ଆଉ Varsha ନୁହେଁ ଏବେ Swapna ଙ୍କୁ ନେଇ ସ୍ଵପ୍ନ ଦେଖୁଛନ୍ତି Anubhav Mohanty, ଲଣ୍ଡନରୁ ସାମ୍ନାକୁ ଆସିଲା ଭିଡିଓ, ଦେଖନ୍ତୁ video

ଏବେ ଆଉ ବର୍ଷା ନୁହେଁ ବରଂ ସ୍ଵପ୍ନା । ବର୍ଷା ପ୍ରିୟଦର୍ଶିନୀ ନୁହେଁ କେବଳ ସ୍ଵପ୍ନା ପ୍ରିୟଦର୍ଶିନୀ । ଏବେ ଅନୁଭବ ମହାନ୍ତିଙ୍କ ସ୍ଵପ୍ନରେ କୁଆଡେ ସ୍ଵପ୍ନା । ଯାହାଙ୍କ ହାତ ଧରି ଏବେ ବାଟ ଚାଲିବେ ଅନୁଭବ ମହାନ୍ତି । କେନ୍ଦ୍ରପଡା ସାଂସଦ ତଥା ଲୋକପ୍ରିୟ ଓଲିଉଡ ଅଭିନେତା ସବୁବେଳେ ଚର୍ଚ୍ଚାରେ ରହି ଆସନ୍ତି । ଏବେ ପୁଣି ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ହେଉଛି । କାରଣ ସାଂସଦ ଅନୁଭବ ମହାନ୍ତିଙ୍କୁ ଘାରିଛି ଲଣ୍ଡନ ପ୍ରେମ । ଆଉ ସେଥିପାଇଁ ତାଙ୍କର ଆଗାମୀ ଫିଲ୍ମ “ଲଭ ଇନ ଲଣ୍ଡନ” କୁ ସେ ଲଣ୍ଡନରେ ହିଁ ଶୁଟିଙ୍ଗ କରୁଛନ୍ତି ।

ଲଣ୍ଡନର ପାଗରେ ବେଶ ରୋମାଣ୍ଟିକ ରହୁଛନ୍ତି ଅନୁଭବ । ସେଠି ସେ ଆଉ ବର୍ଷାଙ୍କୁ ଖୋଜିବେ ନାହିଁ କି ଗୋଟେ ଶୁଆ ଗୋଟେ ଶାରୀ ହୋଇ ବୁଲିବେ ନାହିଁ । କାରଣ ଓଲିଉଡର ଲୋକପ୍ରିୟ ଯୋଡି ଅନୁଭବ ଓ ବର୍ଷା ଆଉ କେବେବି ଏକାଠି ନଜର ଆସିବେନି । ତେଣୁ ଆଉ ବର୍ଷା ନୁହେଁ ବରଂ ସ୍ଵପ୍ନାଙ୍କୁ ନେଇ ବର୍ଷାରେ ଭିଜୁଛନ୍ତି ଅନୁଭବ । କାରଣ ତାଙ୍କ ନୂଆ ସିନେମାର ହିରୋଇନ ହେଉଛନ୍ତି ସ୍ଵପ୍ନା ପ୍ରିୟଦର୍ଶିନୀ । ବେଶ କିଛିଦିନର ବ୍ଯବଧାନ ପରେ ଫିଲ୍ମ ଜଗତକୁ ଫେରିଛନ୍ତି ଅନୁଭବ ମହାନ୍ତି ।

ତାଙ୍କୁ ନେଇ ନିର୍ମାଣ ହେଉଛି ନୂଆ ଓଡିଆ ଫିଲ୍ମ ଲଭ ଇନ ଲଣ୍ଡନ । ବର୍ତ୍ତମାନ ଏହି ଫିଲ୍ମଟିର ଶୁଟିଙ୍ଗ ଲଣ୍ଡନରେ ଚାଲିଥିବା ବେଳେ ଅଭିନେତ୍ରୀ ସ୍ଵପ୍ନା ପ୍ରିୟଦର୍ଶିନୀ ଅନୁଭବଙ୍କ ନାୟିକା ସାଜିଛନ୍ତି । ଅନୁଭବ ଓ ବର୍ଷାଙ୍କ ଯୋଡି ପୂର୍ବରୁ ଅନେକ ହିଟ୍ ସିନେମା ଦେଇଥିବା ବେଳେ ଏବେ ସ୍ଵପ୍ନାଙ୍କ ଉପରେ ସମସ୍ତଙ୍କ ନଜର ।

ନୂଆ କରି ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିବା ନାୟିକା ଅନୁଭବଙ୍କ ସହ କେତେ ପରଫେକ୍ଟ ଲାଗୁଛନ୍ତି ତାକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଲୋକେ । ଲଗାତାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଅନୁଭବ ଅନେକ ଫିଲ୍ମରେ ଅଭିନୟ କରିଥିବା ବେଳେ ନୂଆ କରି ଅନୁଭବଙ୍କ ସହ ନଜର ଆସୁଥିବା ସ୍ଵପ୍ନା ପ୍ରିୟଦର୍ଶିନୀ ଦର୍ଶକଙ୍କ ମନକୁ କେତେ ଛୁଇଁବେ ତାହା ତ ସମୟ କହିବ । କିନ୍ତୁ ଚଳଚ୍ଚିତ୍ରରେ ଯେପରି କୌଣସି କମି ନରୁହେ ସେଥିପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳେଇଛନ୍ତି ସିନେମାର ନିର୍ଦ୍ଦେଶକ ତାପସ ସରଘରିଆ ।

ନୂଆ ଚରିତ୍ର ଓ ନୂଆ ଚେହେରାକୁ ନେଇ ଅଣୁଭା ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ତେବେ ଦେଖାଯାଉ ଅନୁଭବଙ୍କ ସ୍ଵପ୍ନାକୁ କେତେ ଭଲପାଇବା ଦେଉଛନ୍ତି ଦର୍ଶକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।