ଆଉ ଏକ ବିଶ୍ଵ ରେକର୍ଡ ସ୍ଥାପନ ପାଇଁ Suryakumar Yadav ଙ୍କ ପାଖେ ଶେଷ ମଉକା, Rohit Sharma ଙ୍କ ରେକର୍ଡ ଭାଙ୍ଗି ପାରିବେ ତ Surya ? (IND vs NZ 3rd ODI)

ସୂର୍ଯ୍ୟକୁମାରଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର । 2022 ଶେଷ ହେବାକୁ ଆଉ ମାତ୍ର ଏକ ମାସ ବାକି ଥିବାବେଳେ ସୂର୍ଯ୍ୟଙ୍କ ପାଖରେ ରହିଛି ଶେଷ ମଉକା । ଆଉ ମାତ୍ର 5ଟି ଛକା ମାରିଲେ ନୂଆ ବିଶ୍ଵ ରେକର୍ଡ ସ୍ଥାପନ କରିବେ ସୂର୍ଯ୍ୟକୁମାର ଯାଦବ । ଚଳିତ ବର୍ଷ ମୋଟ 43ଟି ମ୍ଯାଚ ଖେଳିଛନ୍ତି ସୂର୍ଯ୍ୟ । ସେଥିରୁ 1418 ରନ୍ କରିଛନ୍ତି 42 ର ଆଭରେଜ ସହ । ଆଉ ସମୁଦାୟ 74ଟି ଛକା ମାରିଛନ୍ତି ସୂର୍ଯ୍ୟ । ଏହାରି ମଧ୍ୟରେ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିବାକୁ ସୂର୍ଯ୍ୟଙ୍କ ପାଖରେ ରହିଛି ଏକ ଭଲ ମଉକା ।

କାରଣ ରୋହିତ ଶର୍ମା 2019 ରେ ମୋଟ 78ଟି ଛକା ମାରିଥିଲେ । ରୋହିତଙ୍କ ଏହି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିବାକୁ ହେଲେ ସୂର୍ଯ୍ୟକୁମାରଙ୍କୁ ଚଳିତ ବର୍ଷ ମାରିବାକୁ ହେବ ଆଉ ମାତ୍ର 5ଟି ଛକା । ବର୍ତମାନ ଭାରତ ଓ ନ୍ୟୁଜିଲାଣ୍ଡ ମ୍ଯାଚ ଚାଲିଥିବା ବେଳେ ସୂର୍ଯ୍ୟଙ୍କ ପାଖେ ଏହି ଶେଷ ମଉକା ରହିଛି । କାରଣ ଆଗକୁ ହେବାକୁ ଥିବା ବାଂଲାଦେଶ ବିପକ୍ଷ ମ୍ଯାଚରେ ସୂର୍ଯ୍ୟକୁମାର ଦିନିକିଆ କିମ୍ବା ଟେଷ୍ଟ ମ୍ଯାଚରେ ଭାଗ ନେବେ ନାହିଁ ।

ନ୍ୟୁଜିଲାଣ୍ଡ ସହ ଶେଷ ଦିନିକିଆ ପରେ 2023 ରେ ଯାଇ ମ୍ଯାଚ ଖେଳିବାର ନଜର ଆସିବେ ସୂର୍ଯ୍ୟ । ଚଳିତ ବର୍ଷ ସବୁଠୁ ଅଧିକ ଛକା ମରିଥିବା ଖେଳାଳିଙ୍କ ଲିଷ୍ଟରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷରେ ଅଛନ୍ତି । ଏହି ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜର ନିକୋଲାସ ପୁରନ, ଯିଏକି ସମୁଦାୟ 59ଟି ଛକା ମାରିଛନ୍ତି ।

ଜିମ୍ବାୱେର ବ୍ୟାଟର ସିକନ୍ଦର ରଜା ଏହି ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି, କିଏକି 55ଟି ଛକା ମାରିଛନ୍ତି । ଚଳିତ ବର୍ଷ ସୂର୍ଯ୍ୟ ନିଜ କମାଲ ଦେଖାଇବା ସହ ଟି20 ଫର୍ମାଟ ମ୍ଯାଚରେ ଅନେକ ଗୁଡିଏ ରେକର୍ଡ ନିଜ ନାଁରେ କରିଛନ୍ତି । ବର୍ଷର ଏହି ଶେଷ ମ୍ଯାଚରେ ଆଉ ଏକ ରେକର୍ଡ ସ୍ଥାପନ କରିବା ପାଇଁ ସୂର୍ଯ୍ୟଙ୍କ ପାଖରେ ଶାନଦାର ମଉକା ରହିଛି । ସୂର୍ଯ୍ୟ ଯଦି ଏହି ମ୍ଯାଚରେ 5ଟି ଛକା ମାରୁଛନ୍ତି ତେବେ ସେ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଦେବେ ।

ଯଦି ଏପରି ହୁଏ ତେବେ ଗୋଟିଏ ବର୍ଷରେ ସର୍ବାଧିକ 79 ଛକାର ରେକର୍ଡ ନିଜ ନାଁରେ କରିବେ ସୂର୍ଯ୍ୟ । ତେବେ ଆପଣ କଣ ଭାବୁଛନ୍ତି, ସୂର୍ଯ୍ୟଙ୍କ ରେକର୍ଡ ରୋହିତ ଭାଙ୍ଗିପାରିବେ କି ନାହିଁ ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।