2024 ନୂଆବର୍ଷ ପୂର୍ବରୁ UPI ୟୁଜର୍ସ ମାନେ କରି ନିଅନ୍ତୁ ଏହି କାମ ନଚେତ ବନ୍ଦ ହୋଇପାରେ Phone Pay, Google Pay

ନମସ୍କାର ବନ୍ଧୁଗଣ । ଆପଣ ଯଦି ଅନଲାଇନ ରେ ଟ୍ରାଞ୍ଜାକସନ କରୁଛନ୍ତି ଆଉ UPI ମଧ୍ୟମରେ ପେମେଣ୍ଟ କରୁଛନ୍ତି ତେବେ ରହିଛି ଜରୁରୀ ଖବର । ଯଦି ଆପଣ ନୂଆବର୍ଷ 2024 ପୂର୍ବରୁ ଏହି ଜରୁରୀ କାମ ନ କରନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଆପଣଙ୍କ UPI ଆକାଉଣ୍ଟ କୁ ସବୁଦିନ ପାଇଁ ବନ୍ଦ କରିପାରେ । ଆଜିର ଦିନରେ ଅନେକ ଲୋକ ଫୋନପେ, ଗୁଗୁଲ ପେ ବ୍ୟବହାର କରୁଛନ୍ତି । ଅନେକ ୟୁଜର୍ସ ମାନେ UPI ପେମେଣ୍ଟ କୁ ମଧ୍ୟ ବ୍ୟବହାର କରୁଛନ୍ତି ।

ତେବେ ଏହି ୟୁଜର୍ସ ମାନଙ୍କ ପାଇଁ NPCI ଆଣିଛି କଡା ନିର୍ଦ୍ଦେଶ । ବର୍ଷକରୁ ଅଧିକ ସମୟ ହେବ ଯଦି ଆପଣ କୌଣସି UPI ପେମେଣ୍ଟ କରି ନାହାନ୍ତି ବା UPI ଆକାଉଣ୍ଟ ବ୍ୟବହାର କରି ନାହାନ୍ତି ତେବେ ନୂଆବର୍ଷ ଆରମ୍ଭରୁ UPI ଆକାଉଣ୍ଟ ବନ୍ଦ ହୋଇଯିବ । ଏ ନେଇ NPCI କଡା ନିର୍ଦ୍ଦେଶନାମା ଜାରି କରିଛି । UPI ଟ୍ରାଞ୍ଜାକସନ କୁ ଅଧିକ ସୁରକ୍ଷିତ କରିବାକୁ ଏପରି ନିସ୍ପତି ନିଆଯାଇଛି । ଏହା ସହ ଭୁଲରେ ହେଉଥିବା ଟ୍ରାଞ୍ଜାକସନ କୁ ମଧ୍ୟ ରୋକା ଯାଇପାରିବ ।

ଏହି ନିର୍ଦ୍ଦେଶ ପରେ ଏବେ ଅଧିକାଂଶ UPI ଆପ ପୁଣି ଥରେ ନିଷ୍କ୍ରିୟ ଗ୍ରାହକଙ୍କର ଆଇଡି କୁ ଭେରୀଫାଏ କରିବେ । ଯେଉଁ ମାନେ ବର୍ଷକରୁ ଅଧିକ ସମୟ ହେବ କୌଣସି ଟ୍ରାଞ୍ଜାକସନ କରି ନ ଥିବେ ସେହି ଆକାଉଣ୍ଟ କୁ ବନ୍ଦ କରି ଦେବେ UPI କମ୍ପାନୀ । ନୂଆବର୍ଷ ଆରମ୍ଭରୁ ଏହି ନୂଆ ନିୟମ ଲାଗୁ ହେବ । ଯଦି ନୂଆବର୍ଷ ପୂର୍ବରୁ ୟୁଜର୍ସ ମାନେ ନିଜ ଆଇଡି କୁ ଭେରୀଫାଏ ଓ ଟ୍ରାଞ୍ଜାକସନ କରିଥିବେ ତେବେ ସେମାନଙ୍କ ଆକାଉଣ୍ଟ ରେ କିଛି ଅସୁବିଧା ହେବ ନାହିଁ ।

ଡିସେମ୍ବର 31 ସୁଧା କୌଣସି ୟୁଜର୍ସ UPI ଅପଡେଟ ବା ଟ୍ରାଞ୍ଜାକସନ କରି ନ ଥିବେ ତେବେ ସବୁ ଦିନ ପାଇଁ ତାଙ୍କର ଆଇଡି ବନ୍ଦ ହୋଇଯିବ । ଅଧିକାଂଶ ସମୟରେ ଲୋକମାନେ ନିଜର ଫୋନ ନମ୍ବର ପରିବର୍ତ୍ତନ କରୁଥିଲେ ମଧ୍ୟ UPI ନମ୍ବର ବଦଳାଉ ନାହାନ୍ତି । ଯାହା ପାଇଁ ସେମାନଙ୍କର UP Iଆଇଡି ଚାଲୁ ରହୁଛି । ଗୋଟେ ନମ୍ବର ଜଣଙ୍କ ପାଖରେ ବନ୍ଦ ହୋଇ ଅନ୍ୟ ଜଣଙ୍କ ପାଖରେ ମିଳିବା ପରେ ସେହି ନମ୍ବର ରେ UPI ଆଇଡି ଜାରି ରହୁଛି ।

ଯେଉଁ କାରଣରୁ ଜଣଙ୍କ ପାଖକୁ ଟଙ୍କା ପଠାଇଲେ ଅନ୍ୟ ନମ୍ବର ରେ ପହଞ୍ଚି ଯାଉଛି ଟଙ୍କା । ତେଣୁ ଏଭଳି ଭୁଲ ଟ୍ରାଞ୍ଜାକସନ କୁ ରୋକିବା ପାଇଁ ଏଭଳି ନିସ୍ପତି ନେଇଛି NPCI । ଆଜିର ଦିନରେ ଅଫ ଲାଇନ ରେ ଟଙ୍କା ଲେନଦେନ ଅପେକ୍ଷା ଅନଲାଇନ ଟ୍ରାଞ୍ଜାକସନ ବଢିବାରେ ଲାଗିଛି । ତେଣୁ ତୁରନ୍ତ ସବୁ ୟୁଜର୍ସ ମାନେ ନିଜର ଆଇଡି ଅପଡେଟ କରିବା ସହ ଟ୍ରାଞ୍ଜାକସନ କରି ନେବା ଉଚିତ । ନଚେତ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।