଅସୁବିଧାରୁ ବଞ୍ଚି ପାରିବ । ସେ ନିଜ ଜୀବନରେ ଉନ୍ନତି ମଧ୍ୟ କରି ପାରିବ ।

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ମଙ୍ଗଳବାର ଦିନ ପୂଜା କରିବା ସମୟରେ କରିବେ ।

ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ

·    ଯଦି ବ୍ୟକ୍ତିକୁ ସବୁବେଳେ ଖରାପ ସ୍ଵପ୍ନ ଆସୁଛି କିମ୍ବା କୌଣସି କାର୍ଯ୍ୟରେ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ତେବେ ଏହି ସ୍ଥିତିରେ ଆପଣ ମଙ୍ଗଳବାର ଦିନ ହନୁମାନଙ୍କ ଚରଣ ରେ ଅଳ୍ପ ଫିଟକିରି ରଖି ଦିଅନ୍ତୁ । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ଆପଣଙ୍କର ସମସ୍ତ ସମସ୍ୟାର ସମାଧନ ହୋଇଯିବ ।

·    ଯଦି କୌଣସି ବ୍ୟକ୍ତି ମଙ୍ଗଳବାର ଦିନ ବଜରଙ୍ଗ ବାଣର ପାଠ କରିଥାଏ ତେବେ ତାହା ଉପରେ ମହାବଳୀ ହନୁମାନଙ୍କର କୃପା ଦୃଷ୍ଟି ରହିଥାଏ ।

·    ଯଦି ଆପଣଙ୍କୁ ଚାକିରିରେ ସଫଳତା ହାସଲ କରିବାର ଇଚ୍ଛା ଅଛି ତେବେ ହନୁମାନଙ୍କୁ ଅତର ଓ ଗୋଲାପ ମାଳା ଅର୍ପଣ କରନ୍ତୁ ।

·    ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ଜୀବନରେ ସୁଖ – ଶାନ୍ତି ରହିବ ତେବେ ଏହି ସ୍ଥିତିରେ ଆପଣ ମଙ୍ଗଳବାର ଦିନ ଭଗବାନ ଶ୍ରୀ ରାମଙ୍କର ନାମ ଜପ କରନ୍ତୁ ।

·    ଯଦି ଆପଣଙ୍କର କୌଣସି ମହତ୍ଵପୂର୍ଣ କାମରେ ବାଧା ଉତ୍ପନ୍ନ ହେଉଛି ତେବେ ଏହି ସ୍ଥିତିରେ ମଙ୍ଗଳବାର ଦିନ ଆପଣ ହନୁମାନଙ୍କ ମନ୍ଦିରରେ ବସି ରାମ ରକ୍ଷା ସ୍ତ୍ରୋତର ପାଠ କରନ୍ତୁ ।

·    ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ବୈବାହିକ ଜୀବନ ସବୁବେଳେ ସୁଖୀ ରହୁ ତେବେ ଆପଣ ମଙ୍ଗଳବାର ଦିନ ମହାବାଳୀ ହନୁମାନଙ୍କର ମୂର୍ତ୍ତି କିମ୍ବା ଫଟୋ ସମ୍ମୁଖରେ ଦୀପ ଲଗାନ୍ତୁ ଓ ହନୁମାନ ଚାଳିଶାର ପାଠ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।