ବିଶ୍ଵକପରେ କ୍ରମାଗତ ଦ୍ଵିତୀୟ ପରାଜୟ ବରଣ କଲା ଅଷ୍ଟ୍ରେଲିଆ, ସେମିଫାଇନାଲରେ ପହଞ୍ଚିବା ନେଇ ସନ୍ଦେହ…

ଚଳିତ ବର୍ଷ ବିଶ୍ଵକପରେ ପ୍ରବେଶ କରିପାରିବ ନାହିଁ ଅଷ୍ଟ୍ରେଲିଆ ! ଦଳର ପ୍ରଶଂଶକକୁ ଅଷ୍ଟ୍ରେଲିଆ ଖପ୍ପା ହୋଇଯାଇଛନ୍ତି । ସବୁଠାରୁ ଅଧିକ ଥର ଜିତିଥିବା ଦଳ ଏବେ ଘାଇଲା ଅବସ୍ଥାରେ ରହିଛି । ଗୋଟିଏ ମ୍ଯାଚ ଜିତିବା ପାଇଁ ମଧ୍ୟ ଏହି ଦଳ ପକ୍ଷେ କଷ୍ଟକର ହୋଇଯାଇଛି । ପ୍ରଥମ ମ୍ଯାଚରେ ଭାରତୀୟ ବୋଲରଙ୍କର ଆଗରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ତିଷ୍ଟି ପାରିନଥିଲେ । ଚେନ୍ନାଇରେ ଖେଲାଯାଇଥିବା ମ୍ଯାଚରେ ଦଳ ମାତ୍ର 199 ରନ କରି ଅଲ୍ ଆଉଟ ହୋଇଯାଇଥିଲା ।

200 ରନ୍ ର ଟାର୍ଗେଟକୁ ଭାରତ ସହଜରେ ହାସଲ କରିନନେଇଥିଲା । ପ୍ରଥମ ମ୍ଯାଚ ହାରିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିତୀୟ ମ୍ଯାଚ ଖେଳିଥିଲା ଟିମ ଅଷ୍ଟ୍ରେଲିଆ । ହେଲେ ଗତ କାଲିର ମଧ୍ୟ ସେହି ମ୍ଯାଚରେ ଅଷ୍ଟ୍ରେଲିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଟସ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ପ୍ୟାଡ କମିନ୍ସ । ହେଲେ ତାଙ୍କର ଏହି ନିଷ୍ପତ୍ତିଟି ଭୁଲ ପ୍ରମାଣିତ ହୋଇଥିଲା । ଅଷ୍ଟ୍ରେଲିଆ ମାନେ ମ୍ଯାଚରେ ସେତେ ଭଲ ପଦର୍ଶନ କରିପାରିନଥିଲେ ।

50 ଟି ଓଭରରେ 7 ଟି ୱିକେଟ ହରାଇ 311 ରନ କରିଥିଲା ଦକ୍ଷିଣ ଆଫ୍ରିକା । ଦଳ ପକ୍ଷରୁ ଡିକକ ସବୁଠାରୁ 109 ରନ ପାଳି ଖେଳିଥିଲେ । 312 ରନର ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲେ । ମାତ୍ର 70 ରନରେ 6 ଟି ୱିକେଟ ହରାଇବା ପରେ ଜିତିବା ଆଶା ଛାଡି ଦେଇଥିଲା ଅଷ୍ଟ୍ରେଲିଆ । ଏହାପରେ ଦଳ ଅଲ ଆଉଟ ହେବା ପରେ ପରାଜୟ ସାମ୍ନା କରିବାକୁ ପଡିଥିଲା । ତେବେ ବିଶ୍ଵକପରେ କ୍ରମାଗତ ଦିତୀୟ ପରାଜୟ ବରଣ କରିଛି ଟିମ ଅଷ୍ଟ୍ରେଲିଆ ।

ସେମି ଫାଇନାଲରେ ପହଞ୍ଚିବାକୁ ନେଇ ଦଳ ପକ୍ଷରୁ ବହୁତ ବଡ ଆଶଙ୍କା ଲାଗିବା ସହ ସନ୍ଦେହ ମଧ୍ୟ ହେଉଛି । ତେବେ ଆଗାମୀ ସମୟରେ କ୍ରିକେଟ ଜଗତରେ କଣ ସହ ହେବାକୁ ଯାଉଛି ? ତାହା ଦେଖିବା ତ କ୍ରିକେଟପ୍ରେମୀ ମାନଙ୍କର ଅପେକ୍ଷାରେ ରହିଲା । ତେବେ ସବୁ ଥର ଭଳି ଚଳିତ ବର୍ଷ ମଧ୍ୟ ବିଶ୍ଵକପ ମ୍ଯାଚ ଦେଖିବା ଅପେକ୍ଷା ରହିଛନ୍ତି କ୍ରିକେଟପ୍ରେମୀ । ତେବେ କ୍ରିକେଟ ଜଗତର ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।