ବାଇକ ନେବୁ ପରା, ଏଇ ନେ… ଏମିତି କହି କହି ବେଦୀ ଉପରେ ବରକୁ ନିର୍ଦ୍ଧୂମ ଛେଚିଲେ ଶ୍ଵଶୁର, ଦେଖନ୍ତୁ video

ବେଦୀ ଉପରେ ବର ମାଗିଲା । ହେଲେ ମିଳିଲା ଚପଲ ପାହାର । ବାହାଘର ମଝିରେ ଏଭଳି ଦୃଶ୍ୟ ଦେଖିଲେ ସମସ୍ତେ କାବା ହୋଇ ଯାଇଥିଲେ । ଯୌତୁକରେ ବାଇକ ପାଇଁ ଲଙ୍କାକାଣ୍ଡ । ବେଦୀ ଉପରେ ହିଁ ଜ୍ଵାଇଁ ଓ ଶ୍ଵଶୁର ମଧ୍ୟରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ବର ଜଣକ ବାହାଘର ବେଳେ ବେଦୀ ଉପରେ ବୟକ ମାଗିବାରୁ ଖୁବ ଜୋରରେ ରାଗି ଯାଇଥିଲେ ଶ୍ଵଶୁର । ହେଲେ ନୂଆ ଜ୍ଵାଇଁ ତିଳେ ହେଲେ ଖାତିର କଲେନି ଶ୍ଵଶୁର ।

ପାଦରୁ ଚପଲ ଖୋଲି ସମସ୍ତଙ୍କ ସାମ୍ନାରେ ନିର୍ଦ୍ଧୂମ ମାଡ ମାରିଲେ । ଥରେ କି ଦୁଇଥର ନୁହେଁ ବରଂ ମନ ଶାନ୍ତି ହେବା ଯାଏଁ ପିଟିଲେ ଶ୍ଵଶୁର । ଆଉ ଶ୍ଵଶୁର ଠୁ ଚପଲ ମାଡ ଖାଇ ବର ବାବୁ ବାବୁ ଏକାଥରେ ବି ଏକାଥରେ ସାଇଜ୍ ହୋଇ ଯାଇଥିଲା । ମାଡ ଖାଇବା ପରେ ହାତ ଯୋଡି କ୍ଷମା ମାଗିଥିଲା ବର । ଖାଲି ଶ୍ଵଶୁର ନୁହେଁ ବରଂ ନିଜ କନ୍ୟାକୁ ବି କ୍ଷମା ମାଗିଥିଲା । ତା’ ପରେ ସୁନାପିଲା ଭଳି ବାହା ହୋଇ ବରକନ୍ଯା ବିଦାୟ ନେଇଥିଲେ ।

ଯୌତୁକ ପ୍ରଥା ଆମ ସମାଜରେ ଏକ ମହାମାରୀ ସଦୃଶ ହୋଇଗଲାଣି । ଏନେଇ ସରକାର ଯେତେ ଆଇନ ପ୍ରଣୟନ କଲେ ମଧ୍ୟ ଆଜି ବି ଯୌତୁକ ପ୍ରଥା ଚାଲି ଆସୁଛି । କନ୍ୟାଘର ନିଜ ପାରୁ ପର୍ଯ୍ୟନ୍ତ ବରଘରକୁ ଟଙ୍କା, ସୁନା ଓ ଆସବାଦପତ୍ର ଆଦି ଦେଇଥାନ୍ତି । ତଥାପି ଆହୁରି ଅଧିକ ଯୌତୁକ ଆଶାରେ ଅନେକ ବାହାଘର ଭାଙ୍ଗି ଯାଏ ।

ଆଉ କେଉଁଠି ଯୌତୁକ ନିର୍ଯ୍ୟାତନାରେ କନ୍ୟା ବଳି ପଡିଯାଏ । ହେଲେ ଏହି ଶ୍ଵଶୁର ଜଣକ ବେଦୀ ଉପରେ ହିଁ ବରକୁ ଉଚିତ ବୁଦ୍ଧି ଶିଖେଇଛନ୍ତି । ବେଦୀ ଉପରେ ବାଇକ ମାଗି ହଟହଟା ହୋଇଛି ବର । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ବିହାର ରାଜ୍ୟର ବୋଲି ଜଣାପଡିଛି । ଯୌତୁକ ମାଗୁଥିବା ଲୋକଙ୍କୁ ଏଭଳି ଉଚିତ ଶିକ୍ଷା ମିଳିବା ଉଚିତ, ଯାହାକି ଏଠି ଶ୍ଵଶୁର ଜଣକ କରି ଦେଖାଇଛନ୍ତି ।

ଯୋତୁକ ଲୋଭୀ ଲୋକଙ୍କର ଏଭଳି ଅତିଥି ଚର୍ଚ୍ଚା ହେବା ଉଚିତ ବୋଲି ଲୋକେ କମେଣ୍ଟ କରୁଛନ୍ତି । ଶ୍ଵଶୁର ଜଣଙ୍କ ସାହାସ ଯୋଗୁଁ ତାଙ୍କୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ଦେଖି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।