ବିଶ୍ଵକପ ଫାଇନାଲ ମ୍ଯାଚ ଟିମ ଇଣ୍ଡିଆ ହାରିବା ପରେ ଦେବ ଜୀବନ ହାରିଥିଲା ଆଉ ଏବେ ରାହୁଲ ମଧ୍ୟ ଜୀବନ ହାରିଲେ ।

ନମସ୍କାର ବନ୍ଧୁଗଣ । ଭାରତ ହାରିବା ପରେ ଖବର ଆସିଲା ଦେବ ମରିଗଲା । ଆଉ ଏବେ ଖବର ଆସିଛି କି ଦେବ ପରେ ରାହୁଲ ମରିଗଲା । ଭାରତ କ୍ରିକେଟ ଖେଳରେ ହାରିଲା କିନ୍ତୁ ଏମାନେ ଜୀବନ ଯୁଦ୍ଧ ରେ ହାରିଗଲେ । ଯେବେ ଟିମ ଇଣ୍ଡିଆ ମ୍ଯାଚରେ ଚଉକା ଛକା ମାରୁଥିଲା ସେତେବେଳେ ଦେବ କିଭଳି ଖୁସି ହେଉଥିଲା ଓ ନାଚୁଥିଲା ତାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ଆଉ ଏବେ ରାହୁଲ ନାକ ଜଣେ ଯୁବକ ନିଜର ଜୀବନ ହାରିଛନ୍ତି । ରାହୁଲ ସାମୀ ଓ ବିରାଟ କୋହଲି ଙ୍କ ପୋଷ୍ଟର କୁ ଜାବୁଡି ଧରିଥିବାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାହୁଲ ର ବୟସ ମଧ୍ୟ ଦେବ ବୟସ ସହ ସମାନ । ଭେଣ୍ଡିଆ ପୁଅକୁ ହରାଇ ଏବେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ରାହୁଲ ଯେମିତି ବିରାଟ କୋହଲି ଓ ସାଇ ଙ୍କ ଫୋଟୋକୁ କୁଣ୍ଢେଇ ଧରିଛି ଲାଗୁଛି ଏ ଦୁହେଁ ରାହୁଲ ଙ୍କ ପାଇଁ ଭଗବାନ ସଦୃଶ ଥିଲେ ।

ଆଉ କ୍ରିକେଟ କୁ ସେ ଏତେ ଭଲ ପାଉଥିଲେ ଯେ ଇଣ୍ଡିଆ ହାରିବା ପରେ ସହିପାରି ନ ଥିଲା । ବିଶ୍ଵକପ ଫାଇନାଲ ରେ ଭାରତ ହାରିଛି ଓ କଙ୍ଗାରୁ ଦଳ ଜିତି ଯାଇଛି । ଏ କଥା ସଂପୂର୍ଣ୍ଣ ସତ । କିନ୍ତୁ ଭାରତର ପରସ୍ତକୁ ସହଜରେ ଗ୍ରହଣ କରିପାରି ନ ଥିଲା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜାରି ପଞ୍ଚାଯତ କୁଳ ସାହି ଗାଁ ର ନୀଳମଣି ଦାସଙ୍କ ସାନ ପୁଅ ଦେବ ରଞ୍ଜନ ।

ଦେବ ଙ୍କ ବୟସ ମାତ୍ର 23 ବର୍ଷ ଥିଲା ଯାହାକୁ ସ୍ନେହରେ ସମସ୍ତେ ଡାକୁଥିଲେ ଦେବା । ଠିକ ସେମିତି ଭାରତର ପରାଜୟ କୁ ସହିପାରି ନାହିଁ ରାହୁଲ ଯିଏକି ପଶ୍ଚିମବଙ୍ଗର ଲାହୁର ଲୋହଲ ଯାହାଙ୍କର ବୟସ ମଧ୍ୟ 23 ବର୍ଷ ଥିଲା । ରାହୁଳଙ୍କର କ୍ରିକେଟ ପ୍ରତି ଦୁର୍ବଳତା ରହିଥିଲା । ଟିମ ଇଣ୍ଡିଆ ଏଥର ବିଶ୍ଵକପ ଜିତିବ ବୋଲି ସମସ୍ତ ଭାରତୀୟଙ୍କ ପାଇଁ ରାହୁଲ ମଧ୍ୟ ଭାବିଥିଲା ।

କିନ୍ତୁ ମ୍ଯାଚ ପରେ ରାହୁଲ କାହାକୁ କିଛି ନ କହି ଘର ଭିତରୁ କବାଟ ବନ୍ଦ କରି ଦେଇଥିଲା । କିନ୍ତୁ ପରିବାର ଲୋକେ ଏହାକୁ ଗୁରୁତର ନେଇ ନ ଥିଲେ । ହେଲେ ଦୀର୍ଘ ସମୟ ଧରି ଯେବେ ରାହୁଲ କବାଟ ହୋଲି ନ ଥିଲା ସେତେବେଳେ ମା କବାଟ ବାଡେଇଥିଲେ । ଆଉ ଯେବେ ସମସ୍ତଙ୍କ ଉପସ୍ଥିତି ରେ କବାଟ ଭଙ୍ଗା ଗଲା ସେତେବେଳେ ରାହୁଲ ଆଉ ନ ଥିଲେ ଯାହାକୁ ଦେଖି ସମତେ ସ୍ତବ୍ଧ ହୋଇଗଲେ ।

ଭେଣ୍ଡିଆ ପୁଅକୁ ହରାଇବା ପରେ ବାପା ମଧ୍ୟ ଚେତାଶୁନ୍ୟ ହୋଇ ପଡିଲେ । ତୁରନ୍ତ ରାହୁଲଙ୍କୁ ମେଡିକାଲ ନିଆଗଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଲେ । ଆଉ ଏବେ କୁହା ଯାଉଛି ଇଣ୍ଡିଆ ହାରିଲା ମ୍ଯାଚରେ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ ଦେବ ଓ ରାହୁଲ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।