IND vs NZ ODI ପରେ ଟିମ୍ ରୁ ବିଦା ହେବେ Sanju, Shubhman ଓ Umran, କାରଣ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ

ଶୁଭମାନ ଗିଲ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ଦୁଇଟି ଦିନିକିଆ ମ୍ଯାଚ ଖେଳି 95 ଆଭରେଜ ଓ 89 ଷ୍ଟ୍ରାଇକ ରେଟ ସହ 95 ରନ୍ ବନେଇଛନ୍ତି । ତଥାପି ଶୁଭମାନ ଗିଲ୍ ଙ୍କୁ ଡ୍ରପ କରି ଦିଆଯାଇଛି । ସେହିପରି ସଞ୍ଜୁ ସାମସନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ମ୍ଯାଚ ଖେଳିବାକୁ ସୁଯୋଗ ମିଳିଥିଲା । ସେହି ଗୋଟିଏ ମ୍ଯାଚରେ 36 ଆଭରେଜ ଓ 89 ଷ୍ଟ୍ରାଇକ ରେଟ ସହ 36 ରନ୍ ବନେଇଛନ୍ତି ସଞ୍ଜୁ । ସଞ୍ଜୁ ସାମସନଙ୍କୁ ମଧ୍ୟ କେବଳ ଗୋଟିଏ ମ୍ଯାଚ ଖେଳାଇ ଡ୍ରପ କରି ଦିଆଗଲା ।

ସେହିପରି ଉମରାନ ମଲିକ ଗୋଟିଏ ମ୍ଯାଚରେ ଡେବ୍ଯୁ କରିଥିଲେ । 33 ଆଭରେଜ ଓ ଇକୋନୋମି 6.60 ସହ 2ଟି ୱିକେଟ ନିଜ ନାଁରେ କରିଛନ୍ତି ଉମରାନ । ଅର୍ଥାତ କ୍ଯାରିୟରର ପ୍ରଥମ ଦିନିକିଆରେ ହିଁ ବେଶ ଭଲ ପ୍ରଦର୍ଶନ କରିଛନ୍ତି ଉମରାନ ମଲିକ । କିନ୍ତୁ ତାଙ୍କୁ ମଧ୍ୟ ଦିନିକିଆ ମ୍ଯାଚରୁ ଡ୍ରପ କରି ଦିଆଯାଇଛି । କାରଣ ଏମାନଙ୍କ ଜାଗ ମାଡି ବସିଛନ୍ତି ସିନିୟର କ୍ରିକେଟର ମାନେ । କେଏଲ ରାହୁଲ ଚଳିତ ବର୍ଷ ସମସ୍ତ 3 ଫର୍ମାଟରେ2 5ଟି ମ୍ଯାଚ ଖେଳି 27 ଆଭରେଜ ସହ ମାତ୍ର 670 ରନ୍ କରିଛନ୍ତି ।

ଏଥିରେ କେବଳ 5ଟି ଅର୍ଦ୍ଧଶତକ ସାମିଲ ଅଛି । ଏତେ ଖରାପ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ସେହିପରି ଅଧିନାୟକ ରୋହିତ ଶର୍ମା 2022ରେ ସମୁଦାୟ 37ଟି ମ୍ଯାଚ ଖେଳି ମାତ୍ର 917 ରନ୍ ବନେଇଛନ୍ତି । ଆଭରେଜ 26 ଥିବାବେଳେ ମାତ୍ର 5ଟି ଅର୍ଦ୍ଧଶତକ ଏଥିରେ ସାମିଲ ଅଛି । ତଥାପି ରୋହିତ ଏବଂ ରାହୁଲଙ୍କୁ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଓ ଦିନିକିଆ ସିରିଜରେ ଖେଳିବାକୁ ସୁଯୋଗ ପାଇଛନ୍ତି ।

ସିନିୟରମାନେ ଟିମ୍ କୁ ଫେରିବା ଯୋଗୁଁ ପ୍ଲେଇଂ ଇଲେଭେନରେ ଖେଳିବାକୁ ବହୁତ କମ୍ ସୁଯୋଗ ପାଉଥିବା ଶୁଭମାନ ଓ ସଞ୍ଜୁଙ୍କ ସ୍ଥାନ ଖାଇଯିବେ । 2021 ବିଶ୍ଵକପ, 2022 ଏସିଆ କପ୍ ଓ ଟି20 ବିଶ୍ଵକପରେ ଏହି ସିନିୟର ଖେଳାଳିମାନେ ବାରମ୍ବାର ଅସଫଳ ହେବା ସତ୍ତ୍ୱେ ଏମାନଙ୍କୁ ଟିମ୍ ରେ ସ୍ଥାନ ଦିଆଯାଉଛି । କିନ୍ତୁ ଏମାନଙ୍କୁ ଯଥେଷ୍ଟ ଭଲ ପ୍ରଦର୍ଶନ କରୁଥିବା ଯୁବ ଖେଳାଳିଙ୍କୁ ଟିମ୍ ରେ କେବଳ ଟୁରିଷ୍ଟ ଭଳି ରଖାଯାଇଛି ।

ଆଇସିସି ଟି20 ବିଶ୍ଵକପରୁ ବିଦା ହେବାପରେ ଆସନ୍ତା ବର୍ଷ ଦିନିକିଆ ବିଶ୍ଵକପ ଉପରେ ନଜର ରଖିଛନ୍ତି ଏହି ସିନିୟର ଖେଳାଳି । ଟିମ୍ ଇଣ୍ଡିଆରେ ଯଦି ଏଭଳି ପକ୍ଷପାତିତା ଲାଗି ରୁହେ ତେବେ 2023 ଦିନିକିଆ ବିଶ୍ଵକପ ମଧ୍ୟ ଭାରତ ହାତରୁ ଯିବ ଏଥିରେ କୌଣସି ସନ୍ଦେହ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।