ବିଶ୍ୱକପ ହାରିବା ପରେ ଡ୍ରେସିଂ ରୁମକୁ ଯାଇ ଟିମ ଇଣ୍ଡିଆର ଖେଳାଳୀ ଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ PM Modi…

ନମସ୍କାର ବନ୍ଧୁଗଣ । ବିଶ୍ଵକପ ହାରିଗଲା ପରେ ଟିମ ଇଣ୍ଡିଆ ନରେନ୍ଦ୍ର ମୋଦୀ ଭାରତୀୟ ଦଳ ଙ୍କୁ ଦିଲ୍ଲୀ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି । ସ୍ଵତନ୍ତ୍ର ଭାବେ ଆମନ୍ତ୍ରଣ କରିଛି ସବୁ ଖେଳାଳି ଙ୍କୁ ଦିଲ୍ଲୀ କୁ ଆସିବା ପାଇଁ ମୋଦୀ । ସମସ୍ତଙ୍କୁ ଦିଲ୍ଲୀ ଯିବା ପାଇଁ କହିଛନ୍ତି ମୋଦୀ । କାରଣ ଦିଲ୍ଲୀ ରେ କିଛି ଉପହାର ଦେବେ ମୋଦୀ । ଯେଉଁଥି ପାଇଁ ଭାରତୀୟ ଖେଳାଳି ଙ୍କ ମନୋବଳ ଅଧିକ ଦୃଢ ହୋଇଯିବ ।

ମୋଦୀ କିଭଳି ସବୁ ଖେଳାଳି ଙ୍କ ପିଠି କୁ ଥାପୁଡେଇ ସେମାନଙ୍କୁ ଉଶ୍ଚାହିତ କରୁଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ମନରେ ପୁଣି ଥରେ ସାହସ ଭାରି ଦେଇଛନ୍ତି ମୋଦୀ । ୱାର୍ଲ୍ଡ କପ ଫାଇନାଲ ରେ ଅଷ୍ଟ୍ରେଲିୟା ବିପକ୍ଷରେ ପରାଜୟ ର ସମୁଖିନ୍ନ ହେବାକୁ ପଡିଥିଲା ଟିମ ଇଣ୍ଡିଆ କୁ । କ୍ରମାଗତ 10ଟି ମ୍ଯାଚ ଜିତି ଟିମ ଇଣ୍ଡିଆ ଫାଇନାଲ ରେ ପ୍ରବେଶ କରିଥିଲା ।

କିନ୍ତୁ କଙ୍ଗାରୁ ଦଳ ଷଷ୍ଠ ଥର ପାଇଁ ଓ ଭାରତକୁ ମାତ୍ର 6 ୱିକେଟ ରେ ହରାଇ ବିଶ୍ଵକପ ଟ୍ରଫି ହାସଲ କରିଛି । ତେବେ ଅଷ୍ଟ୍ରେଲିୟା ଥରେ ହାରିବା ପରେ ଭାରତୀୟ ଖେଳାଳି ମାନେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ । ଆଉ ତା ପରେ ଏଭଳି ମୋଦୀ ଆସି ସେମାନଙ୍କୁ ପିଠି ଥାପୁଡେଇ ବୁଝାଇ ଥିଲେ । ମହମଦ ସିରାଜ ତାଙ୍କ ଭାବନା କୁ ନିୟନ୍ତ୍ରଣ କରିପାରି ନ ଥିଲେ ।

ଏମିତି କି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଆଖି ରୁ ଲୁହ ଝରାଇ ଦେଇଥିଲେ । ସେହି ଲୁହ ସାରା ଦୁନିଆ ଦେଖିଥିଲା । ବିରାଟ କୋହଲି ତାଙ୍କ ଆଖିର ଲୁହ ଲୁଚାଇବା ପାଇଁ ତାଙ୍କ କ୍ୟାପ ର ବ୍ୟବହାର କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଛି । ଏ ସବୁ ମୋଦୀ ଦେଖୁଥିଲେ । ଆଉ ତା ପରେ ଖେଳାଳି ଙ୍କ ଗହଣରେ ପହଞ୍ଚି ସେମାନଙ୍କୁ ଏଭଳି ଉଶ୍ଚାହିତ କରିଛନ୍ତି ।

ରବିବାର ଦିନ ମ୍ଯାଚ ପରେ ମୋଦୀ ଭାରତୀୟ ଡ୍ରେସିଂ ରୁମରେ ପହଞ୍ଚି କ୍ଯାପଟେନ ରୋହିତ ଶର୍ମା ଓ ବିରାଟ କୋହଲି ଙ୍କ ପିଠି ବାଡେଇଓ ଏମାନଙ୍କୁ ସାନ୍ତ୍ଵନା ଦେଇଥିଲେ । ଆଉ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି ଦିଲ୍ଲୀ ଯିବା ପାଇଁ । ମୋଦୀ କହିଛନ୍ତି ସେମାନଙ୍କ ପାଇଁ କିଛି ଖାସ ଉପହାର ଅଛି । ରୋହିତ ଶର୍ମା ଓ ବିରାଟ ଙ୍କ ପିଠି ଥାପୁଡେଇ କହିଛନ୍ତି ମୋଦୀ ଯେ ଆପଣ ମାନେ 10ଟି ମ୍ଯାଚ ଜିତିଛନ୍ତି  କାହିଁକି ଚିନ୍ତା କରୁଛନ୍ତି ।

ଏ ସବୁ ଖେଳରେ ଘଟେ । ଟିକେ ହସି ଦିଅନ୍ତୁ । ଦେଶ ତୁମ ସମସ୍ତଙ୍କୁ ଦେଖୁଛି । ଏହା ସହ ମୋଦୀ ସବୁ ଖେଳାଳି ଙ୍କୁ ଦିଲ୍ଲୀ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି । ତେବେ ସବୁ ଖେଳାଳି ଦିଲ୍ଲୀ ରେ ପହଞ୍ଚିବା ପରେ ମୋଦୀ ସେମାନଙ୍କ ପାଇଁ କଣ ଖାସ ଉପହାର ରଖିଛନ୍ତି ଓ କଣ ହେଉଛି ଆଲୋଚନା ତାହା ଦେଖିବାକୁ ବାକି ରହିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।