ହେ ଭଗବାନ ! Bollywood ରୁ ଆସିଲା ପୁଣି ଏକ ଦୁଃଖଦ ଖବର, ଏବେ ଏବେ ଏହି ମହାନ ହସ୍ତୀଙ୍କର ହେଇଗଲା ପରଲୋକ

ଦୁନିଆରେ ପ୍ରତିଦିନ ବହୁତ ଲୋକ ଜନ୍ମ ହୁଅନ୍ତି ଓ ମୃତ୍ୟୁବରଣ ମଧ୍ୟ କରିଥାନ୍ତି । କିନ୍ତୁ ଏହାରି ମଧ୍ୟରେ କିଛି ଲୋକ ଥାଆନ୍ତି ଯେଉଁମାନେ ନିଜ ଟ୍ୟାଲେଣ୍ଟ ଦମ୍ ରେ ଲୋକଙ୍କ ମନରେ ସବୁଦିନ ପାଇଁ ଜାଗା ବନେଇ ଦିଅନ୍ତି । ଲୋକେ ସେମାନଙ୍କୁ ବହୁତ ପ୍ରେମ ଓ ସମ୍ମାନ ଦିଅନ୍ତି ଏବଂ ତାଙ୍କୁ ନିଜର ଆଦର୍ଶ ମାନିଥାନ୍ତି । କିନ୍ତୁ ସେମାନେ ଯେତେବେଳେ ଦୁନିଆ ଛାଡି ଯାଆନ୍ତି ସମସ୍ତେଙ୍କୁ ତାହା ଖୁବ୍ ବ୍ୟଥିତ କରିଥାଏ । ଏବେ ସେହିପରି ଜଣେ ଅଭିନେତାଙ୍କ ନିଧନ ଖବର ଆସିବା ପରେ ଲୋକେ ଶୋକ ମନାଉଛନ୍ତି ।

ବଲିଉଡ ଜଗତ ତଥା ସିନେ ପ୍ରେମୀଙ୍କ ପାଇଁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ଷିୟାନ ଅଭିନେତା ସଲିମ ଘୋଷଙ୍କ ପରଲୋକ ହୋଇଛି । ୯୦ ଦଶକରେ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଦିବଙ୍ଗତ କଳାକାର ସଲିମ ଘୋଷ ଙ୍କର ମୃତ୍ଯୁ ହୋଇଛି । ଅଭିନେତା ସାରିବ ହାସିନ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ସଲିମ ଘୋଷ ତାଙ୍କ କ୍ଯାରିୟର କାଳ ମଧ୍ୟ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ।

ଏହାଛଡା ସେ ଡିଡି ନ୍ୟାସନାଲରେ ପ୍ରସାରିତ ହେଉଥିବା ଅନେକ ଲୋକପ୍ରିୟ ସିରିଏଲ ମାନଙ୍କରେ ମଧ୍ୟ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇ ପାରିଥିଲେ । ତେବେ ହାର୍ଟ ଆଟାକ୍ ହେବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସଲିମଙ୍କ ପତ୍ନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ବୁଧବାର ଦିନ ସଲିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ବିଗିଡି ଯାଇଥିଲା ।

ଏହାପରେ ତାଙ୍କୁ ତୁରନ୍ତ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା, ତେବେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ୧୯୮୭ ମସିହାରେ “ସ୍ଵର୍ଗ ଔର ନର୍କ” ରୁ ନିଜ କ୍ଯାରିୟର ଆରମ୍ଭ କରିଥିଲେ ସଲିମ ଘୋଷ ।

ଏହାପରେ ସେ ଚକ୍ର, ସୋଲଜର ଓ କୋଏଲା ଆଦି ଚଳଚିତ୍ରରେ ନିଜ ଅଭିନୟର ଜାଦୁ ଦେଖାଇଥିଲେ । କିନ୍ତୁ ୭୦ ବର୍ଷ ବୟସରେ ହାର୍ଟ ଆଟାକ୍ ରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଅଭିନୟ ଜଗତରେ ଦୁଃଖର ଛାୟା ଖେଳି ଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।