ପୋଲିସ ରୋଲ୍ ଦେବେ କହି ଚନ୍ଦନ କାଠ ବୁହାଇଲେ, ସାମ୍ନାକୁ ଆସିଲା ପୁଷ୍ପା-2 ଶୁଟିଙ୍ଗ ସେଟ୍ ରେ ଓଡିଆ ଯୁବକଙ୍କ ଭୂମିକା, ଦେଖନ୍ତୁ video

ପୁଷ୍ପା-2 ର ଶୁଟିଙ୍ଗ ଚାଲିଥିଲା ବେଳେ ସ୍ଥାନୀୟ ଲୋକ ଦେଖିବାକୁ ଆସିଥିଲେ । ସେମାନଙ୍କୁ ମଧ୍ୟ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଥିଲା । ଯେଉଁଥି ପାଇଁ ସମସ୍ତେ ବେଶ ଖୁସି ହୋଇ ଯାଇଥିଲେ । ହେଲେ ଯେଉଁ ଅଭିନୟ କରିବାକୁ ମନରେ ଇଚ୍ଛା ଥିଲା ସେହି ରୋଲ୍ ମିଳିଲାନି । ଚନ୍ଦନ କାଠ ବୋହିବା ଏବଂ ଟ୍ରକ ଚଲେଇବା ଭଳି ରୋଲ୍ ସେମାନଙ୍କୁ ଦିଆଯାଇଥିଲା । ତେଲୁଗୁ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ମିଳିଛି ବୋଲି ଆମ ଲୋକ ବହୁତ ଖୁସି ଏବଂ ଗର୍ବିତ ।

ପୁଷ୍ପା-2 ଭଳି ଫିଲ୍ମରେ ଚନ୍ଦନ କାଠ ବୋହିବା ଭଳି ରୋଲ୍ ମିଳିଥିଲେ ମଧ୍ୟ ସେମାନଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଛି । ତେଲୁଗୁ ଫିଲ୍ମରେ କମ କରିବା କଣ ସହଜ କଥା ବୋଲି କହୁଛନ୍ତି । ଶୁଣିବାକୁ ମିଳିଛି କି ପୁଷ୍ପା-2 ଶୁଟିଙ୍ଗ ଚାଲିଥିବା ବେଳେ କିଛି ସ୍ଥାନୀୟ ଲୋକ ବା ଯୁବକ ସେଠାରେ ପହଞ୍ଚି ଫିଲ୍ମରେ ଅଭିନୟ କରିବାକୁ ଚାହୁଁଥିବା କହିଥିଲେ । ଟିକେ ଭଲ ରୋଲ୍ ଦେବେ ବୋଲି ସେମାନେ ଅନୁରୋଧ କରିଥିଲେ ।

ପ୍ରଯୋଜନା ସଂସ୍ଥାରୁ ମଧ୍ୟ କଥା ଦେଇଥିଲେ କି ତୁମମାନଙ୍କୁ ବଢିଆ ରୋଲ୍ ଦିଆଯିବ । ପୋଲିସ ରୋଲ୍ ଦେବେ କହି କେବଳ ଚନ୍ଦନ କାଠ ବୋହିବା କାମରେ ଲଗାଇ ଦେଇଥିଲେ । କିଏ କାଠ ବୋହୁଛି ତ ଆଉ କିଏ ପଥର ବୋହୁଛି । ସେମାନଙ୍କୁ ଆହୁରି ମଧ୍ୟ କୁହାଯାଇଛି କି, ତୁମେମାନେ ହେଉଛ ବଡ ଭିଲିଆନ । ଅଲୁ ଅର୍ଜୁନ ଆସିବା ପରେ ତାଙ୍କ ସହ ଡାଇରେକ୍ଟ ଫାଇଟିଂ ସିନ୍ ଶୁଟିଙ୍ଗ କରିବ ।

ତେବେ ଏସବୁ କଥାରେ କେତେ ସତ ଏବଂ କେତେ ମିଛ ଏକଥା ଫିଲ୍ମ ଶୁଟିଙ୍ଗ ସରିବା ପରେ ନ ହେଲେ ରିଲିଜ ହେବା ପରେ ଯାଇ ଜଣାପଡିବ । ଆମ ଓଡିଆ ଲୋକଙ୍କୁ ଫିଲ୍ମରେ କେଉଁ କେଉଁ ରୋଲ୍ ମିଳିଛି ଓ କଣ ସବୁ ସୁଯୋଗ ଦିଆ ଯାଇଥିଲା ସେ ସବୁ ସ୍ପଷ୍ଟ ହେବ । ତେବେ ସେ ଯାହା ହେଉ ଏହି ଓଡିଆ ଭାଇ ଜଣକ ବହୁତ ଖୁସି ଏବଂ ବହୁତ ଉତ୍ସାହର ସହ ପୁଷ୍ପାରେ କାମ କରିବାକୁ ସୁଯୋଗ ମିଳିଥିବା କହୁଛନ୍ତି ।

ଚନ୍ଦନ କାଠ ବୋହିବା ରୋଲ୍ ଟେ ବି ତାଙ୍କ ପାଇଁ ବହୁତ ବଡ ସୁଯୋଗ ବୋଲି ସେ ଗର୍ବର ସହ କହି ହେଉଛନ୍ତି । ତେବେ ଅଲୁ ଅର୍ଜୁନଙ୍କ ସହ ସତରେ ଫାଇଟିଂ କରିବାକୁ ଯାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।