କରାଚୀରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଏହି ମହିଳା କିଏ ? ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପରିଚୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ପାଠ ପଢିଥିଲେ ପ୍ରାଣୀ ବିଜ୍ଞାନରେ ଏମ.ଫିଲ, ଆଉ ପେଷାରେ ଜଣେ ଶିକ୍ଷୟତ୍ରୀ ଥିଲେ । ସେ ପିଲାନୁ ବିଜ୍ଞାନ ପଢାଉଥିଲେ । ଏହାସହ ସେ ଜଣେ ଡାକ୍ତରଙ୍କ ପତ୍ନୀ ଏବଂ ଦୁଇ ସନ୍ତାନଙ୍କ ଜନନୀ ମଧ୍ୟ ଥିଲେ । ଇଏ ହେଉଛି ସେହି ମହିଳା ଆତଙ୍କବାଦୀ ଶାରି ବାଲୋଚ ଙ୍କ ପରିଚୟ, ଯୋଗ୍ୟତା ଓ ପାରିବାରିକ ସ୍ଥିତି । ଶିକ୍ଷା ତ ଥିଲା ହେବେ ସଂସ୍କାରରେ ବୋଧ ହୁଏ କେଉଁଠି ନା କେଉଁଠି ବିଶେଷ ଅଭାବ ଥିଲା । ଯେଉଁଥି ପାଇଁ ମଣିଷ ମାରିବାକୁ ଆତ୍ମଘାତୀ ଆକ୍ରମଣ କରିବା ସୁଦ୍ଧା ପଛାଇ ନଥିଲେ କରାଚୀ ଆତ୍ମଘାତୀ ବିସ୍ଫୋରକ ଘଟଣାର ଏହି ମୁଖ୍ୟ ଖଳନାୟିକା ।

ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଘୋଷଣା କରୁଥିବା ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମିର ବିବୃତି ଅନୁସାରେ, କରାଚୀରେ ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିବା ଏହି ୩୦ ବର୍ଷୀୟ ଶାରି ବାଲୋଚ ଥିଲେ ବେଲୁଚିସ୍ତାନର ନିଆଜର ବାସିନ୍ଦା । ଶାରି ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ । ଏବେ ସେ ଏମ.ଫିଲ ପାଠପଢା ମଧ୍ୟ ଶେଷ କରିବା ସହ ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଉଥିଲେ ।

ଶାରି କରିଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ ତିନିଜଣ ଚୀନ ନାଗରିକଙ୍କ ସହ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଆତଙ୍କବାଦ ଓ ଅମାନବିକତା ଉପରେ ଆସ୍ଥା ରଖୁଥିବା ମଣିଷଙ୍କ ପାଇଁ ଶିକ୍ଷାର କୌଣସି ଗୁରୁତ୍ଵ ନାହିଁ ଅନେକ ଲୋକ କହୁଛନ୍ତି । କିନ୍ତୁ ଏହି ମହିଳାଙ୍କୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ଦେଖୁଥିବା ମିଳୁଛି ।

ଅନେକ ତାଙ୍କୁ ଆତଙ୍କବାଦୀ ବୋଲି କହୁଥିବା ବେଳେ ଅନେକ ତାଙ୍କୁ ସ୍ଵାଧୀନତା ସଂଗ୍ରାମୀ ବୋଲି ଦାବି କରୁଛନ୍ତି । କିଛି ଲୋକଙ୍କ କହିବା ଅନୁଯାୟୀ ଉକ୍ତ ମହିଳା ନିଜ ଦେଶ ବେଲୁଚିସ୍ତାନର ସ୍ଵାଧୀନତା ପାଇଁ ନିଜ ପ୍ରାଣବଳି ଦେଇଛନ୍ତି । ଭାରତ ପାକିସ୍ତାନ ବିଭାଜନ ପରଠାରୁ ବେଲୁଚିସ୍ତାନ ଉପରେ କବଜା କରିଛି ପାକିସ୍ତାନ । ସେଠାକାର ଲୋକଙ୍କୁ ଅତ୍ୟାଚାର କରିବା ସହ ନିଜ ଶାସନ ମଧ୍ୟ ଚଳେଇବାକୁ ଉଦ୍ୟମ କରି ଆସିଛି । ଫଳରେ ସେଠାକାର ଲୋକଙ୍କୁ ଅନେକ ଦୁଃଖ ଦୁର୍ଦ୍ଦଶା ଭୋଗିବାକୁ ପଡିଛି ।

ବେଲୁଚିସ୍ତାନକୁ ପାକିସ୍ତାନ ଠାରୁ ମୁକ୍ତ କରିବା ପାଇଁ ଅନେକ ଲୋକ ଲଢେଇ ଜାରି କରି ଆସିଛନ୍ତି । ଆଉ ଏବେ ଏହି ମହିଳା ଜଣକ ନିଜ ଦେଶ ପାଇଁ ପ୍ରାଣ ଦେଇଥିବା କୁହାଯାଉଛି । ତେବେ କେଉଁ କଥା ଭୁଲ କେଉଁ କଥା ଠିକ ଏହା କେବଳ ସମୟ ହିଁ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।