ଗୁଟଖା ଓ ତମାଖୁ ବିଜ୍ଞାପନ ମାମଲାରେ ମୁହାଁ-ମୁହିଁ ହେଲେ ଓଲିଉଡ ଅଭିନେତ୍ରୀ Elina – Prakruti, ଏମିତି ହୋଇଥିଲା ଯୁକ୍ତିତର୍କ, ଦେଖନ୍ତୁ Video

ଗୁଟଖା ଓ ତମାଖୁ ବିଜ୍ଞାପନକୁ ନେଇ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଏଲିନା ସାମନ୍ତରାୟ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏହି ମାମଲାରେ ଦୁହେଁ ନିଜର ଭିନ୍ନ ଭିନ୍ନ ମତ ଉପସ୍ଥାପନା କରିଛନ୍ତି । ଆପଣ ଶୁଣିଥିବେ କି ନିକଟରେ ବଲିଉଡର ଲୋକପ୍ରିୟ ଅଭିନେତା ଏକ ସୁନ୍ଦର ପୋଷ୍ଟ ଟିଏ କରିଥିଲେ । ଯେଉଁଥିରେ ସେ ପୂର୍ବରୁ କରିଥିବା ତମାଖୁ ବିଜ୍ଞାପନକୁ ନେଇ ଜନ ସାଧାରଣଙ୍କୁ କ୍ଷମା ମାଗିଛନ୍ତି । ଅଭିନେତା ଓ ଅଭିନେତ୍ରୀ ମାନେ ସାଧାରଣ ଲୋକଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାନ୍ତି ।

ସେମାନଙ୍କୁ ଲୋକେ ନିଜର ଆଦର୍ଶ ମାନିଥାନ୍ତି । କିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଏତେ ଡାଏ ହାର୍ଡ ଫ୍ୟାନ୍ସ ଥାଆନ୍ତି ଯେ ସେମାନେ ସବୁବେଳେ ନିଜ ପ୍ରିୟ କଳାକାରଙ୍କୁ ଅନୁସରଣ କରିଥାନ୍ତି । ଅକଳକର ମାନଙ୍କ ବେଶ ପୋଷାକ ଠାରୁ ଆରମ୍ଭ କରି ସାମାଜିକ ବ୍ୟବହାର ପର୍ଯ୍ୟନ୍ତ ସବୁକିଛି ଉପରେ ଲୋକଙ୍କ ନଜର ରହିଥାଏ । ସେମାନେ ଯାହା କରନ୍ତି ଲୋକମାନେ ମଧ୍ୟ ଠିକ ସେହିପରି କରିବାକୁ ଚେଷ୍ଟା କରିଥାନ୍ତି ବା ଇଚ୍ଛା କରିଥାନ୍ତି ।

ସେଥିପାଇଁ ତ ଅନେକ ଜିନିଷର ବିଜ୍ଞାପନରେ ଅଭିନେତା- ଅଭିନେତ୍ରୀ ମାନେ ପ୍ରମୋଟ କରିବା ଫଳରେ ହିଁ ତାହା ଅଧିକ ବିକ୍ରି ହୋଇଥାଏ । କହିବାକୁ ଗଲେ ଲୋକେ ସେମାନଙ୍କ ଉପରେ ଏକ ପ୍ରକାରର ଭରସା ମଧ୍ୟ କରନ୍ତି କି, ଯଦି ତାଙ୍କ ପ୍ରିୟ ସିନେ ଷ୍ଟାର ଏହି ଜିନିଷକୁ ପ୍ରମୋଟ କରୁଛନ୍ତି ତେବେ ଏଥିରେ କିଛି ବି କ୍ଷତି ନଥିବ । କିନ୍ତୁ ଆମେ ସମସ୍ତେ ଜାଣିଛେ କି ତମାଖୁ ଦେହ ପାଇଁ କେତେ କ୍ଷତିକାରକ । ଏହା ଯୋଗୁଁ କ୍ୟାନ୍ସର ଭଳି ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତଥାପି ଏହା ଆମ ଦେଶରେ ସଂପୂର୍ଣ୍ଣ ଭାବେ ବ୍ୟାନ କରା ଯାଇନାହିଁ ।

ଅନେକ ସମୟରେ କିଛି ଆକ୍ଟର ମାନେ ତମାଖୁ ବିଜ୍ଞାପନ କରୁଥିବାର ମଧ୍ୟ ଦେଖାଯାଇଛି । ତେବେ ଏହାକୁ ନେଇ ପ୍ରକୃତି ଓ ଏଲିନାଙ୍କ ରାୟ ଶୁଣିବାକୁ ମିଳିଛି । ଉଭୟ ଅକ୍ଷୟ କୁମାରଙ୍କ ଏହିଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କିନ୍ତୁ ଏଲିନା କହିଛନ୍ତି ସେ ନିଜେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରକ ଯେକୌଣସି ଜିନିଷର ବିଜ୍ଞାପନ କରିବାକୁ ମନାକରି ଦିଅନ୍ତି । ଆଉ ଏହା କରିବା ଦ୍ଵାରା ଲୋକଙ୍କୁ ଏକ ଖରାପ ମେସେଜ ଯାଇଥାଏ । ଅନ୍ୟପଟେ ପ୍ରକୃତି କହିଛନ୍ତି କି ଏହା ବ୍ୟକ୍ତିଗତ ପସନ୍ଦ ।

ଯଦି କେହି ଏହାର ପ୍ରମୋଶନ କରିବାକୁ ଚାହୁଁନି ସେ ତେବେ ନକରୁ, କିନ୍ତୁ ଯଦି କେହି ଚାହୁଁଛି ତେବେ ସେ କରିପାରିବ । ଆଉ ଏଇଟା ଯଦି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏତେ କ୍ଷତିକାରକ ତେବେ ସରକାର ଏହାକୁ ବ୍ୟାନ କରିଦେବା ଉଚିତ । ଦୁହିଁଙ୍କ ଏଭଳି ଭିନ୍ନ ମତକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।