ବୈରାଗୀକୁ ପୁଚୁକୀ ଗାଲି ଗୀତରେ ମୋ ସହ ନାଚିବାର ଦେଖି ଚିହ୍ନି ପକାଇଲି, Actor Siddhanta Mahapatra

ବୈରାଗୀର ଭିଡିଓକୁ ପ୍ରଥମେ ମାମା ମୋତେ ଦେଖେଇ ଥିଲେ । ହଁ ବନ୍ଧୁଗଣ ଓଡିଶାର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ପରଦାରେ ଯେମିତି ଜଣେ ହିରୋ । ଓଡିଶାର ପ୍ରତ୍ଯେକଟି ଓଡିଆଙ୍କ ହୃଦୟରେ ମଧ୍ୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସେମିତି ଜଣେ ହିରୋ । ହଁ ଆଜ୍ଞା ନିକଟରେ ପୁଚୁକୀ ଗାଲିର ବାକଗ୍ରାଉଣ୍ଡ ଡ୍ୟାନ୍ସର ବୈରାଗୀଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁ ଭିଡିଓରେ ବୈରାଗୀ ସେହି ନବେ ଦଶକର ଫିଲ୍ମରେ ନାଚୁଥିବାର ପୁରୁଣା କଥା ମନେ ପକାଇଛନ୍ତି ।

ଏଥିସହ ପୁଚୁକୀ ଗାଲିରେ ସିଦ୍ଧାନ୍ତ ସାରଙ୍କ ସହ ସେ ନାଚିବା ସହ ବହୁତ ମଜାମସ୍ତି ମଧ୍ୟ କରିଥିଲେ ବୋଲି କହିଛନ୍ତି । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ଧର୍ମପତ୍ନୀ ମାମା ବୈରାଗୀଙ୍କର ଏହି ଭିଡିଓକୁ ଆଣି ଯେତେବେଳେ ସିଦ୍ଧାନ୍ତଙ୍କୁ ଦେଖାଇଥିଲେ । ସେତେବେଳେ ବାକଗ୍ରାଉଣ୍ଡରେ ନାଚୁଥିବା ବୈରାଗୀଙ୍କୁ ଦେଖି ସଙ୍ଗେ ସଙ୍ଗେ ଚିହ୍ନି ଯାଇଥିଲେ । ତାପରେ ଭିଡିଓରେ ବୈରାଗୀଙ୍କର ଅନୁରୋଧ ରକ୍ଷା କରି ସିଦ୍ଧାନ୍ତ ମହାପାତ୍ର ତାଙ୍କ ହୋଟେଲକୁ ଯିବେ ବୋଲି ମଧ୍ୟ କହିଥିଲେ ।

ତେବେ ଗତ କାଲି ଅଭିନେତା ସିଦ୍ଧାନ୍ତ ମହାପାତ୍ର ବୈରାଗୀଙ୍କ ସହ ଦେଖା କରିବାକୁ ଯାଇଥିଲେ । ସେଠାରେ ବୈରାଗୀଙ୍କ ସହ ଦେଖା କରି ତାଙ୍କୁ ଆଲିଙ୍ଗନ ଜଣେ ବନ୍ଧୁ ହିସାବରେ କରିଥିଲେ । ବୈରାଗୀଙ୍କ ସହ କିଛି ସମୟ କଥା ହୋଇ ସେହି ପୁରୁଣା ଦିନର ସ୍ମୃତି ଗୁଡିକ ମଧ୍ୟ ତାଜା କରିଥିଲେ । ଏଥିସହ ବୈରାଗୀଙ୍କର ଆଖିର ଲୁହ ଦେଖି ମଧ୍ୟ ସିଦ୍ଧାନ୍ତ ମହାପାତ୍ର ବୈରାଗୀଙ୍କୁ କହିଥିଲେ । ବୈରାଗୀ କାନ୍ଦେନି, ଫିଲ୍ମ କରିଲେ ଆମେ ପୁଣି ଥରେ ଆଗ ଭଳି ସବୁ ଧୂଳା ଉଡେଇ ନାଚିବା ।

ତେବେ ବୈରାଗୀଙ୍କୁ ସିଦ୍ଧାନ୍ତ ମହାପାତ୍ର ଏକ ଟି ସର୍ଟ ମଧ୍ୟ ଦେଇଛନ୍ତି । ଯେଉଁଥିରେ ସିଦ୍ଧାନ୍ତଙ୍କ ଅଭିନୀତ ଅନେକ ଗୁଡିଏ ଫିଲ୍ମରେ ମଧ୍ୟ ବୈରାଗୀ ନାଚିଛନ୍ତି । ଯେଉଁ ଉପହାରକୁ ପାଇଲା ପରେ ବୈରାଗୀଙ୍କ ଆଖିରୁ ଖୁସିରେ ଲୁହ ଚାଲି ଆସିଥିଲା । ତେବେ ଓଡିଶାର ସୁପରଷ୍ଟାର ତଥା ସମସ୍ତଙ୍କର ଅତି ପ୍ରିୟର ଅଭିନେତା ମୁନ୍ନା ଭାଇ ଆପଣଙ୍କୁ କିପରି ଲାଗନ୍ତି ? ଆମକୁ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ