ଅଷ୍ଟ୍ରେଲିୟା ବିଶ୍ଵକପ ନେବା ପରେ ଭାରତୀୟ କ୍ରିକେଟ ପ୍ରେମୀ ଙ୍କୁ ଗାଳି କରିଲେ ଅଷ୍ଟ୍ରେଲିୟା ପ୍ଲେୟାର Maxwell ଙ୍କ ସ୍ତ୍ରୀ Vini Raman ।

ଭାରତ ଉପରେ ରାଗ ସୁଝାଇଛନ୍ତି ମ୍ୟାକ୍ସୱେଲ ଙ୍କ ସ୍ତ୍ରୀ । ଭାରତୀୟ କ୍ରିକେଟ ପ୍ରେମିଙ୍କୁ ଗାଳି କରିଲେ ବିନି ରମଣ । ହଁ ଦର୍ଶକ ବନ୍ଧୁ ବିଶ୍ଵକପ ଫାଇନାଲ ରେ ଟିମ ଇଣ୍ଡିଆ ହାରିବା ସହ 140 କୋଟି ଭାରତୀୟଙ୍କ ମନ ମଉଳି ଯାଇଛି । ଅଷ୍ଟ୍ରେଲିୟା ଟିମ ଫାଇନାଲ ରେ ଦମଦାର ପ୍ରଦର୍ଶନ କରିବା ସହ 6 ୱିକେଟରେ ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵ ଚାମ୍ପିୟାନ ହୋଇଛି । ଯେବେ ଠାରୁ ଭାରତ ହାରିଛି ଓ କଙ୍ଗାରୁ ଦଳ ବିଶ୍ଵକପ ଟ୍ରଫି ହାତେଇଛି ସେବେ ଠାରୁ ଏହି ମୂହୁର୍ତ୍ତ ପ୍ରତେକ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁସ୍ଵପ୍ନ ପାଲଟି ଯାଇଛି ।

ଏହି କଥାକୁ କେହି ବି ସହଜରେ ଗ୍ରାନ କରିପାରି ନାହାନ୍ତି । କାରଣ ପ୍ରତେକ ଟୁର୍ଣ୍ଣାମେଣ୍ଟ ରେ ଅପରାଜୟ ରହିଥିବା ଭାରତ ଫାଇନାଲରେ ଅଷ୍ଟ୍ରେଲିୟା କୁ ହରାଇ ତୃତୀୟ ଥର ବିଶ୍ଵକପ ହାସଲ କରିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ । କିନ୍ତୁ ଅଷ୍ଟ୍ରେଲିୟା ସବୁ କିଛି ଓଲଟ ପାଲଟ କରିଦେଲା । ଭାରତ ମାଟିରେ ଭାରତକୁ ହରାଇ ଅଷ୍ଟ୍ରେଲିୟା ବିଶ୍ଵକପ ଟ୍ରଫି ନେଇଯିବା କଥାକୁ ଗ୍ରହଣ କରିପାରୁ ନାହାନ୍ତି କ୍ରିକେଟ ପ୍ରେମୀ ମାନେ ।

ଏହାରି ମଧ୍ୟରେ ଅଷ୍ଟ୍ରେଲିୟା ଷ୍ଟାର ମ୍ୟାକ୍ସୱେଲ ଙ୍କ ସ୍ତ୍ରୀ ଆସି ଯାଇଛନ୍ତି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଟାର୍ଗେଟ କୁ । କାରଣ ମ୍ୟାକ୍ସୱେଲ ଙ୍କ ସ୍ତ୍ରୀ ବିନି ରମଣ ହେଉଛନ୍ତି ଭାରତୀୟ ବାସିନ୍ଦା । ହେଲେ ବିନି ଅଷ୍ଟ୍ରେଲିୟା ଟିମ କୁ ସମର୍ଥନ କରୁଥିବାରୁ ଏଥିପାଇଁ ତାଙ୍କୁ ଟ୍ରୋଲ କରିଛନ୍ତି ଭାରତୀୟ କ୍ରିକେଟ ଫ୍ୟାନ୍ସ । ଜଣେ ଭାରତୀୟ ହୋଇ ମଧ୍ୟ କଙ୍ଗାରୁ ଦଳକୁ ସମର୍ଥନ କରିଥିବାରୁ ସୋସିଆଲ ମିଡିଆରେ ନାନା କଥା କହି ବିନି ଙ୍କୁ ନିନ୍ଦା କରିଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ ମାନେ ।

କିନ୍ତୁ ଏହାର କଡା ଜବାବ ଦେଇଛନ୍ତି ବିନି ରମଣ । ସୋସିଆଲ ମିଡିଆରେ ବର୍ଷୀଛନ୍ତି ବିନି ଓ କହିଛନ୍ତି “ମୋତେ ବେକାର କଥା କହୁଥିବା ଲୋକମାନେ ହିସାବରେ ରୁହ । ମୋତେ ବିଶ୍ଵାସ ହେଉନି କି ମୋତେ କହିବାକୁ ଦରକାର ପଡୁଛି କି ଆମେ ଭାରତୀୟ ହୋଇପାରୁ । କିନ୍ତୁ ଆମେ ସେହି ଦେଶକୁ ସମର୍ଥନ କରିବା ଆବଶ୍ୟକ ଯେଉଁଠି ମୁଁ ଜନ୍ମ ହୋଇଛି ବଡ ହୋଇଛି ।

ଖାସ କରି ଯେଉଁଠି ମୋ ସ୍ଵାମୀ ତଥା ମୋ ପିଲାର ବାପା ଖେଳୁଛନ୍ତି । ଶାନ୍ତ ରୁହ । ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର କ୍ରୋଧକୁ ବ୍ୟବହାର କର” । ତାଙ୍କୁ ନିନ୍ଦା କରିଥିବା ଏଭଳି କଡା କଥା କହି ଗାଳି ଦେଇଛନ୍ତି ବିନି ରମଣ । ତାଙ୍କ ସ୍ଵାମୀ ଯେଉଁ ଦେଶ ତରଫରୁ ଖେଳୁଛନ୍ତି ସେହି ଦେଶକୁ ସମର୍ଥନ କରି ଭାରତକୁ କିପରି ସମର୍ଥନ କରିପାରିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିନି ରମଣ ।

ଏକ ତାମିଲ ପରିବାରର ଝିଅ ବିନି ରମଣ ଙ୍କ ଜନ୍ମ ଅଷ୍ଟ୍ରେଲିୟା ରେ ହୋଇଥିଲା । ଆଉ ସେଠାରେ ସେ ବଡ ହୋଇଛନ୍ତି ଓ ଫାର୍ମାଶିଷ୍ଟ ଭାବେ କାମ କରୁଛନ୍ତି ବିନି । ଏହାପରେ ମ୍ୟାକୱେଲଙ୍କ ସହ ବିନିର ଭେଟ ହୋଇଥିଲେ ଓ ଦୁହେଁ 2022ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।