ବିନା ପ୍ରିମିୟମରେ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା, ଜାଣନ୍ତୁ କେମିତି ଉଠାଇବେ ଫାଇଦା

EPFO ଧାରୀ ଙ୍କ ପାଇଁ ଆସିଛି ବଡ ଜରୁରୀ ସୂଚନା । ବିନା ପ୍ରିମିୟମ ରେ ମିଳିବ 7 ଲକ୍ଷ ଟଙ୍କା ର ବୀମା । ଜାଣନ୍ତୁ କିଭଳି କରିବେ ଆବେଦନ ? ହଁ ଦର୍ଶକ ବନ୍ଧୁ ଭବିଷ୍ୟତକୁ ଦ୍ରୁଷ୍ଟି ରେ ଲୋକ ମାନେ ବିଭିନ୍ନ ଇନସୁରାନ୍ସ କରିଥାନ୍ତି । ଏଭଳି କି ଚାକିରି ଜୀବନରେ EPFO କର୍ମଚାରୀ ଙ୍କୁ ଅନେକ ସହାୟକ ହୋଇଥାଏ । ତେବେ EPFO ଆକାଉଣ୍ଟ ଧାରୀଙ୍କ ଲାଗି ଏକ ସୁବିଧା ରହିଛି । ଆପଣ କୌଣସି ପ୍ରିମିୟମ ନ ଦେଇ 7 ଲକ୍ଷ ଟଙ୍କା ର ବୀମା ପାଇ ପାରିବେ ।

ଯଦି କୌଣସି EPFO ସଦସ୍ୟ ଙ୍କର ଅକାଳରେ ମୃ-ତ୍ୟୁ ହୁଏ କିମ୍ବା ବୀମା ରାଶି ପାଇଁ ତାଙ୍କ ପରିବାର ଲୋକେ ଦାବି କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ବୀମା ରାଶି ପାଇଁ କିଏ ଦାବି କରି ପାରିବେ ଓ କିଭଳି ଭାବେ ସେବା ପାଇ ପାରିବେ । EPFO ସଦସ୍ୟଙ୍କ ମୃ-ତ୍ୟୁ ପରେ ଏହି ବୀମା ରାଶି ପାଇଁ ଆବେଦନ କରା ଯାଇଥାଏ । ତେବେ ନୋମିନୀ ବା ଉତ୍ତରାଧିକାରୀ ଏହି ଆବଦେନ କରି ପାରିବେ ।

ତେବେ ଏହି ସୀମା ରେ ବୀମା ରାଶି ସର୍ବ ନିମ୍ନ 2 ଲକ୍ଷ 50 ଜର ଟଙ୍କା ରହିଛି । ଏହା ଆପଣଙ୍କ EPFO ପାଇଁ କଟୁଥିବା ରାଶି ଉପରେ ନିର୍ଭର କରେ । ତେବେ ଜଣେ EPFO ଧାରୀ ଙ୍କ ପରିବାର ସର୍ବାଧିକ 7 ଲକ୍ଷ ଟଙ୍କା ଯାଏଁ ବୀମା ରାଶି ପାଇ ପାରିବେ । ତେବେ ଏହି ବୀମା ରାଶି ନିର୍ଧାରଣ କରିବାର ଏକ ପଦ୍ଧତି ରହିଛି ।

ବୀମା ରାଶି ମୃ-ତ EPFO ସଦସ୍ୟ କ ଗତ 12 ମାସର ବେତନ ହିସାବ ରେ ବୀମା ରାଶି ହିସାବ କରାଯାଏ । ବୀମା ପରିମାଣ ଗତ 12 ମାସର ପ୍ରାପ୍ତ ମୌଳିକର 35 ଗୁଣ ଅଟେ । ଏହି ସମୟରେ ଏହାର ସର୍ବାଧିକ ସୀମା 7 ଲକ୍ଷ ଟଙ୍କା ହୋଇଥାଏ । ଯାହା କି ପୂର୍ବରୁ 6 ଲକ୍ଷ ଟଙ୍କା ରହିଥିଲା । କିନ୍ତୁ ଏବେ ସରକାର ଏହାକୁ 7 ଲକ୍ଷ ଟଙ୍କା କରିଛନ୍ତି । କିନ୍ତୁ ଏହି ସ୍କିମରେ ସର୍ବ ନିମ 2 ଲକ୍ଷ 50 ହଜାର ପ୍ରଦାନ କରା ଯାଉଛି । ସବୁଠାରୁ ବଡ କଥା ହେଉଛି କି EPFO ଙ୍କ ସଦସ୍ୟ ପ୍ରଥମେ ନୋମିନୀ ଙ୍କ ନାମ ପଞ୍ଜୀକରଣ କରିବା ଜରୁରୀ । କାହିଁକି ନା ଏହି ନାମ ନ ରଖିଲେ ଏହି ସବୁ ସୁବିଧା ପାଇପାରିବେ ନାହିଁ ।

ଉତ୍ତରାଧିକାରୀ ବୀମା ରାଶି ପାଇଁ ଆବେଦନ କରିବା ବେଳେ ବହୁ କାଗଜପତ୍ର ଆବଶ୍ୟକ ହୋଇଥାଏ । ଅନେକ ସମୟ ଲାଗିବା ସହ ଟଙ୍କା ପାଇବାର ସମୁଖିନ୍ନ ହେବାକୁ ପଡିବ । ଏଣୁ ନୋମିନୀ ରଖିବା ପରେ EPFO ଙ୍କ ପରିବାର ଲୋକେ EPE, EPS ସ୍କିମ ପାଇବାର କୌଣସି ଅସୁବିଧାର ସମୁଖିନ୍ନ ହେବେ ନାହିଁ । ଯାହା ପାଇଁ ନୋମିନୀ ରଖିବା ନିହାତି ଜରୁରୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।